ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ, ସରକାରୀ ନିଷ୍ପତ୍ତି ହୋଇନାହିଁ : ମନ୍ତ୍ରୀ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଭଲ ରାଜସ୍ବ ପ୍ରଦାନ କରୁଥିବା ମଦ ଦୋକାନୀଙ୍କୁ ପୁରସ୍କାର ଦେବା କଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏନେଇ କେବଳ ସୁପାରିସ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଉତ୍ତର ରଖିଛନ୍ତି। ଅବକାରୀ ରାଜସ୍ବ ବାବଦରେ ୨୦୧୮-୧୯ରେ ୨୧.୮୭ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍‌ ଏହି ଆର୍ଥିକ ବର୍ଷରେ ୩୯୨୫.୪୧ କୋଟି ଟଙ୍କା ରାଜସ୍ବ ମିଳିଛି। ଏହା ପୂର୍ବରୁ ୨୦୧୭-୧୮ରେ ଏହା ୩୨୨୧.୦୩ କୋଟି, ୨୦୧୬-୧୭ରେ ୨୭୮୬.୨୫ କୋଟି, ୨୦୧୫-୧୬ରେ ୨୫୬୮.୬୮ କୋଟି ଏବଂ ୨୦୧୪-୧୫ରେ ୨୦୩୮.୭୯ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ୨୦୦୯-୧୦ରେ ୮୪୮.୯୬ କୋଟି, ୨୦୧୦-୧୧ରେ ୧୦୯୪.୩୮ କୋଟି, ୨୦୧୧-୧୨ରେ ୧୩୭୯ କୋଟି, ୨୦୧୨-୧୩ରେ ୧୪୯୯.୯୦ କୋଟି ଏବଂ ୨୦୧୩-୧୪ରେ ୧୭୮୦.୨୮ କୋଟି ଟଙ୍କା ଅବକାରୀ ରାଜସ୍ବ ଭାବେ ସଂଗୃହୀତ ହୋଇଥିଲା।
ଗୃହରେ ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝି ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ସମାଲୋଚନା କରିଛନ୍ତି। ମୋହନ କହିଛନ୍ତି ଯେ, ଗୋଟିଏପଟେ ମଦକୁ ରୋକିବା ପାଇଁ ସରକାର କହୁଥିବା ବେଳେ ଅପରପକ୍ଷରେ ଷ୍ଟାଣ୍ଡିଂ କମିଟି ଅଧିକ ମଦ ବିକ୍ରି କରୁଥିବା ଦୋକାନୀଙ୍କୁ ପୁରସ୍କାର ପାଇଁ ସୁପାରିସ କରୁଛି। ରାଜ୍ୟ ସରକାର ମଦ ନୀତିକୁ ନେଇ ଦୋମୁହାଁ ରଣନୀତି ପ୍ରଦର୍ଶନ କରୁଛନ୍ତି। ମଦନୀତି ବାବଦରେ ସେ ପଚାରିଥିବା ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ମିଳି ନ ଥିବାରୁ ମୋହନ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ପରଜଙ୍ଗ ବିଧାୟକ ନୃସିଂହ ସାହୁ ଆମ୍ବପଳାସ ଗାଁରେ ଚୋରାମଦ କାରବାର ନେଇ ଅବକାରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ସେଠାରେ ହେଉଥିବା ଧରପଗଡ଼ ଜିଲା ପ୍ରଶାସନ-ଅବକାରୀ ବିଭାଗର ସଲାସୁତୁରାରେ ହେଉଥିବା ଅଭିଯୋଗ କରିଥିଲେ। ତେଣୁ ରାଜ୍ୟସ୍ତରୀୟ ଅଧିକାରୀ ସେଠାକୁ ଯାଇ ଧରପଗଡ଼ କରନ୍ତୁ ବୋଲି ନୃସିଂହ ଅନୁରୋଧ କରିଥିଲେ। ଅବକାରୀ ମନ୍ତ୍ରୀ ପୂଜାରୀ ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଇଥିଲେ। ମହିଳାମାନେ ବିଭିନ୍ନ ସମୟରେ ମଦ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ଆନ୍ଦୋଳନ ପରେ ମଦ ଦୋକାନ ବନ୍ଦ ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଜେଡି ବିଧାୟକ ପ୍ରତାପଦେବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ପୂଜାରୀ ବିଭିନ୍ନ ନିୟମ ବିଷୟରେ ବର୍ଣ୍ଣନା କରିବା ସହ ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁବାସ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ବେହେରା ପ୍ରମୁଖ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri