Home Middle

ଫାରୁକ୍‌-ଉମର ନଜରବନ୍ଦ, ମେହବୁବାଙ୍କ ଉପରେ କଟକଣା

ଶ୍ରୀନଗର,୧୪।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନଫରେନ୍ସ୍‌ର ନେତା ଫାରୁକ୍‌ ଅବଦୁଲ୍ଲା ଏବଂ ତାଙ୍କ ପୁଅ ଉମର ଅବଦୁଲ୍ଲାଙ୍କୁ ନଜରବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଉମର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିପରି ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ…

ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୧୪ ମୃତ

କୁରନୋଲ,୧୪।୨: ତୀର୍ଥଯାତ୍ରା ପାଲଟିଛି ମହାଯାତ୍ରା। ଆନ୍ଧ୍ରପ୍ରଦେଶର କୁରନୋଲ ଜିଲାର ଭେଲଡୁରୁଟି ଗାଁଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ଘଟିଛି। ଜାତୀୟ ରାଜପଥରେ ରବିବାର ଭୋର୍‌ ୪ଟା ସମୟରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ…

ଉପଯୋଗ ନ କଲେ ଜରିମାନା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶିଳ୍ପାଞ୍ଚଳରୁ ବାହାରୁଥିବା ଗଦା ଗଦା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି କରି ଚାଲିଛି। ଶିଳ୍ପାୟନ ବଢୁଥିବାରୁ ଏହା ଜଳ, ଭୂପୃଷ୍ଠ ଓ ବାୟୁମଣ୍ଡଳକୁ ବିପଜ୍ଜନକ ଭାବେ ଆକ୍ରାନ୍ତ କଲାଣି। ଏହାକୁ ଦୃଷ୍ଟିରେ ରଖି…

ଜୀବିତ ଫେରିବା ନୋହିଲା: ତପୋବନ ଟନେଲରୁ ଉଦ୍ଧାର ହେଉଛି ମୃତଦେହ

ଡେରାଡୁନ୍‌,୧୪।୨: ଉତ୍ତରାଖଣ୍ଡର ତପୋବନ ଟନେଲରେ ଅଟକି ଥିବା ୩୫ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ପରିବାର ବର୍ଗ ଶ୍ରମିକଙ୍କ ଜୀବିତ ଫେରିବା ବାଟକୁ ଚାହିଁ ବସିଥିବାବେଳେ ଏବେ ତାହା ସ୍ବପ୍ନ ପାଲଟିଛି। ଆଖିର ଲୁହ…

ବିହାରରେ କରୋନା ମହାଦୁର୍ନୀତି

ପାଟନା, ୧୪ା୨: ଦେଶରେ ଫେବୃୟାରୀ ୧୩ ସୁଦ୍ଧା ୨୦ କୋଟି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ଟେଷ୍ଟ ସରିଥିବା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) ଓ୍ବେବସାଇଟ୍‌ରେ ତଥ୍ୟ ରହିଛି। ଆଖିଦୃଶିଆ ଏହି ତଥ୍ୟ ପ୍ରଚାର କରି ବାହାବା ନେଉଛନ୍ତି ସରକାର।…

ହିସାବ ନ ମାଗି ହିସାବ ଦିଅ: ଶାହା

ନୂଆଦିଲ୍ଲୀ,୧୩।୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ କଂଗ୍ରେସ ଗତ ୧୭ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ହିସାବ ମାଗି ଆସୁଛି। ତେବେ କଂଗ୍ରେସ ଦେଶର ସାଧାରଣ ଲୋକଙ୍କ ପାଇଁ କ’ଣ କରିଛି ତାହାର ହିସାବ ଦେବା…

୫ ରାଜ୍ୟକୁ ୩,୧୧୩ କୋଟିର ବିପର୍ଯ୍ୟୟ ସହାୟତା

ନୂଆଦିଲ୍ଲୀ,୧୩।୨: ଗତବର୍ଷ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଚାଷ ଜମିରେ ହୋଇଥିବା କୀଟ ଆକ୍ରମଣ ନେଇ ୫ଟି ରାଜ୍ୟକୁ ୩,୧୧୩ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଏହାକୁ ମଞ୍ଜୁର କରିଛନ୍ତି। ଜାତୀୟ ପ୍ରାକୃତିକ…

ପ୍ରଦର୍ଶନର ବି ରହିଛି ସୀମା: ଶାହିନ୍‌ ବାଗ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୨: ଶାହିନ୍‌ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା। ଏହାଦ୍ୱାରା ବାକ୍‌ ସ୍ବାଧୀନତାର ଉଲ୍ଲଂଘନ ହେଉଥିବା ନେଇ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିଲା।…

ବର୍ଷକରେ ୯୬୫ ଥର ଥରିଛି ଭାରତ

ନୂଆଦିଲ୍ଲୀ,୧୩।୨: ଦେଶରେ ଗତବର୍ଷ ୯୬୫ ଥର ଭୂକମ୍ପ ଘଟିଛି। ପ୍ରତିଦିନ ହାରାହାରି ୩ ଥର ଭୂକମ୍ପ ହୋଇଥିବା ନେଇ ବିଜ୍ଞାନ ଜ୍ଞାନକୌଶଳ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଫେବୃୟାରୀ ୫ରେ ଲୋକ ସଭାରେ ଉତ୍ତର ରଖିଥିଲେ। ୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର…

ଲୋକ ସଭାରେ ଭାଜପା-କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା

ନୂଆଦିଲ୍ଲୀ,୧୩।୨: କେନ୍ଦ୍ରୀୟ ବଜେଟ୍‌ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ବଜେଟ ଉପରେ ହୋଇଥିବା ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଲୋକ ସଭାରେ ନିଜର ମତ ରଖିଛନ୍ତି। ସେ କଂଗ୍ରେସକୁ ଟାର୍ଗେଟ କରିବା ସହିତ…

କୁଲଗାମ୍‌ରୁ ଲଶ୍କର ଆତଙ୍କବାଦୀ ଗିରଫ: ୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ

ଶ୍ରୀନଗର,୧୩।୨: ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ରାଥେରଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଜହୁରଙ୍କୁ ସାମ୍ବା ଜିଲାରୁ ଗିରଫ କରାଯାଇଛି। ଗତବର୍ଷ କୁଲଗାମ୍‌ରେ ୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଜହୁରଙ୍କ ବିରୋଧରେ ରହିଛି। ସେ ଗୁଳିକରି…

ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌ର ନଜର: ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୩।୨: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲଙ୍କ କାର୍ଯ୍ୟାଳୟ ଉପରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନନଜର ରଖିଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ସୁରକ୍ଷା ଏଜେନ୍ସିଙ୍କ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। କାର୍ଯ୍ୟାଳୟକୁ ରେକି କରାଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri