ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତା ସରୋଜ
ଭୁବନେଶ୍ୱର, ୫।୧୧(ବ୍ୟୁରୋ): ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ…
ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ
ନୂଆଦିଲ୍ଲୀ,୫।୧୧: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଉପର ମୁହାଁ ହୋଇ ରହିଥିବା ଖାଇବା ତେଲକୁ ନିୟନ୍ତ୍ରଣ କରିବାକୁ ସରକାର ଶୁକ୍ରବାର ଟିକସ୍(ଶୁଳ୍କ) ହ୍ରାସ କରିଛନ୍ତି। ଟିକସ ହ୍ରାସ ହେବାରୁ ବିଭିନ୍ନ ତେଲର ଲିଟର ପିଛା ଦାମ…
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଦିନ ହେବ ଜନତା କର୍ଫ୍ୟୁ
ଭବାନୀପାଟଣା,୫।୧୧(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣା ରାଜ୍ୟରେ ଏବେ ହଇଚୟ ସୃଷ୍ଟି କରିଛି। ମମିତାଙ୍କୁ ନ୍ୟାୟ ଦେବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ ଲଢେଇକୁ ଜୋରଦାର କରିଛନ୍ତି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ…
ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝି
ଭୁବନେଶ୍ୱର,୫।୧୧(ବ୍ୟୁରୋ): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ଏମ୍ପି ପ୍ରଦୀପ ମାଝି ଶନିବାର ବିଜେଡିରେ ଯୋଗ ଦେବେ। ନବରଙ୍ଗପୁରରେ ଆସନ୍ତାକାଲି ପ୍ରଦୀପ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ । କିଛି ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ବି ଏହି ଅବସରରେ ବିଜେଡିରେ ସାମିଲ…
‘ବାବା କେଦାରନାଥଙ୍କ ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ’
ଡେରାଡୁନ,୫।୧୧: ଦେଶର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କେଦାରନାଥଙ୍କୁ ଦର୍ଶନ କରିଛନ୍ତି ମୋଦି । ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା…
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର
କଟକ ଅଫିସ,୫ା୧୧: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର। ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍. ମୁରଲୀଧର ତାଙ୍କୁ ଶପଥ ପାଠ…
କେଦାରନାଥରେ ରୁଦ୍ରାଭିଷେକ କଲେ ମୋଦି
ରୁଦ୍ରପ୍ରୟାଗ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲାର କେଦାରନାଥ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ସେ ଆଳତି କରିବା ସହ ରୁଦ୍ରାଭିଷେକ ବି କରିଛନ୍ତି । ଏହାସହ ଆଦି ଶଙ୍କରାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତିକୁ ମନ୍ଦିର ପରିସରରେ…
ବାରଣ ସତ୍ୱେ ବି ଫୁଟିଲା ବାଣ, ବଢିଲା ପରିବେଶ ପ୍ରଦୂଷଣ
ନୂଆଦିଲ୍ଲୀ,୫ ।୧୧: ଦୀପାବଳିରେ ବାଣ ଫୁଟିବ ନାହିଁ । ଯଦି ଫୁଟିବ ତେବେ ତାହା ସବୁଜ ବାଣ ହୋଇଥିବା ଦରକାର । ଏଭଳି ନିୟମ ଲାଗୁ କରାଯିବା ପରେ ବି ରାଜଧାନୀ ଦିଲ୍ଲୀରେ ଦୀପାବଳିର ବିଳମ୍ବିତ ରାତିରେ ଏଭଳି ବାଣ ଫୁଟିଲା…
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ: ଫେବୃୟାରୀ ସୁଦ୍ଧା ୟୁରୋପରେ କରୋନା ନେଇପାରେ ଆଉ ୫ ଲକ୍ଷ ଲୋକଙ୍କ ଜୀବନ
ଜେନେଭା,୫ ।୧୧: ୟୁରୋପ ଓ ମଧ୍ୟ ଏସିଆର ୫୩ ଦେଶରେ କରୋନା ଭାଇରସର ଆଉ ଏକ ଲହର ଆସିବାର ସମ୍ଭାବନା ରହିଛି । ଏମାନେ ପ୍ରଥମରୁ ନୂଆ ମହାମାରୀର ସାମ୍ନା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ…
ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା
ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ ଦର୍ଶାଯାଇଛି। ଗତ ଜାନୁୟାରୀରେ ସାମ୍ନାକୁ ଆସିଥିବା ଏକ ସାଟେଲାଇଟ୍ ଫଟୋରେ ଚାଇନିଜ ଭିଲେଜ ଉପସ୍ଥିତି…
ଚଳିତ ଶତାବ୍ଦୀରେ ଆସିବ ପ୍ରଳୟ, ଧ୍ୱଂସ ହେବ ପୃଥିବୀ, ୨୩୪ ବୈଜ୍ଞାନିକଙ୍କ ଚେତାବନୀ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୧: ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପ୍ରଳୟ ଆସିବ। ଏଥିରେ ପୃଥିବୀ ଧ୍ୱଂସ ପାଇଯିବ। ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ଏସମ୍ପର୍କିତ ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଆଇପିସିସିର ବୈଜ୍ଞାନିକମାନେ ପ୍ରସ୍ତୁତ…
‘ଛୁଟି ଚାହୁଁଥିଲେ ଏକା ଦେଖାକର’ ମନ୍ତବ୍ୟକୁ ନିର୍ଯାତନା ସୂଚକ ଭାବେ ଗ୍ରହଣ କରିହେବ ନାହିଁ, ହାଇକୋର୍ଟ…
ରାୟପୁର,୪।୧୧: ଜଣେ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ଏଫଆଇଆର୍କୁ ଖଣ୍ଡନ କରି ଛତିଶଗଡ ହାଇକୋର୍ଟ କହିଛନ୍ତି, ‘ଯଦି ଛୁଟି ଚାହୁଁଛ, ଏକୁଟିଆ ଦେଖା କର’ ମନ୍ତବ୍ୟକୁ ଯୌନ ନିର୍ଯାତନା ସୂଚକ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତୀୟ…
Archives


