ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର
ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ
ବରଗଡ ଅଫିସ,୨୧।୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଗସ୍ତରେ ଆସି ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା, ବିଜ୍ଞାନ କେନ୍ଦ୍ର ଉଦଘାଟନ କରିଛନ୍ତି। ଏହାସହିତ ଜିଲାର ଅନ୍ୟ କେତେକ ପ୍ରକଳ୍ପର ଉଦଘାଟନ ଓ…
ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି: ବ୍ରାଜିଲ୍ ରାଷ୍ଟ୍ରପତି ବୋଲସୋନାରୋ; ପ୍ରଥମ ଥର ପାଇଁ ଆସୁଛନ୍ତି ୪ ଦିନିଆ ଭାରତ ଗସ୍ତରେ
ନୂଆଦିଲ୍ଲୀ,୨୧।୧: ପ୍ରଥମ ଥର ପାଇଁ ୪ ଦିନିଆ ଭାରତ ଗସ୍ତରେ ବ୍ରାଜିଲ୍ ରାଷ୍ଟ୍ରପତି ଜୈର୍ ବୋଲସୋନାରୋ ଆସୁଛନ୍ତି। ସେ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୋଲସୋନାରୋ ଜାନୁୟାରୀ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ରହିବେ। ୨୪…
ପୃଥିବୀର ଖରାପ ଆର୍ଥିକ ସ୍ଥିତି ପାଇଁ ଦାୟୀ ଭାରତ: ଗୀତା ଗୋପିନାଥ
ନୂଆଦିଲ୍ଲୀ,୨୧।୧: ସମ୍ପ୍ରତି ପୃଥିବୀରେ ଦେଖାଦେଇଥିବା ଖରାପ ଆର୍ଥିକ ସ୍ଥିତି ପାଇଁ ଭାରତ ଦାୟୀ। ଭାରତ ଯୋଗୁ ଅନ୍ତର୍ଜାତୀୟସ୍ତର ଧାର୍ଯ୍ୟ ଅଭିବୃଦ୍ଧି ଲକ୍ଷ୍ୟ ୮୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥଶାସ୍ତ୍ରୀ ତଥା ମୂଳ ଭାରତୀୟ…
‘ଜୀବନକୁ ନିୟନ୍ତ୍ରଣ ନ କରୁ ପ୍ରଯୁକ୍ତି’
ନୂଆଦିଲ୍ଲୀ,୨୧ା୧(ପି.ଟି.): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବାକୁ ଓ ଅଭିଭାବକମାନଙ୍କ ବୋଝ ହାଲୁକା କରିବାକୁ ସେ…
୩ ବର୍ଷର କାର୍ଯ୍ୟକାଳ: ନଡ୍ଡାଙ୍କ ଆଗରେ ଦକ୍ଷିଣ ଏବଂ ପୂର୍ବୋତ୍ତର ଅଗ୍ନି ପରୀକ୍ଷା
ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡା ସୋମବାର କାର୍ଯ୍ୟ ଭାର ସମ୍ଭାଳିଛନ୍ତି। ସେ ଏହି ପଦରେ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ରହିବେ। ନଡ୍ଡାଙ୍କ କାର୍ଯ୍ୟକ୍ଷେତ୍ର କେତେଦୂର ସଫଳ ରହିବ ସେନେଇ ଏବେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।…
ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ
ନୂଆଦିଲ୍ଲୀ,୨୦।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ଆଦେନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି। ଏଥିରେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ କୌଣସି ନୂଆ ତଥ୍ୟ ନ ଥିବା ଦର୍ଶାଇ କୋର୍ଟ ଏହାକୁ ଖାରଜ କରି…
ନଡ୍ଡା ହେଲେ ଭାଜପା ଅଧ୍ୟକ୍ଷ
ନୂଆଦିଲ୍ଲୀ,୨୦।୧: କେନ୍ଦ୍ରର ଶାସନ ଗାଦିରେ ବସିଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦୀର୍ଘ ୬ ବର୍ଷ ପରେ ଏବେ ମିଳିଛି ନୂଆ ଅଧ୍ୟକ୍ଷ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଜରିଆରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ଜଗତ ପ୍ରକାଶ ନଡ୍ଡାକୁ ନୂଆ ଅଧ୍ୟକ୍ଷ…
‘କୃଷି ଓଡ଼ିଶା-୨୦୨୦’କୁ ଉଦ୍ଘାଟିତ; ସରକାର ସୁବବେଳେ ଚାଷୀଙ୍କ ସହ ଅଛନ୍ତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’ ସୋମବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି। ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସବୁବେଳେ ଓଡ଼ିଶାର ଚାଷୀଙ୍କ ସହ ଅଛନ୍ତି। ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ…
୬୩ ଧନୀକଙ୍କ ପାଖରେ ଦେଶର ଗୋଟିଏ ବର୍ଷର ବଜେଟ ତୁଳନାରେ ଅଧିକ ସମ୍ପତ୍ତି
ନୂଆଦିଲ୍ଲୀ,୨୦।୧: ଦେଶର ୧ ପ୍ରତିଶତ ଧନୀକଙ୍କ ପାଖରେ ୭୦ ପ୍ରତିଶତ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଠୁଳ ହୋଇ ରହିଛି। ଏସବୁ ଧନୀକଙ୍କ ପାଖରେ ଥିବା ସମ୍ପତ୍ତି ଦେଶର ୯୫ କୋଟି ଲୋକଙ୍କ ପାଖରେ ଥିବା ସମ୍ପତ୍ତି ସହ ସମାନ। ସେହିପରି…
ଶୋପିଆନ ଏନ୍କାଉଣ୍ଟର: ୩ ଆତଙ୍କବାଦୀ ମୃତ
ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଶୋପିଆନରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କହିଛି କଶ୍ମୀର ଜୋନ୍ ପୋଲିସ। ଏପର୍ଯ୍ୟନ୍ତ ଏମାନଙ୍କର ପରିଚୟ ମିଳିନାହିଁ। ଶୋପିଆନର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିବା…
ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି
ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ବିଫଳତା ପରେ ନ ଅଟକି ଆଗେଇବା ଲାଗି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଜୀବନରେ ସଫଳତା…
Archives


