Home Middle

ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦିଲ୍ଲୀ ଗସ୍ତନେଇ ପ୍ରଶାନ୍ତ କିଶୋର ପ୍ରଶ୍ନ ଉଠାଇ…

କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…

ଥିରୁଭାନନ୍ତପୁରମ୍‌, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି। ଏହା ସହିତ ଯାତ୍ରାର ୧୯ ଦିନିଆ କେରଳ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଏହି…

ଇନ୍ଧନ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୧୮ ଜୀବନ୍ତ ଦଗ୍ଧ…

ମେକ୍ସିକୋ ସିଟି,୧୧।୯ : ମେକ୍ସିକୋରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ମୋଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ଏକ ଇନ୍ଧନ ଭର୍ତ୍ତି ଟ୍ୟାଙ୍କର ଏବଂ ଏକ ବସ ଧକ୍କା ହୋଇଥିଲା। ଘଟଣାସ୍ଥଳରେ…

ଦୈନିକ ସଂକ୍ରମଣ-ସକ୍ରିୟ ମାମଲା ତଳ ମୁହାଁ…

ନୂଆଦିଲ୍ଲୀ, ୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୮ ହଜାର ତଳେ ରହିଛି। ମହାରାଷ୍ଟ୍ର,କେରଳରେ ସତର୍କ…

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଆଜି ଦେଶରେ ଗୋଟିଏ ଦିନିଆ ରାଜକୀୟ ଶୋକ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୧୧ ।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ଆଜି ଗୋଟିଏ ଦିନ ରାଜକୀୟ ଶୋକ ଘୋଷଣା କରାଯାଇଛି । ଏଲିଜାବେଥ ଦ୍ୱିତୀୟଙ୍କ ସ୍ମୃତି ଓ ତାଙ୍କର ସମ୍ମାନରେ ସମ୍ପୂର୍ଣ୍ଣ ଦେଶରେ ଗୋଟିଏ ଦିନ ରାଜକୀୟ ଶୋକ ପାଳନ ପାଇଁ…

ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୨୧ ବର୍ଷ, ଥରି ଉଠିଥିଲା ଦେଶ

ୱାଶିଂଟନ,୧୧ ।୯: ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ୨୧ ବର୍ଷ ପୁରଣ ହୋଇଛି । ଏହି ଦିନକୁ ଆମେରିକା ପାଇଁ କଳା ଦିବସ ବୋଲି କୁହାଯାଏ । ଆମେରିକା ଇତିହାସରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା ।…

ନୌସେନାରେ ସାମିଲ ହେବ ସମୁଦ୍ରର ଆଉ ଏକ ଶେହନଶାହ ‘ତାରାଗିରି’

ନୂଆଦିଲ୍ଲୀ,୧୧ ।୯: ଶତ୍ରୁଙ୍କୁ କଡା ଜବାବ ଦେବାକୁ ତଥା ଭାରତୀୟ ସେନାକୁ ଆହୁରି ମଜଭୁତ କରିବାକୁ ଲଗାତାର କାମ ଚାଲିଛି । ଆଧୁନିକ ଅସ୍ତ୍ରଶସ୍ତ୍ର, ମିଶାଇଲ, ହେଲିକପ୍ଟରରୁ ଆରମ୍ଭ କରି ବଡ ବଡ ଯୁଦ୍ଧ ଜାହାଜକୁ ସେନାରେ ସାମିଲ କରାଯାଉଛି ।…

କଟକ ନକଲି ଔଷଧ: ଦୁଇ ଷ୍ଟକିଷ୍ଟଙ୍କ ନାଁରେ ମାମଲା

କଟକ ଅଫିସ,୧୧ା୯: ରାଜ୍ୟରେ ନକଲି ଔଷଧ କାରବାର ଏବେ ଚିନ୍ତାର କାରଣ ପାଲଟିଛି। ବିଶେଷକରି କଟକରୁ ନକଲି ଔଷଧ ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଣ ହେଉଥିବା ଅଭିଯୋଗ ହେବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସ୍ଥାନୀୟ…

ବିଲକିସ୍‌ ବାନୋ ମାମଲା: ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ, ୧୦।୯ : ବିଲକିସ୍‌ ବାନୋ ମାମଲାରେ ୧୧ ଜଣ ଅପରାଧିଙ୍କୁ ମୁକ୍ତ କରାଯିବା ନେଇ ଆଇପିଏସ୍‌-ଆଇଏଫଏସ୍‌ ଅଫିସର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅବସର ପ୍ରାପ୍ତ ଆଇପିଏସ୍‌ ଅଫିସର ଡ.ମେରାନ ଚଢ଼ା ବୋରଓ୍ବାଙ୍କର, ଅବସରପ୍ରାପ୍ତ ଅଇଏଫଏସ ଅଫିସର ମଧୁ…

ନାବାଳକ ଅଙ୍ଗଦାନ କରିପାରିବେ କି ? ପିତାଙ୍କ ଲାଗି ପୁତ୍ରଙ୍କୁ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ, ୧୦।୯ : ନାବାଳକ ଅଙ୍ଗଦାନ କରି ପାରିବେ କି ନାହିଁ ସେନେଇ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୁରୁତର ଅସୁସ୍ଥ ଥିବା ପିତାଙ୍କ ଲାଗି ଲିଭର ଦାନ କରିବାକୁ ଶୀର୍ଷକୋର୍ଟ ନାବାଳକ ପୁତ୍ରଙ୍କୁ ଅନୁମତି ଦେବା ଲାଗି ଏକ…

ତିମି ସହ ଧକ୍କା ଦେଇ ଓଲଟି ପଡ଼ିଲା ବୋଟ୍‌, ୫ ଜଣଙ୍କ ଜୀବନ ଗଲା

ଓ୍ବେଲିଂଟନ,୧୦ା୯: ନ୍ୟୁଜିଲାଣ୍ଡର ଏକ ଚାର୍ଟର ବୋଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଟ୍‌ଟି କାଇକୌରାର ସାଉଥ୍‌ ଆଇଲାଣ୍ଡ ସହର ନିକଟରେ ଏକ ତିମି ସହ ଧକ୍କା ଦେଇ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଅନ୍ୟ ୬ ଜଣଙ୍କୁ…

ଶରଦ ପାଓ୍ବାର ପୁଣି ଏନସିପି ମୁଖ୍ୟ, ଆସନ୍ତା ୪ ବର୍ଷ ପାଇଁ ଦାୟିତ୍ୱରେ…

ନୂଆଦିଲ୍ଲୀ, ୧୦।୯ : ଶରଦ ପାଓ୍ବାର ପୁଣି ଥରେ ଏନସିପି ମୁଖ୍ୟ ହୋଇଛନ୍ତି। ଏହାଦ୍ୱାରା ଏଣିକି ଆସନ୍ତା ୪ ବର୍ଷ ପାଇଁ ସେ ଏହି ପଦବୀର ଦାୟିତ୍ୱରେ ରହିବେ। ୮୧ ବର୍ଷ ବୟସ୍କ ପାଓ୍ବାର ନିର୍ବିରୋଧରେ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri