Home Middle

କର୍ନାଟକ ଆସ୍ଥାଭୋଟ ନାଟକରେ ଯବନିକା: କୁମାରସ୍ବାମୀ ସରକାରର ପତନ, ୧୦୫ ଭୋଟରେ ଜିତିଲା ଭାଜପା

ବେଙ୍ଗାଲୁରୁ,୨୩।୭: କର୍ନାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଜିତିବାରେ ବିଫଳ ହେବା ପରେ ଆସ୍ଥାଭୋଟ ନାଟକରେ ଯବନିକା ପଡ଼ିଛି। ପ୍ରଥମେ ୧୬ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ଆସ୍ଥା ଭୋଟରେ…

ବୁଧବାର ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ, ୨୩ା୭: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଶ୍ରୀମନ୍ଦିର…

କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା ଲାଗି ମଧ୍ୟସ୍ଥ ଲୋଡ଼ି ନାହାନ୍ତି ମୋଦି: ବୈଦେଶିକ ମନ୍ତ୍ରୀ ଦେଲେ ସଂକ୍ଷିପ୍ତ ଉତ୍ତର

ନୂଆଦିଲ୍ଲୀ,୨୩।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି। କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଏନେଇ ପ୍ରଧାନମନ୍ତ୍ରୀ…

୧୦ଦିନ ବଢ଼ିପାରେ ଚଳିତ ଅଧିବେଶନର କାର୍ଯ୍ୟକାଳ: ଶାହ ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ଚଳିତ ଅଧିବେଶନର କାର୍ଯ୍ୟକାଳ ୧୦ ଦିନ ବଢ଼ିପାରେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଶାହ ସମସ୍ତ ସଦସ୍ୟଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଣ ଦେଇଛନ୍ତି। ସଂସଦର ଲାଇବ୍ରେରୀ ବିଲ୍ଡିଂରେ ହୋଇଥିବା…

ସାଧାରଣ ଲୋକଙ୍କ ସୂଚନା ଅଧିକାରକୁ ଦୁର୍ବଳ କରୁଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨୩।୭: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ୨୦୦୫ ସୂଚନା ଅଧିକାର ଆଇନର ସଂଶୋଧନ ପାଇଁ ଆଗତ ହୋଇଥିବା ପ୍ରସ୍ତାବ ପାସ୍‌ ହୋଇଛି। ତେବେ ଏହାର ସଂଶୋଧନ ଦ୍ୱାରା…

ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ, ସରକାରୀ ନିଷ୍ପତ୍ତି ହୋଇନାହିଁ : ମନ୍ତ୍ରୀ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଭଲ ରାଜସ୍ବ ପ୍ରଦାନ କରୁଥିବା ମଦ ଦୋକାନୀଙ୍କୁ ପୁରସ୍କାର ଦେବା କଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏନେଇ କେବଳ ସୁପାରିସ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଉତ୍ତର…

ବିଧାନସଭା ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା: ଡାକ୍ତର ଅଭାବ ଦୂର ପାଇଁ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଯାଇଛି। ହେଲେ ସେଠାରେ ସାମାନ୍ୟତମ ଚିକିତ୍ସା ସୁବିଧା କରା ନ ଯାଇ ଗରିବ ରୋଗୀଙ୍କୁ କଟକ ରେଫର କରିଦିଆଯାଉଛି। ଆର୍ଥିକ ଅବସ୍ଥା…

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କ ଉପରେ ଚାପ ପକାଯାଇଥିଲା। ବିଦ୍ରୋହୀ ବିଧାୟକମାନେ…

ରାଜ୍ୟରେ ମହିଳା, ନାବାଳିକା ଅସୁରକ୍ଷିତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଦିନକୁ ଦିନ ନାବାଳିକା ଏବଂ ମହିଳାଙ୍କ ଉପରେ ହିଂସା ବଢ଼ିବାରେ ଲାଗିଛି। ଗତ ଶନିବାର ଅନୁଗୋଳର ୮ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତ ଉଠାଇ ନେଇ ବଳାତ୍କାର କରିଥିଲେ। ଏପରି କି ମୃତ ଭାବି ପୀଡ଼ିତାଙ୍କୁ ଦୁର୍ବୃତ୍ତମାନେ…

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍‌କ୍ଷେପଣ ହୋଇଛିି। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରର…

ଆଜି ବିଶ୍ୱ ମସ୍ତିଷ୍କ ଦିବସ : ଜାଣନ୍ତୁ ‘ମାଇଗ୍ରେନ୍‌’ ରୋଗର କାରଣ, ନିରାକରଣ

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ମସ୍ତିଷ୍କ ଅନ୍ୟତମ। ଏହା ସୁସ୍ଥ ରହିଲେ ଆମର ଶାରୀରିକ ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ। ମସ୍ତିଷ୍କ ସମ୍ପର୍କିତ ରୋଗ, ତାହାର କାରଣ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨କୁ…

ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି। ଏହି ପଦବୀ ଦୌଡ଼ରେ ରଘୁରାମ ଆଗରେ ଥିବା ବ୍ରିଟେନ୍‌ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବୁଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri