ରାଜ୍ୟରେ ମହିଳା, ନାବାଳିକା ଅସୁରକ୍ଷିତ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଦିନକୁ ଦିନ ନାବାଳିକା ଏବଂ ମହିଳାଙ୍କ ଉପରେ ହିଂସା ବଢ଼ିବାରେ ଲାଗିଛି। ଗତ ଶନିବାର ଅନୁଗୋଳର ୮ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତ ଉଠାଇ ନେଇ ବଳାତ୍କାର କରିଥିଲେ। ଏପରି କି ମୃତ ଭାବି ପୀଡ଼ିତାଙ୍କୁ ଦୁର୍ବୃତ୍ତମାନେ ଅଳିଆଗଦାରେ ଫିଙ୍ଗିଦେଲେ। କେବଳ ଅନୁଗୋଳ ନୁହେଁ, ଭବାନୀପାଟଣାରେ ମଧ୍ୟ ରହୁଥିବା ଜଣେ ଏଚ୍‌ଆଇଭି ସଂକ୍ରମିତ ନାବାଳିକାଙ୍କୁ ଗୃହ ମୁଖ୍ୟ ଯୌନ ନିର୍ଯାତନା ଦେଉଥିଲେ। ରାଜ୍ୟରେ ମା, ଭଉଣୀଙ୍କ ରକ୍ଷକ ସାଜିଥିବା ବ୍ୟକ୍ତିବିଶେଷ ଏବେ ଭକ୍ଷକ ସାଜିଛନ୍ତି। ସରକାରଙ୍କ ଉଦାସୀନତା ହିଁ ସେମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏହି ଦୁଇ ଘଟଣାକୁ ବାଦ୍‌ ଦେଲେ ସରକାର ବାଳିକା ନିଖୋଜ ନେଇ ରଖିଥିବା ତଥ୍ୟ ମଧ୍ୟ ଉଦ୍‌ବେଗଜନକ। ଚଳିତ ବର୍ଷ ମାତ୍ର ୩ ମାସରେ ୫୦୨ ଝିଅ ନିଖୋଜ ହୋଇଛନ୍ତି। କିଛିଦିନ ପୂର୍ବେ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ା ଜିଲାରେ ଗୁଳିକାଣ୍ଡ ଘଟିଥିଲା। ଏହା ପୂର୍ବରୁ ପୁରୀ ଜିଲା ପଟ୍ଟନାୟିକିଆରେ ହୋଇଥିଲା ଟ୍ରିପଲ ମର୍ଡର। ଏହିଭଳି କେତେକ ସ୍ପର୍ଶକାତର ପ୍ରସଙ୍ଗ ନେଇ ଶୂନ୍ୟକାଳ ଏବଂ ଦ୍ୱିତୀୟାର୍ଦ୍ଧରେ ଗୃହରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଏପରି କି ଶୂନ୍ୟକାଳରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଭୟ ଭାଜପା ଏବଂ କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ବହୁସଂଖ୍ୟକ ଝିଅ ନିଖୋଜ ହୋଇଛନ୍ତି। ଏମାନଙ୍କୁ ସରକାର ଠିକ୍‌ଭାବେ ଠାବ କରିପାରୁନାହାନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୧୬ରେ ୧୨୯୧ ଝିଅ ହଜିଥିବାବେଳେ ମାତ୍ର ୭୦୦ ଜଣଙ୍କୁ ଠାବ କରାଯାଇଥିଲା। ୨୦୧୭ରେ ୧୩୬୦ ଝିଅ ହଜିଥିବାବେଳେ ୭୩୭ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଚଳିତ ବର୍ଷ କେବଳ ୩ ମାସରେ ୫୦୨ ଝିଅ ନିଖୋଜ ହୋଇଛନ୍ତି। ସେଥିରୁ ମାତ୍ର ୭୯ଜଣଙ୍କୁ ଠାବ କରାଯାଇପାରିଛି। ସରକାରଙ୍କ ହାତରେ ପୋଲିସ ପ୍ରଶାସନ ରହିଛି, ଗୋଇନ୍ଦା ସଂସ୍ଥା ଇତ୍ୟାଦି ଦିନରାତି କାମ କରୁଛନ୍ତି। ତଥାପି ଦିନକୁ ଦିନ ଛୋଟ ଛୋଟ ଝିଅ ନିଖୋଜ ହୋଇଯାଉଛନ୍ତି। ଲଗାତର ୫ମ ଥର ଜିତିଥିବା ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି। ସେହିପରି କୌଣସି ଗରିବ ଲୋକ ଥାନାରେ ମାମଲା କଲେ ତାହାକୁ ସମ୍ବେଦନଶୀଳଭାବେ ନିଆଯାଉନାହିଁ। ଓଲଟା ମାମଲା ରୁଜୁ କରିଥିବା ପରିବାରଙ୍କୁ ଖୋଜିବାକୁ କୁହାଯାଉଛି। ନେତା, ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କଥା ଗଲେ ତଦନ୍ତ ଆରମ୍ଭ ହେଉଛି। କେତେଦିନ ରାଜ୍ୟରେ ଏପରି ଚାଲିବ। ୧୦ରୁ ୧୨ ବର୍ଷିଆ ବାଳିକାଙ୍କୁ ନେଇ ଇଞ୍ଜେକ୍‌ଶନ ଦିଆଯାଇ ସେମାନଙ୍କୁ ଯୌନ ବ୍ୟବସାୟ ପାଇଁ ପ୍ରସ୍ତୁତ କରାଯାଉଛି। ଏ ଧାରା ଦିନକୁ ଦିନ ବଢିବାରେ ଲାଗୁଛି। ରାଜ୍ୟରେ ଝିଅବୋହୂଙ୍କ ଇଜ୍ଜତ ରହୁ ନ ଥିବା ପ୍ରଦୀପ୍ତ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶୂନ୍ୟକାଳରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ନରସିଂହ କହିଥିଲେ ଯେ, ବିଧାନସଭାରେ କ’ଣ ପାଇଁ ଆଲୋଚନା କରାଯାଉଛି, ତାହା ବେଳେବେଳେ ଭାବିବାକୁ ପଡୁଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଭିନ୍ନ ସମୟରେ ଆଲୋଚନା ଏବଂ ଗଠନଧର୍ମୀ ପ୍ରସ୍ତାବ ଦିଆଯାଉଛି, ହେଲେ ତାହାର କାର୍ଯ୍ୟକାରିତା ଦେଖିବାକୁ ମିଳୁନାହିଁ। ସେପଟେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖି ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଥିବା କହି ଚୁପ୍‌ ହୋଇ ବସିପଡୁଛନ୍ତି। ବଳାତ୍କାର ମାମଲାରେ ୟୁପି ଦେଶରେ ପ୍ରଥମ ସ୍ଥାନରେ ରହିଛି। ହେଲେ ଯଦି ଜନସଂଖ୍ୟାର ଆକାରକୁ ଦେଖି ବଳାତ୍କାର ସଂଖ୍ୟାକୁ ହିସାବକୁ ନିଆଯାଏ ତେବେ ପ୍ରତିଶତରେ ଓଡ଼ିଶା ସର୍ବାଗ୍ରେ ରହିବ। ରାଜ୍ୟରେ ବ୍ୟାପକ ସଂଖ୍ୟାରେ ଝିଅ ହଜୁଥିବା ନେଇ ସରକାର ଗୃହରେ ଉତ୍ତର ରଖିଛନ୍ତି। ହେଲେ ସେମାନଙ୍କୁ ଖୋଜି ପୋଲିସ ବାହାର କରିପାରୁନାହିଁ। ଭବାନୀପାଟଣାରେ ରହୁଥିବା ବଲାଙ୍ଗୀରର ଝିଅଟି ନିର୍ଯାତନାରେ ଶିକାର ହୋଇଛି। ସେହିପରି ଅନୁଗୋଳ ଘଟଣାରେ ଗିରଫ କଥା କୁହାଯାଉଛି। ହେଲେ କୌଣସି ଘଟଣା ଘଟିବା ପରେ ଗିରଫ କ’ଣ ଏହାର ସମାଧାନ। ରାଜ୍ୟରେ ଏମିତି ଅପରାଧ ବଢ଼ି ଚାଲିଥିବ ଏବଂ ସରକାର ଖାଲି ଗିରଫ କରି ଚାଲିଥିବେ। ଗୋଟିଏ ଘଟଣା ପାଇଁ ଜେ.ବି. ପଟ୍ଟନାୟକଙ୍କ ସରକାର ଚାଲିଯାଇଥିଲା। ହେଲେ ସେ ସରକାର ସମ୍ବେଦନଶୀଳ ଥିଲେ ଓ ଜନମତକୁ ସମ୍ମାନ ଦେଇ ଗୃହରେ ଉତ୍ତର ରଖୁଥିଲେ। ବର୍ତ୍ତମାନ ଦୈନିକ ୭ ଜଣ ମହିଳା ବଳାତ୍କାରର ଶିକାର ହେଉଥିବା ବେଳ ସରକାର ଆଇନ ତା’ ବାଟରେ ଯିବ ବୋଲି କହି ଖସିଯାଉଥିବା ନରସିଂହ କହିଥିଲେ। ସେହିପରି ପୋଲିସ ଡ୍ୟୁଟି ପୋଷାକ ନ ପିନ୍ଧି ପୀଡ଼ିତାଙ୍କ ପାଖକୁ ଯିବାର ନିୟମ ରହିଛି, ହେଲେ ଭବାନୀପାଟଣା ଘଟଣାରେ ପୋଲିସ ଖାକି ପିନ୍ଧି ଯାଇଥିବା କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ।
ଏହାପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସୁର ରାଉତରାୟ ମଧ୍ୟ କହିବାକୁ ଚାହିଁଥିଲେ, ହେଲେ ସୁଯୋଗ ମିଳି ନ ଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟରେ ନାବାଳିକା ଅପହରଣ ପରି ଅନ୍ୟାନ୍ୟ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିରୋଧୀମାନେ ଆଲୋଚନା ପାଇଁ ଅଡ଼ି ବସିଥିଲେ। ଏପରି କି କଂଗ୍ରେସ ଏବଂ ଭାଜପା ସଭ୍ୟ ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ବାଧ୍ୟହୋଇ ଗୃହକୁ ପ୍ରଥମେ ୧୨ଟା୧୭ରୁ ୧୨ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨ଟା ୩୦ରୁ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଭାଜପା ସଭ୍ୟ ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରି ସ୍ଲୋଗାନ ଦେଇଥିଲେ। ଏପରି କି ଭାଜପା ଓ କଂଗ୍ରେସ ସଭ୍ୟ ମିଳିତଭାବେ ସରକାରଙ୍କ ବିରୋଧରେ ହୋହଲ୍ଲା ଜାରି ରଖିଥିଲେ। ଏହାପରେ ବାଚସ୍ପତି ୧୨ଟା ୩୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ପୁନର୍ବାର ମୁଲତବୀ ଘୋଷଣା କରିଥିଲେ।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ଅବସ୍ଥା ଜାରି ରହିଥିଲା। ବିରୋଧୀ ସଭ୍ୟମାନେ ହୋହଲ୍ଲା ଜାରି ରଖିଥିଲେ। ଏହା ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ, ଲାଞ୍ଜିଗଡ଼ରେ ମାଓବାଦୀମାନେ ଗୁଳିମାଡ଼ କରିଛନ୍ତି। ନିକଟରେ କେନ୍ଦ୍ରାପଡ଼ାରେ ନିର୍ବାଚନ ସମୟରେ ଗୁଳିକାଣ୍ଡ ହୋଇଥିଲା। ପୁରୀ ଜିଲା ପଟ୍ଟନାୟିକିଆଠାରେ ହତ୍ୟାକାଣ୍ଡ ହେଲା। ଏହାପରେ ବି ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଥିବା କହିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ହିଁ କୁହନ୍ତୁ ସେ କେତେ ଖୁସି ବୋଲି ପ୍ରଦୀପ୍ତ ସମାଲୋଚନା କରିଥିଲେ। ଏହା ପରେ ପୁନର୍ବାର ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ୩ଟା ୫ରୁ ୩ଟା ୩୫ ମିନିଟ୍‌ ଏବଂ ପରେ ୩ଟା ୩୮ରୁ ୪ଟା ୮ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ପରେ ପୁନର୍ବାର ହଟ୍ଟଗୋଳ ହେବାରୁ ୪ଟା ୧୨ରୁ ୫ଟା ୧୨ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସମାନ ପରିସ୍ଥିତି ରହିବାରୁ ଗୃହକୁ ୫ଟା ୧୨ରୁ ୫ଟା ୪୨ ଏବଂ ୫ଟା ୪୨ରୁ ୬ଟା ୧୨ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଗୃହକାର୍ଯ୍ୟକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ନେତା ନରସିଂହ ମିଶ୍ର, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଯୋଗଦେବା ନେଇ କୁହାଯାଇଥିଲା। ହେଲେ ସର୍ବଦଳୀୟ ବୈଠକରୁ କୌଣସି ନିଷ୍କର୍ଷ ନ ବାହାରିବାରୁ କଂଗ୍ରେସ ବିଧାୟକ ଦଳ ସା ୬ଟା ୧୨ ପରେ କକ୍ଷତ୍ୟାଗ କରିଥିଲା। ଏଥିସହିତ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦିଆଯିବା ସହ ନାରାବାଜି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?