Home Middle

ସ୍ବାଭାବିକ ବାଟରେ ଉପତ୍ୟକା

ଶ୍ରୀନଗର/ଜମ୍ମୁ,୧୮ା୮(ପି.ଟି.): କଶ୍ମୀର ଉପତ୍ୟକା ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। କେତେକ ଅଞ୍ଚଳରେ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରହିଥିବା କଟକଣାକୁ ଶନିବାର କୋହଳ କରିଦିଆଯାଇଛି। ଏଥିସହିତ ବିଭିନ୍ନ ଅଞ୍ଚଳରେ ଲ୍ୟାଣ୍ଡଲାଇନ ଟେଲିଫୋନ ସେବା ଆରମ୍ଭ ହୋଇଥିବାବେଳେ ଜମ୍ମୁର ୫ଟି ଜିଲାରେ ୨ଜି…

ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ-କଶ୍ମୀର,୧୭।୮: ପାକିସ୍ତାନ ଶନିବାର ଜମ୍ମୁ-କଶ୍ମୀର ରାଜୌରି ଜିଲାର ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି। ଶହୀଦ ଯବାନ ହେଉଛନ୍ତି ଲାନ୍ସ ନାଏକ ସନ୍ଦୀପ ଥାପା। ସୂଚନାଯୋଗ୍ୟ, ରାଜୌରିର ଏଲ୍‌ଓସିରେ ସକାଳ ପ୍ରାୟ ୬ଟା…

ଭୁଟାନରେ ମୋଦି: ପାରୋ ବିମାନ ବନ୍ଦରରେ ଗାର୍ଡ ଅଫ୍‌ ଅନର୍‌

ଥିମ୍ପୁ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ପରେ ମୋଦିଙ୍କୁ…

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି ଗ୍ରହାଣୁ ସୂର୍ଯ୍ୟ ଚାରିପଟେ ଘୁରିବୁଲୁଛି। ୪ରୁ ୯ କିଲୋମିଟର ବ୍ୟାସ ଥିବା ଏହି ଗ୍ରହାଣୁ…

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା: ଜିରୋ ବାଲାନ୍ସ୍‌ ଖାତାରେ ଜମା ହୋଇଛି ଏକ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ଜିରୋ ବାଲାନ୍ସ୍‌ ଖାତାରେ ଇତିମଧ୍ୟରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ସୂଚନା ଅଧିକାର ଅନ୍ତର୍ଗତ କରାଯାଇଥିବା ଏକ ଆବେଦନ ରିପୋର୍ଟରୁ ଏହା…

୨ ଦିନିଆ ଭୁଟାନ ଗସ୍ତରେ ମୋଦି

ନୂଆଦିଲ୍ଲୀ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୨ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଗସ୍ତକାଳରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି। ଏହାସହିତ ଭାରତ-ଭୁଟାନ ମଧ୍ୟରେ କେତେକ ଦ୍ୱିପାକ୍ଷିକ ଚୁକ୍ତି ଏହି ଅବସରରେ ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି।…

କଶ୍ମୀରକୁ ୟୁଏନ୍‌ଏସ୍‌ସିକୁ ଟାଣିଲା ପାକିସ୍ତାନ: ଜାତିସଂଘରେ ରୁଦ୍ଧଦ୍ୱାର ବୈଠକ

ଜାତିସଂଘ,୧୭ା୮,(ପି.ଟି./ଆଇଏଏନ୍‌ଏସ୍‌): କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ଜାତିସଂଘରେ ଚ୍ୟାଲେଞ୍ଜ କରିଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ର ପଦକ୍ଷେପକୁ…

ଅର୍ଥନୀତିକୁ ପ୍ରୋତ୍ସାହନ;ପ୍ରଧାନମନ୍ତ୍ରୀ-ସୀତାରାମନ୍‌ ଆଲୋଚନା

ନୂଆଦିଲ୍ଲୀ,୧୭-୮: ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଥିବା ବେଳେ ଏହାକୁ ରୋକିବା ଲାଗି ଉପାୟ ସ୍ଥିର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗୁରୁବାର ଏହି…

ରାଜ୍ୟ କ୍ୟାବିନେଟ: ଶ୍ରୀମନ୍ଦିର ସୁରକ୍ଷା ଓ ଚତୁଃପାର୍ଶ୍ୱ ଉନ୍ନୟନକୁ ଗୁରୁତ୍ୱ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ସଚିବାଳୟରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମନ୍ଦିର ସୁରକ୍ଷା ଓ ଚତୁଃପାର୍ଶ୍ୱ ଉନ୍ନୟନକୁ ଗୁରୁତ୍ୱ ଦିଆଯାଇଛି। ଜଷ୍ଟିସ ବିପି ଦାସ କମିଶନ ଦେଇଥିବା ପ୍ରସ୍ତାବ ଅନୁସାରେ ପଦକ୍ଷେପ ନିଆଯିବ।…

ବଦଳିଲା ‘ମେଡିକାଲ ବଣ୍ଡ ପଲିସି ନିୟମ’: ପାଠପଢ଼ା ପରେ ଦୁଇ ବର୍ଷ ଓଡ଼ିଶାରେ କାମ କରିବାକୁ ବାଧ୍ୟ, ନହେଲେ ଦେବାକୁ ପଡ଼ିବ ମୋଟା ଟଙ୍କର ଅର୍ଥ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଚଳିତ ବର୍ଷଠାରୁ ଲାଗୁ ହେବ ବୋଲି ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନାନୁଯାୟୀ, ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ କରି…

ବିଜେଡି ନେତାଙ୍କୁ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବହୁ ବିଜେଡି ନେତାଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତ କରିଛନ୍ତି। କେଉଁ ବିଜେଡି ନେତାଙ୍କୁ କେଉଁ ପଦରେ ନିଯୁକ୍ତ କରାଯାଇଛି ଜାଣନ୍ତୁ- ଲେନିନ ମହାନ୍ତି- ସମ୍ପାଦକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସୁଜିତ କୁମାର-…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri