କରୋନା ସ୍ଥିତି ଅସମ୍ଭାଳ: ଡାକ୍ତରଖାନାରେ ରେକର୍ଡ ସଂଖ୍ୟକ ପିଲା ଭର୍ତ୍ତି
ଓ୍ବାଶିଂଟନ,୩୧ା୧୨: ଆମେରିକାରେ କରୋନା ଭୂତାଣୁ ଏବଂ ଓମିକ୍ରନର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି। ଏହି ସମୟରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି, ବର୍ତ୍ତମାନ ପିଲାମାନଙ୍କଠାରେ କରୋନା…
ଦ୍ୱନ୍ଦ୍ୱ ଦୂର: ୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ୩ ରୁ ହିଁ ଖୋଲିବ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି…
ପୁଣି ଫେରିବ ଶୀତ
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଆଜିଠୁ ରାଜ୍ୟରେ ପାଣିପାଗ ବଦଳିଯିବ। ପୁଣି ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି। ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡ଼ିରେ ଆଚ୍ଛାଦିତ…
ଟଳି ପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୩୧।୧୨: ଶ୍ରୀନଗର ଜିଲାର ପାଣ୍ଟା ଛକ ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ସୁଦ୍ଧା ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାଶ୍ମୀର ଘାଟିରେ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା…
୧ ହଜାର ଅତିକ୍ରମ କଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବଢି ଚାଲିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ସୁଦ୍ଧା ୧୨୦୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯିବା ପରେ ନୂଆ ବର୍ଷ ଫିକା ପଡିବାକୁ ଯାଉଛି । କାରଣ ସମସ୍ତ ରାଜ୍ୟ ସରକାର…
ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ମହାରାଷ୍ଟ୍ର ପିମ୍ପରି ଚିଚୱାଡାର ବାସିନ୍ଦା ୫୨ ବର୍ଷୀୟ ଜଣେ ବ୍ୟକ୍ତିଙ୍କର…
ଅରୁଣାଞ୍ଚଳରେ ୧୫ଟି ସ୍ଥାନର ନାମ ବଦଳି ଦେଲା ଚାଇନା
ନୂଆଦିଲ୍ଲୀ,୩୦।୧୨: ଉତ୍ତରପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛି ଚାଇନା। ପଡ଼ୋଶୀ ଦେଶର ଏଭଳି ପଦକ୍ଷେପକୁ କଡ଼ା ଶବ୍ଦରେ ସମାଲୋଚନା କରିଛି ନୂଆଦିଲ୍ଲୀ। ଏଭଳି କାର୍ଯ୍ୟ ଦ୍ୱାରା ଅଞ୍ଚଳର ଷ୍ଟାଟସ ବଦଳି ଯିବ ନାହିଁ।…
ଆରମ୍ଭ ହୋଇଗଲାଣି ତୃତୀୟ ଲହର
ମୁମ୍ବାଇ, ୩୦।୧୨: କୋଭିଡ୍-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର କେତେକ କ୍ଲଷ୍ଟରରେ ଏହି ଲହର ଆରମ୍ଭ ହୋଇଗଲାଣି ବୋଲି ଟାସ୍କଫୋର୍ସ ସଦସ୍ୟ ଡ. ରାହୁଲ…
ଜାନୁୟାରୀରେ ପିକ୍ନିକ ମନା
ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରାକର ଗୁରୁବାର ସନ୍ଧ୍ୟାରେ ଜାନୁୟାରୀ ପାଇଁ ନୂଆଁ ଗାଇଡ୍ଲାଇନ ଘୋଷଣା କରିଛନ୍ତି। ଜାନୁଆରୀରେ କୋଭିଡ୍ କଟକଣାକୁ କଡାକଡି କରାଯାଇଛି । ମାସରେ ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ। ରାତି ୧୦ରୁ ସକାଳ ୫ଟା ଯାଏଁ ଏହି…
ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ
ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ନିଶ୍ୱାସ ଜନିତ ସମସ୍ୟା କାରଣରୁ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ଇତିହାସ ରଚିଲା ଭାରତ
ସେଞ୍ଚୁରିୟନ୍,୩୦।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍ରେ ପରାସ୍ତ କରିଛି। ଓପନର୍ କେ.ଏଲ ରାହୁଲଙ୍କ ଏକ ଶତକ ଯୋଗୁ ଭାରତ ପ୍ରଥମ ଇନିଂସରେ ୩୨୭ ରନ ସ୍କୋର କରିବା…
ରାଜ୍ୟରେ ଚିନ୍ତା ବଢାଉଛି ଓମିକ୍ରନ,ଆଉ ୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୩୦।୧୨(ବ୍ୟୁରୋ) : ରାଜ୍ୟରେ ଗୁରୁବାର ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ବୁଧବାର ମଧ୍ୟ ଜଣେ ଆକ୍ରାନ୍ତ…
Archives


