ଚିନ୍ତା ବଢ଼ାଉଛି କେରଳ…
ନୂଆଦିଲ୍ଲୀ, ୧୯।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୨୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୨୨ ହଜାର୨୭୦…
୧୨୪୩୦ ସ୍ମାର୍ଟ କ୍ଲାସ୍ ରୁମ୍ ଲୋକାର୍ପିତ, ୭୫ ବର୍ଷର କାମ ୭ ବର୍ଷରେ ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୨୪୩୦ ସ୍ମାର୍ଟ କ୍ଲାସ୍ ରୁମ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଯାହା ୭୫ ମଧ୍ୟରେ ବର୍ଷରେ କରାଯାଇ ନଥିଲା ଆମ୍ ଆଦ୍ମୀ ପାର୍ଟି ସରକାର ଏହାକୁ ୭ ବର୍ଷରେ…
ଓମିକ୍ରନଠାରୁ ଘାତକ ଏହାର ଛୋଟ ଭାଇ ବିଏ.୨: ଡବ୍ଲୁଏଚଓ
ଜେନେଭା,୧୯ ।୨: ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ଧିରେ ଧିରେ କମ୍ ହୋଇ ଆସୁଥିବା ବେଳେ ଏବେ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନି ଦେଇଛି । ଡବ୍ଲୁଏଚଓ କହିଛି ଓମିକ୍ରନର ଏକ ବିଶେଷ ଭାରିଏଣ୍ଟ ବିଏ.୨ରେ…
ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ ଚାଲିଛି । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ଦିରରେ…
ରାଜ୍ୟରେ ୭୧% ମତଦାନ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ଶେଷ ହୋଇଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଏଥିରେ ପ୍ରାୟ ୭୧% ମତଦାନ ହୋଇଛି। ତେବେ ଚୂଡାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ସୂଚନା…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୧ଟା ସୁଦ୍ଧା ୬୫% ମତଦାନ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଶୁକ୍ରବାର ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥ୍ରେ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ…
ରାଜ୍ୟରେ ହଟିଲା ରାତ୍ରିକାଳୀନ କର୍ଫ୍ୟୁ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ଦୀର୍ଘ ଦିନ ପରେ ଓଡ଼ିଶାରେ କରୋନା ଗ୍ରାଫ୍ ତଳକୁ ଖସିଛି। କରୋନା ପ୍ରକୋପ କମିବାରୁ ରାଜ୍ୟ ସରକାର ପୂର୍ବରୁ ଲାଗିଥିବା କେତେକ କଟକଣାକୁ କୋହଳ କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟର…
ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ
ଅହମ୍ମଦାବାଦ,୧୮।୨: ଗୁଜରାଟର ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଅହମ୍ମଦାବାଦର ସ୍ବତନ୍ତ୍ର କୋର୍ଟ ୪୯ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଅବଶିଷ୍ଟ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହାସହ…
ନେହେରୁଙ୍କ ଭାରତର ଅଧା ଏମ୍ପି ଦାଗୀ
ନୂଆଦିଲ୍ଲୀ,୧୮ା୨: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ପାର୍ଲାମେଣ୍ଟରେ ଉଦ୍ବୋଧନ ଦେବାବେଳେ ‘ନେହେରୁ ଇଣ୍ଡିଆରେ ଏମ୍ପିମାନଙ୍କ ଅପରାଧ ରେକର୍ଡ’ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। ଲୁଙ୍ଗ୍ଙ୍କ ଏଭଳି ଅବାଞ୍ଛିତ ମନ୍ତବ୍ୟ ପାଇଁ ନୂଆଦିଲ୍ଲୀ ପକ୍ଷରୁ…
ଆଜି କୋଟିଆରେ ନିର୍ବାଚନ
କୋରାପୁଟ,୧୮ା୨(ସ୍ବ.ପ୍ର.): ଚର୍ଚ୍ଚାରେ ରହି ଆସିଥିବା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଳକର କୋଟିଆ ପଞ୍ଚାୟତରେ ଶୁକ୍ରବାର ନିର୍ବାଚନ ହେବ। ଏନେଇ କୋରାପୁଟ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଶୁକ୍ରବାର କୋଟିଆ ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଙ୍ଗ, ତାଡ଼ିବାଲସା, ତଳସେମ୍ବି, ଉପରସେମ୍ବି,…
ବିଶ୍ୱକୁ ଠକୁଛି ରୁଷିଆ
ମସ୍କୋ/କ୍ୱିଭ୍/ଓ୍ବାଶିଂଟନ,୧୮ା୨:ବେଲାରୁଷ, କ୍ରିମିଆ ଓ ପଶ୍ଚିମ ରୁଷିଆରେ ବିପୁଳ ସୈନ୍ୟ ଠୁଳ ତଥା ଯୁଦ୍ଧାସ୍ତ୍ର ମୁତୟନର ଉପଗ୍ରହ ଚିତ୍ର ୟୁକ୍ରେନ୍ ସୀମାରୁ ସେନା ପ୍ରତ୍ୟାହାର ନେଇ ମସ୍କୋର ଦାବିକୁ ମିଛ ପ୍ରମାଣିତ କରିଛି। ସାମରିକ ବଳ ଅପସାରଣ କଥା କହି ସୀମାନ୍ତକୁ ଅତିରିକ୍ତ…
ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ଗାଁକୁ ଘାରିଛି ହିଂସା ଭୟ
ଭୁବନେଶ୍ୱର,୧୮ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବଚାନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ରାଜନୈତିକ ହିଂସାକାଣ୍ଡ, ବୁଥ ଜବରଦଖଲ ଭଳି ଘଟଣା ଦେଖାଯିବା ପରେ ଏବେ ଗାଁକୁ ହିଂସା ଭୟ ଘାରିଛି। ଆହୁରି ୪ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଇତିମଧ୍ୟମରେ ପୋଲିଂ…
Archives


