କଶ୍ମୀରକୁ ୟୁଏନ୍‌ଏସ୍‌ସିକୁ ଟାଣିଲା ପାକିସ୍ତାନ: ଜାତିସଂଘରେ ରୁଦ୍ଧଦ୍ୱାର ବୈଠକ

ଜାତିସଂଘ,୧୭ା୮,(ପି.ଟି./ଆଇଏଏନ୍‌ଏସ୍‌): କଶ୍ମୀର ସମ୍ପର୍କିତ ଭାରତର ନିଷ୍ପତ୍ତିକୁ ପାକିସ୍ତାନର ସବୁଦିନିଆ ବନ୍ଧୁ ଚାଇନା ଜାତିସଂଘରେ ଚ୍ୟାଲେଞ୍ଜ କରିଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବା ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଅଗଷ୍ଟ ୫ର ପଦକ୍ଷେପକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଆଲୋଚନା ପାଇଁ ଇସ୍‌ଲାମାବାଦ ଚାଇନାକୁ ଗୁହାରି କରିଥିଲା। ଚାଇନାର ଅନୁରୋଧକ୍ରମେ ଶୁକ୍ରବାର ରାତି ୭ଟା ୩୦ରେ ୟୁଏନ୍‌ଏସ୍‌ସିର ସିକ୍ୟୁରିଟି କାଉନ୍‌ସିଲ୍‌ କନ୍‌ସଲ୍‌ଟେଶନ ରୁମ୍‌ରେ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି।
ଉଚ୍ଛେଦକୁ ଭାରତ ଏହାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଦର୍ଶାଉଛି, ଯାହାକୁ ରୁଷିଆ ସମେତ ଅନେକ ରାଷ୍ଟ୍ରର ସମର୍ଥନ ମିଳିଛି। ବୈଠକରେ ଯୋଗଦେବା ପୂର୍ବରୁ ଜାତିସଂଘରେ ରୁଷିଆର ସ୍ଥାୟୀ ପ୍ରତିନିଧି ଡିମିଟ୍ରି ପୋଲିୟାନ୍‌ସ୍କି ମସ୍କୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଏହା ଭାରତ-ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଦୁଇଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ଆବଶ୍ୟକ ବୋଲି ଆମେ ଚାହୁଁ। ସେହିପରି ଜାତିସଂଘର ଜଣେ କୂଟନୀତିଜ୍ଞ କହିଛନ୍ତି, ସୁରକ୍ଷା ପରିଷଦରେ ‘ଇଣ୍ଡିଆ ପାକିସ୍ତାନ କ୍ୱେଶ୍ଚିନ’ ନେଇ ଆଲୋଚନା ପାଇଁ କାର୍ଯ୍ୟସୂଚୀ ରହିଛି। ଅଗଷ୍ଟ ମାସ ପାଇଁ ପୋଲାଣ୍ଡ ସୁରକ୍ଷା ପରିଷଦର ଅଧ୍ୟକ୍ଷ ରହିଛି। ଏହାର ଅଧ୍ୟକ୍ଷ ଜୋଆନ୍ନା ରୋନେକାଙ୍କ ନିକଟକୁ ଆଲୋଚନା ପାଇଁ ପାକିସ୍ତାନ ଚିଠି ଲେଖିଥିଲା। ମିଳିଥିବା ସୂଚନାନୁସାରେ ୟୁଏନ୍‌ଏସ୍‌ସିରେ ଅନୌପଚାରିକ ଆଲୋଚନା ହୋଇଥିବାରୁ ବୈଠକର ନିଷ୍କର୍ଷ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ନାହିଁ। କେବଳ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ବୈଠକ ହୋଇଛି। ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଓ ଆମେରିକା। ସେହିପରି ୧୦ ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ବେଲ୍‌ଜିଅମ୍‌, କୋଟେ ଡି’ଆଇଭରି, ଡୋମିନିକାନ୍‌ ରିପବ୍ଲିକ୍‌, ଇକ୍ୱେଟୋରିଆଲ ଗିନି, ଜର୍ମାନୀ, ଇଣ୍ଡୋନେସିଆ, କୁଏଟ୍‌, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା। ଏହି ବୈଠକରେ ପାକିସ୍ତାନ ଯୋଗଦେବା ପାଇଁ ଅନୁରୋଧ କରିଥିଲା, ଯାହାକି ପ୍ରତ୍ୟାଖ୍ୟାନ ହୋଇଛି। ଭାରତ ମଧ୍ୟ ବୈଠକରେ ଯୋଗଦେଇନାହିଁ। ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ଓ ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ରୁଦ୍ଧଦ୍ୱାର ବୈଠକ ପାଇଁ ପରିଷଦକୁ ଅନୁରୋଧ କରିଥିଲା। ୫୪ ବର୍ଷ ମଧ୍ୟରେ ଏହା ହେଉଛି ଏହି ଧରଣର ପ୍ରଥମ ବୈଠକ। ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ସର୍ବାଧିକ ସଂଯମ ଅବଲମ୍ବନ କରି ଶିମ୍‌ଲା ରାଜିନାମା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପରାମର୍ଶ ଦେବା ସହ ଏଥିରେ କଶ୍ମୀର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ମନାକରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri