କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍ ହେବ ରିଂ ରୋଡ୍, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍ସିବି ନବନିର୍ମାଣ କାର୍ଯ୍ୟ
କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ ଚତୁଃପାର୍ଶ୍ୱ ରିଂ ରୋଡ୍ ୬ ଲେନ୍ ହେବ। କଟକ ଏସ୍ସିବି ମେଡିକାଲ ବିଶ୍ୱସ୍ତରୀୟ ହେବ।…
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୬୪୪ ସନ୍ତ୍ରାସବାଦୀ
ଗୁଆହାଟୀ,୨୩।୧: ଆସାମର ପ୍ରତିଷ୍ଠିତ ୮ସଙ୍ଗଠନର ୬୪୪ ସନ୍ତ୍ରାସବାଦୀ ୧୭୭ ମାରଣାସ୍ତ୍ର ସହ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି ଏହା ରାଜ୍ୟ ପାଇଁ ଓ ପୋଲିସ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ। ପୋଲିସର…
କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାର ସ୍ଥାନ ନାହିଁ
ନୂଆଦିଲ୍ଲୀ,୨୩ା୧(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିବାବେଳେ ଏହାର ସମାଧାନ ଦିଗରେ ଭାରତ ଓ ପାକିସ୍ତାନକୁ ସହାୟତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରସ୍ତାବ ଦେଇଥିବାବେଳେ ନୂଆଦିଲ୍ଲୀ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। କଶ୍ମୀର ଭାରତ ଓ ପାକିସ୍ତାନ…
ସାମ୍ବିଧାନିକ ପୀଠରେ ହେବ ସିଏଏ ଶୁଣାଣି
ନୂଆଦିଲ୍ଲୀ,୨୩ା୧(ପି.ଟି.): କେନ୍ଦ୍ର ସରକାରଙ୍କ ଯୁକ୍ତି ନ ଶୁଣି ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ୧୪୩ ପିଟିଶନ ଦାଏର ହୋଇଥିବାବେଳେ ଏହା ଉପରେ…
ଗଗନୟାନ ମିଶନ: ବ୍ୟୋମମିତ୍ରା ମାନବ ରୋବୋର ଭିଡ଼ିଓ ଜାରି କଲା ଇସ୍ରୋ
ବେଙ୍ଗାଲୁରୁ,୨୨।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହା ପୂର୍ବରୁ ମାନବ ରୋବୋ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି। ବୁଧବାର ବ୍ୟୋମମିତ୍ରାର ଫଟୋ…
ଚନ୍ଦ୍ରୟାନ-୩ ପାଇଁ ଆରମ୍ଭ ହେଲାଣି କାମ: କେ. ଶିବନ
ବେଙ୍ଗାଲୁରୁ,୨୨।୧: ଚନ୍ଦ୍ରୟାନ-୩ ପାଇଁ କାମ ଆରମ୍ଭ ହୋଇ ସାରିଛି। ଏହାର ନିର୍ମାଣରେ ବୈଜ୍ଞାନିକମାନେ ଉତ୍ସାହର ସହିତ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ ବୁଧବାର ସୂଚନା ଦେଇଛନ୍ତି। ଚନ୍ଦ୍ରୟାନ-୩ ଲାଣ୍ଡର ଏବଂ କ୍ରାଫ୍ଟ ନିର୍ମାଣ ଲାଗି ୨୫୦ କୋଟି…
ଝାରପଡ଼ା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ଏସ୍ସିବି ସ୍ଥାନାନ୍ତର
ଭୁବନେଶ୍ୱର/କଟକରୋଡ,୨୨।୧(ବ୍ୟୁରୋ/ ଡି.ଏନ୍.ଏ.): ଭୁବନେଶ୍ୱର ଝାରପଡ଼ା ସ୍ବତନ୍ତ୍ର ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ। ସେ ଶୌଚାଳୟରେ ଇନଭର୍ଟର ତାର ବେକରେ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର…
ଜାତୀୟ ସାହସିକତା ପୁରସ୍କାର: ୨୨ଜଣ ବାଳିକାବାଳକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୨।୧: ଚଳିତ ବର୍ଷ ୨୨ ଜଣ ବାଳିକାବାଳକଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୧୦ ବାଳିକା ଏବଂ ୧୨ ଜଣ ବାଳକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ…
ସିଏଏ: ସାମ୍ବିଧାନିକ ପୀଠରେ ହେବ ବିଚାର; ୪ ସପ୍ତାହ ମଧ୍ୟରେ କେନ୍ଦ୍ରର ମତାମତ ଲୋଡ଼ିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୨।୧: ସିଏଏ ନେଇ ସୁପ୍ରିମ୍କୋର୍ଟ ବୁଧବାର ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହାର ବିରୋଧରେ ଦାଖଲ କରାଯାଇଥିବା ଆବେଦନ ସପକ୍ଷରେ ଆଇନଜୀବୀ କପିଲ ଶିବଲ ସିଏଏକୁ ୨ ମାସ ପାଇଁ ବାତିଲ କରିବାକୁ ଯୁକ୍ତି ଦର୍ଶାଇବା ସହିତ…
୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ଜେଏନ୍ୟୁ ପ୍ରଶାସନ ପାଖରେ ନାହିଁ
ନୂଆଦିଲ୍ଲୀ,୨୨।୧: ଜେଏନ୍ୟୁରେ ପଢୁଥିବା ୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ନାହିଁ। ଏନେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା ଏକ ଆବେଦନରୁ ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ,…
ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ବିଏସ୍ଏଫ୍ ପକ୍ଷରୁ ‘ଅପରେଶନ୍ ଥଣ୍ଡା ପବନ’ ଆରମ୍ଭ
ନୂଆଦିଲ୍ଲୀ,୨୨।୧: ସାଧାରଣତନ୍ତ୍ର ଦିବସରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏସ୍ଏଫ୍ ପକ୍ଷରୁ ଭାରତ-ପାକିସ୍ତାନ…
୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା
ଜାତିସଂଘ,୨୨।୧(ଆଇଏଏନ୍ଏସ୍): ୨୦୧୯ରେ ବିଶ୍ୱର ୫୬ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା ପ୍ରାୟ ଅଧା କମିଥିବା ଜାତିସଂଘ ମହାସଚିବ ଆଣ୍ଟୋନିିଓ ଗୁଟେରେସ୍ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ…
Archives


