Posted inଜାତୀୟ

ସୁପ୍ରିମ୍‌କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍‌କୋର୍ଟରେ ଖୁବ୍‌ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍‌ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର ସପ୍ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ପଦବୀ ଖାଲି ରହିଛି। ଏହା ସହିତ ଅନ୍ୟ ୩ ଜଣ ବିଚାରପତିଙ୍କ ନିଯୁକ୍ତି ନେଇ କଲେଜିୟମ୍‌ ପକ୍ଷରୁ ସୁପାରିଶ କରାଯାଇଛି। ୨-୩ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଲେଜିୟମ୍‌ ପକ୍ଷରୁ ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରାମ ସୁବ୍ରମଣ୍ୟନ୍‌, ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି କୃଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଆର୍‌. ରବୀନ୍ଦ୍ର ଭଟ୍ଟ ଏବଂ କେରଳ ହାଇକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ନାମ ସୁପାରିଶ କରାଯାଇଛି। ସୂଚନାଯୋଗ୍ୟ, ବିଚାରପତି ଅଭୟ ମନୋହର ସପ୍ରେଙ୍କ ଅବସର ପରେ ଏବେ ସୁପ୍ରିମ୍‌ କୋର୍ଟରେ ୩୦ ଜଣ ବିଚାରପତି ରହିଛନ୍ତି। ୪ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଏହି ସଂଖ୍ୟା ୩୪ରେ ପହଞ୍ଚିବ। ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଣାଯାଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ମିଳିବା ପରେ ଏନେଇ ଅଗଷ୍ଟ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri