ବଦଳିଲା ‘ମେଡିକାଲ ବଣ୍ଡ ପଲିସି ନିୟମ’: ପାଠପଢ଼ା ପରେ ଦୁଇ ବର୍ଷ ଓଡ଼ିଶାରେ କାମ କରିବାକୁ ବାଧ୍ୟ, ନହେଲେ ଦେବାକୁ ପଡ଼ିବ ମୋଟା ଟଙ୍କର ଅର୍ଥ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟ ସରକାର ମେଡିକାଲ ବଣ୍ଡ ପଲିସି ନିୟମକୁ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଚଳିତ ବର୍ଷଠାରୁ ଲାଗୁ ହେବ ବୋଲି ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନାନୁଯାୟୀ, ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ କରି ପିଜି କଲେ ରାଜ୍ୟରେ ରହିବାକୁ ପଡ଼ିବ। ସେହିଭଳି ପିଜି ଅଥବା ସୁପର ସ୍ପେଶାଲିଷ୍ଟ କୋର୍ସ କଲେ ରାଜ୍ୟରେ ରହିବାକୁ ବାଧ୍ୟ ହେବେ। ଏପରିକି ସେମାନଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ଦୁଇ ବର୍ଷ କାମ କରିବାକୁ ପଡ଼ିବ। ଯଦି କେହି ତାହା ନ କରନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ ହେବ। ପିଜି ଛାତ୍ରୀଛାତ୍ର ଦେଢ଼ କୋଟି ଟଙ୍କା ଦେବାକୁ ଥିବା ବେଳେ ସୁପର ସ୍ପେଶାଲିଷ୍ଟ କୋର୍ସ କରୁଥିବା ଛାତ୍ରୀଛାତ୍ର ଦୁଇ କୋଟି ଟଙ୍କା ଦେବେ ବୋଲି ସେ କହିଛନ୍ତି।

ପୂର୍ବରୁ ସରକାରୀ ମେଡିକାଲ କଲେଜରେ ପାଠପଢ଼ି ବାହାରକୁ ପିଜି କରିବାକୁ ଯାଉଥିବା ଛାତ୍ରୀଛାତ୍ର ୩୬ ଲକ୍ଷ ଟଙ୍କା ଜମା କରିବାକୁ ନିୟମ ରହିଥିଲା। ଏବେ ଏହାକୁ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁସାରେ ସେମାନେ ବଣ୍ଡ ପଲିସି ବାବଦକୁ ସର୍ବନିମ୍ନ ଦେଢ଼ କୋଟି ଟଙ୍କା ଜମା କରିବେ। ସେହିଭଳି ସୁପର ସ୍ପେଶାଲିଷ୍ଟ ପଢ଼ୁଥିବା ଛାତ୍ରୀଛାତ୍ର ଦୁଇ କୋଟି ଟଙ୍କା ଜମା କରିବେ। ବାହାର ରାଜ୍ୟରୁ ଓଡ଼ିଶା ଆସି ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟ ନିୟମ ପରିବର୍ତ୍ତନ କରାଯାଇଛି। ସେମାନେ ମଧ୍ୟ ଦୁଇ ବର୍ଷ ଓଡ଼ିଶାରେ କାମ କରିବାକୁ ବାଧ୍ୟ। ନଚେତ ସମାନ ପରିମାଣର ଟଙ୍କା ଦେଲେ ସେମାନେ ଯାଇପାରିବେ। ପୂର୍ବ ନିୟମ ଯୋଗୁ ରାଜ୍ୟରେ ଡାକ୍ତର ନିଅଣ୍ଟ ପଡ଼ୁଥିଲେ। ଏବେ ଓଡ଼ିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ବହୁ ଡାକ୍ତର ଓଡ଼ିଶାରେ ରହିବେ ଓ ଲୋକଙ୍କର ସେବା କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଟ୍ରମ୍ପଙ୍କୁ ହତ୍ୟା ପାଇଁ ପୁଣି ବଡ଼ ଷଡ଼ଯନ୍ତ୍ର! ଇରାନର ନୂଆ ଚକ୍ରାନ୍ତକୁ ନେଇ ଆମେରିକାକୁ ଚେତାଇଲା…

ୱାଶିଂଟନ,୧୦।୭: ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ସୈନ୍ୟ ସଂଘାତ ମଧ୍ୟରେ ଏକ ଗମ୍ଭୀର ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଗୁପ୍ତଚର ସଂସ୍ଥା…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ, ବିଶ୍ୱର ୯୨% ଲୋକଙ୍କ ଉପରେ ପଡ଼ୁଛି କର୍କଟ ରୋଗର ପ୍ରଭାବ

ନୂଆଦିଲ୍ଲୀ,୧୦ା୭(ପି.ଟି.): ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୨% ଲୋକ ନିଜ ଜୀବନକାଳ ମଧ୍ୟରେ ଅନ୍ତତଃ ପକ୍ଷେ ଥରେ କର୍କଟ ରୋଗ ବା କ୍ୟାନ୍‌ସରର ସିଧାସଳଖ କିମ୍ବା ପରୋକ୍ଷ ପ୍ରଭାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri