ଚଳିତ ଶତାବ୍ଦୀରେ ଆସିବ ପ୍ରଳୟ, ଧ୍ୱଂସ ହେବ ପୃଥିବୀ, ୨୩୪ ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୧: ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପ୍ରଳୟ ଆସିବ। ଏଥିରେ ପୃଥିବୀ ଧ୍ୱଂସ ପାଇଯିବ। ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ଏସମ୍ପର୍କିତ ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ଆଇପିସିସିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି।

୨୧୦୦ ସୁଦ୍ଧା ସୁଦ୍ଧା ପୃଥିବୀରେ ଭୟଙ୍କର ପରିବର୍ତ୍ତନ ଆସିବ। ଏଭଳି ପ୍ରଳୟ ଯୋଗୁ ବିପର୍ଯ୍ୟୟ ଘଟିବାର ଆଶଙ୍କା ରହିଛି। ଆଇପିସିସିର ଏହି ଜଳବାୟୁ ରିପୋର୍ଟକୁ ପୃଥିବୀର ୨୩୪ ବୈଜ୍ଞାନିକ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ସମ୍ପର୍କରେ କଲମ୍ବିଆର ମେଡେଲିନରେ ଅବସ୍ଥିତ ଆଣ୍ଟିକୋୟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପାଓଲା ଆରିୟାସ କହିଛନ୍ତି ଯେ, ବିଶ୍ୱ ଯେତେ ଶୀଘ୍ର ବଦଳୁଛି ସେହି ଅନୁସାରେ ଆବଶ୍ୟକତାରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପ୍ରାକୃତିକ ସମ୍ପଦ ଉପରେ ଚାପ ପଡୁଛି। ଏହାଯୋଗୁ ପ୍ରଦୂଷଣ ଏବଂ ବିଶ୍ୱତାପନ ବୃଦ୍ଧି ପାଉଛି। ଏହା ଅନୁସାରେ ବଞ୍ଚିବା କଷ୍ଟକର ହେବାରେ ଲାଗିଛି। ବଦଳୁଥିବା ବର୍ଷା ସ୍ଥତି ଯୋଗୁଁ ଜଳର ଅଭାବ ବୃଦ୍ଧି ପାଉଛି।

ଆଗାମୀ ଦିନରେ ପରିସ୍ଥିତି ଅଧିକ ଭୟଙ୍କର ହେବ। ପାଓଲା ଚେତାବନୀ ଦେଇଛନ୍ତି ଯେ ବିଶ୍ୱତାପନ ଯେପରି ବଢୁୁଛି, ସମୁଦ୍ର ପତ୍ତନ ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି। ଗ୍ଲୋବାଲ ୱାର୍ମିଂକୁ ନେଇ ଅନ୍ତର୍ଜାତୀୟ ନେତାମାନେ ସକ୍ରିୟ ଥିବା ଅନୁମାନ କରିହେଉନାହିଁ ବୋଲି ସେ କହିଛନ୍ତି। ସେମାନେ ଧୀର ଗତିରେ କାମ କରୁଛନ୍ତି। ଏଭଳି କାର୍ଯ୍ୟ ଗତି ସହିତ ପୃଥିବୀକୁ ରକ୍ଷା କରାଯାଇପାରିବ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେତୁ ଲୋକମାନେ ବିସ୍ଥାପିତ ହେବାରେ ଲାଗିଛନ୍ତି। ଆଇପିସିସିର ଜଳବାୟୁ ରିପୋର୍ଟରେ କୁହାଯାଇଛି, ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷ ପାଖରେ ଅଧିକ ସମୟ ବାକି ନାହିଁ। ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ପାଓଲା ଆରିୟାସଙ୍କ ସହିତ ସହମତ ହୋଇଛନ୍ତି।

୪୦ ପ୍ରତିଶତ ବୈଜ୍ଞାନିକ ସ୍ପଷ୍ଟ ଭାବରେ କହିଛନ୍ତି ଯେ ୨୧୦୦ ସୁଦ୍ଧା ପୃଥିବୀରେ ବହୁ ସମସ୍ୟା ଦେଖାଯିବ। ଏହା ଯୋଗୁ ପୃଥିବୀ ଧ୍ୱଂସ ମୁହାଁ ହେବ। ବର୍ଷାରେ ଅନିୟମିତତା, ବାଦଲ ଫାଟିବା, ସୁନାମି, ତାପମାତ୍ରା ବୃଦ୍ଧି,ବନ୍ୟା, ମରୁଡ଼ି ଯୋଗୁଁ ମଣିଷ ସଭ୍ୟତା ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ସେହିପରି ୬୦ ପ୍ରତିଶତ ବୈଜ୍ଞାନିକ ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ହାରାହାରି ତାପମାତ୍ରା ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା କହିଛନ୍ତି। ପ୍ୟାରିସ ଚୁକ୍ତିନାମା ସ୍ଥିର ହୋଇଥିବା୧.୫ ରୁ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ଠାରୁ ଏହା ବହୁତ ଅଧିକ। ୮୮ ପ୍ରତିଶତ ବୈଜ୍ଞାନିକ କହିଛନ୍ତି ଯେ ବିଶ୍ୱତାପନ ବୃଦ୍ଧି ଯୋଗୁ ଜଳ ପ୍ରଳୟ ଭଳି ବିପର୍ଯ୍ୟୟ ଆସିବ। ଜଳବାୟୁ ପରିବର୍ତ୍ତନ ଭବିଷ୍ୟତ ପିଢ଼ିଙ୍କୁ ହନ୍ତସନ୍ତ କରିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

ଗତ ମାସରେ ନେଚର ପତ୍ରିକାର ସର୍ଭେରେ ୨୩୩ ବୈଜ୍ଞାନିକଙ୍କୁ ସାମିଲ କରାଯାଇଥିଲା। ୯୨ ଜଣ ବୈଜ୍ଞାନିକ ଏହାର ଉତ୍ତର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri