ଛେରାପହଁରା କଲେ ଗଜପତି ମହାରାଜା
ପୁରୀ ଅଫିସ, ୧।୭: ରଥରେ ମଦନମୋହନ ବିଜେ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପାଇଁ ପହଞ୍ଚିଥିଲେ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଗଜପତି ଛେରା ପହଁରା କରିସାରିବା ପରେ ନନ୍ଦିଷେଷ ରଥରେ…
ସିଆର୍ପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ
ଶ୍ରୀନଗର, ୧।୭: ଜମ୍ମୁ-କଶ୍ମୀରରେ ୧୭୯ ବାଟାଲିୟନ୍ ସିଆର୍ପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୋପୋରର ମଡେଲ ଟାଉନ ଅଞ୍ଚଳରେ ଏଭଳି ଘଟିଛି। ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା…
CORONAVIRUS UPDATE: ରାଜ୍ୟରେ ପୁଣି ୨୫୧ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୧୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ବାହୁଡୁଛନ୍ତି ମହାପ୍ରଭୁ
ପୁରୀ ଅଫିସ, ୧।୭: ନବଦିନାତ୍ମକ ଯାତ୍ରା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାପ୍ରଭୁ। ସେଥିପାଇଁ ସଅଳ ନୀତିକାନ୍ତି ପରେ ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଅର୍ଥାତ୍ ୭.୨୫ରେ ବାହାଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ ପହଣ୍ଡି…
ଜୁଲାଇ ୩୧ ଯାଏ ବଢ଼ିଲା କଟକଣା
ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଜୁଲାଇ ମାସ ପାଇଁ କିଛି କଟକଣାକୁ ପୂର୍ବବତ ରଖିଛନ୍ତି। ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକ ଯାଇପାରିବେ ନାହିଁ। ଏଥିସହ ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ଆଦି ବନ୍ଦ ରହିବ।…
ଏଣିକି ରାତି ୯ରୁ ସକାଳ ୫
ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାତ୍ରକାଳୀନ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି। ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗିବ। ଏହି ସମୟରେ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ସେହିଭଳି ଶିଳ୍ପ କାରଖାନାରେ କାର୍ଯ୍ୟରତ…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୫ହଜାର ଟପିଲା
ଭୁବନେଶ୍ୱର,୩୦।୬(ବ୍ୟୁରୋ):ରାଜ୍ୟରେ ମଙ୍ଗଳବାର ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଗଜପତି ଜିଲାର ସର୍ବାଧିକ ୫୯ଜଣ ଅଛନ୍ତି। ସେହିଭଳି…
ଭୋକରେ ରହିବେ ନାହିଁ ଦେଶର କୌଣସି ଗରିବ ଭଉଣୀ-ଭାଇ: ମୋଦି
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାସହ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ କଥା ମଧ୍ୟ କହିଛନ୍ତି ମୋଦି। ଆଜି ଯଦି…
କରୋନା ଟୀକା ଧାର୍ଯ୍ୟ ସମୟ ମଧ୍ୟରେ ଦିଆଯିବା ଅପରିହାର୍ଯ୍ୟ: ମୋଦି
ନୂଆଦିଲ୍ଲୀ, ୩୦।୬: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଏବଂ ଦିଆଯିବା ଯୋଜନାର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କରିଛନ୍ତି। ସେ କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟରେ କରୋନା ଟୀକା…
ବୁଧବାରରୁ କାଉଣ୍ଟରରେ ମିଳିବ ମଦ: ଭିଡ ଏଡ଼ାଇବା ପାଇଁ କରାଯିବ ଇ-ଟୋକନ ବ୍ୟବସ୍ଥା
ଭୁବନେଶ୍ୱର, ୩୦।୬(ବ୍ୟୁରୋ): ବୁଧବାରଠାରୁ ମଦ ଦୋକାନ କାଉଣ୍ଟରରେ ମଦ ମିଳିବ। ଓ୍ବାଇନ୍, ବିୟର, ଦେଶୀ ଓ ବିଦେଶୀ ମଦ ଗ୍ରାହକ କିଣିପାରିବେ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ତେବେ କାଉଣ୍ଟରରେ ଭିଡ ଏଡ଼ାଇବା ପାଇଁ ଇ-ଟୋକନ…
୨୬/୧୧ ଭଳି ହେବ ବିସ୍ଫୋରଣ: ତାଜ୍ ହୋଟେଲକୁ ପାକିସ୍ତାନରୁ ଫୋନ୍ରେ ଧମକ
ମୁମ୍ବାଇ, ୩୦।୬: ମୁମ୍ବାଇର ତାଜ୍ ହୋଟେଲକୁ ପାକିସ୍ତାନରୁ ଫୋନ୍ରେ ଧମକ ମିଳିଛି। ୨୬/୧୧ ଭଳି ପୁଣି ହୋଟେଲରେ ବିସ୍ଫୋରଣ ହେବ ବୋଲି ଫୋନ୍ରେ କେହି ଜଣେ ଧମକ ଦେଇଥିବା ପୋଲିସ କହିଛି। ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ହୋଟେଲ ପରିସରରେ…
CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ଉଭୟ ମହିଳା
ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି। ଉଭୟ ମହିଳା ହୋଇଥିବା ବେଳେ ଜଣେ ୪୮ ବର୍ଷୀୟା ଏବଂ ଅନ୍ୟ ଜଣେ ୩୯…
Archives


