ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମେଣ୍ଢର ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼
ଶ୍ରୀନଗର,୨୯।୮: ପାକିସ୍ତାନ ଗୁରୁବାର ପୂର୍ବାହ୍ନ ୧୧ଟା ୩୦ରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାର ପୁଞ୍ଚ୍ ଜିଲାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସ୍ଥାନୀୟ ମେଣ୍ଢର ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି।…
ଟିଏମ୍ସି, ସିପିଆଇ ଏବଂ ଏନ୍ସିପି ଉପରେ ଝୁଲୁଛି ଖଣ୍ଡା: ରଦ୍ଦ ହୋଇପାରେ ଜାତୀୟ ରାଜନୈତିକ ଦଳ ମାନ୍ୟତା
ନୂଆଦିଲ୍ଲୀ,୨୯।୮: ଟିଏମ୍ସି, ସିପିଆଇ ଏବଂ ଏନ୍ସିପି ଉପରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ହରାଇବା ଖଣ୍ଡା ଝୁଲୁଛି। ଲୋକ ସଭା ନିର୍ବାଚନରେ ଜାତୀୟ ରାଜନୈତିକ ଦଳ ମାନ୍ୟତା ଲାଗି ଆବଶ୍ୟକ ପ୍ରତିଶତ ଭୋଟ ସମ୍ପୃକ୍ତ ଦଳ ହାସଲ କରିପାରି ନ ଥିଲେ।…
ସୁପ୍ରିମ୍କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍
ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍କୋର୍ଟରେ ଖୁବ୍ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର ସପ୍ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ପଦବୀ ଖାଲି ରହିଛି। ଏହା ସହିତ ଅନ୍ୟ…
ଜଳପଥ ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ: କାଣ୍ଡଲା ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା
ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା ଗୁଜରାଟର କଚ୍ଛ ଅଞ୍ଚଳରେ ପ୍ରବେଶ କରି ପାରନ୍ତି। ସେଠାରେ ସେମାନେ ସାମ୍ପ୍ରଦାୟିକ ହିଂସା କରିବା…
ପରମାଣୁ ଆକ୍ରମଣ ଧମକ ପରେ ପାକିସ୍ତାନ ‘ଗଜନବି’ ମିଜାଇଲ୍ର ପରୀକ୍ଷଣ କଲା
ଇସଲାମାବାଦ୍,୨୯।୮: ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେବାର ୨ ଦିନ ପରେ ପାକିସ୍ତାନ ଗୁରୁବାର ଏହାର ବାଲାଷ୍ଟିକ୍ ମିଜାଇଲ୍ ‘ଗଜନବି’ର ପରୀକ୍ଷଣ କରିଛି। ମିଜାଇଲ୍ର ପରୀକ୍ଷଣ ସଫଳ ରହିଥିବା ପାକିସ୍ତାନ ସୂଚନା ଦେଇଛି। ଏହି ମିଜାଇଲ୍ର ଲକ୍ଷ୍ୟଭେଦ କ୍ଷମତା…
ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଜଗା-କାଳିଆ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୮(ବ୍ୟୁରୋ): ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ। ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହେବା ପରେ ଏଯାବତ ଦିଲ୍ଲୀ ଏମ୍ସରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ଏବେ କଟକ ଏସ୍ସିବିରେ ତାଙ୍କ ଚିକିତ୍ସା କରାଯିବ। ତେବେ ସେମାନେ…
କଶ୍ମୀର କେବେ ପାକିସ୍ତାନର ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨୯।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଏକ ସଭାକୁ ଉଦ୍ବୋଧନ ଦେବା ବେଳେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଶ୍ମୀର କେବେ ପାକିସ୍ତାନର ଥିଲା ଯେ ଆଜି ସେ କଶ୍ମୀର ପାଇଁ…
ଜାତୀୟ କ୍ରୀଡ଼ା ଦିବସ: ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ କ୍ରୀଡ଼ା ଜଗତ ସହ ବହୁ ସେଲିବ୍ରିଟି ମଧ୍ୟ ଯୋଗ…
ତେଲେଙ୍ଗାନା ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍ର ବ୍ରେକ୍ ବାଉଣ୍ଡିଙ୍ଗ୍ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ କୁହାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…
ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଖାଇବର ପାସ୍ତୁନଖ୍ବାରେ ୪୫ ଅଲ୍ ବଦର ସଦସ୍ୟଙ୍କୁ ତାଲିମ୍ ଦେଉଛି ପାକିସ୍ତାନ
ନୂଆଦିଲ୍ଲୀ,୨୯।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ଜାରି ରଖିଛି। ଏବେ ଅଲ୍ ବଦର ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ତାଲିମ୍ ଦେବା ଆରମ୍ଭ କରିଛି। ଏଥିପାଇଁ ଖାଇବର ପାସ୍ତୁନଖ୍ବାରେ ଏକ ତାଲିମ୍ ଶିବିର ଖୋଲା ଯାଇଛି।…
ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ନିଜ ଗୋଡ଼କୁ ଗୁଳି କରୁଛି ଭାରତ
ଶ୍ରୀନଗର,୨୯ା୮(ପି.ଟି.): ସମୟ ଗଡ଼ିଚାଲିବା ସହ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଛି। ଫୋନ୍ଲାଇନ୍ ଓ ଇଣ୍ଟରନେଟ ସେବାକୁ ବନ୍ଦ, ବରିଷ୍ଠ ନେତାମାନଙ୍କୁ ଗୃହବନ୍ଦୀ ଓ କର୍ଫ୍ୟୁ ଜାରି କରାଯିବାକୁ ତିନିସପ୍ତାହ ବିତିସାରିଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏତିକିରେ ସନ୍ତୁଷ୍ଟ ନ…
କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଯୋଜନା କରୁଛି ପାକିସ୍ତାନ: ଭୟରେ ଯୁଦ୍ଧ ପ୍ରସ୍ତୁତି
ଇସ୍ଲାମାବାଦ,୨୯ା୮: କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତି ପରେ ପାକିସ୍ତାନର ନିଦ ହଜିଯାଇଛି। ନିୟନ୍ତ୍ରଣରେଖା (ଏଲ୍ଓସି)ରେ ସୈନ୍ୟ ଠୁଳ କରି ଥରକୁ ଥର ଆଣବିକ ଅସ୍ତ୍ର ବ୍ୟବହାର ଓ ଯୁଦ୍ଧର ଭୟ ଦେଖାଉଥିବା ପାକିସ୍ତାନ ଏବେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ନିଜେ…

