ଆମେରିକାରେ କୋଭିଡ ପବ୍ଲିକ ହେଲ୍ଥ ଏମରଜେନ୍ସି ଶେଷ କରିବାକୁ ପ୍ରସ୍ତୁତି, ୩ ବର୍ଷ ହେବ ହୋଇଥିଲା ଲାଗୁ
ୱାଶିଂଟନ,୩୧ ।୧: ଆମେରିକାର ବାଇଡେନ ପ୍ରଶାସନ ଦେଶରେ ଲାଗୁ କରାଯାଇଥିବା କୋଭିଡ ପବ୍ଲିକ ହେଲ୍ଥ ଏମରଜେନ୍ସି ଓ ନ୍ୟାଶନାଲ ଏମରଜେନ୍ସିକୁ ଶେଷ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆମେରିକା ସରକାର ଘୋଷଣା କରିଛନ୍ତି କି ୧୧ ମେ’ରେ ଦେଶରେ…
ଆଇଏମଏଫର ଅନୁମାନ: ୨୦୨୩ରେ ଭାରତର ଜିଡିପି ରହିବ ୬.୧ ପ୍ରତିଶତ
ଓ୍ବାଶିଂଟନ୍,୩୧।୧: ବିଶ୍ୱ ଏବଂ ଭାରତୀୟ ଅର୍ଥନୀତି ସମ୍ପର୍କରେ ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି। ଆଇଏମଏଫ ଅନୁଯାୟୀ,୨୦୨୩ରେ ବିଶ୍ୱର ଅଭିବୃଦ୍ଧି ପୂର୍ବ ତୁଳନାରେ କମ ହେବାର ସମ୍ଭାବନା ରହିଛି। ୨୦୨୩ରେ ବିଶ୍ୱ ଅର୍ଥନୀତି ୨.୯ ପ୍ରତିଶତ ହାରରେ…
ଜେଲେନ୍ସ୍କିଙ୍କୁ ବାଇଡେନ୍ଙ୍କ ବଡ଼ ଝଟ୍କା
ଓ୍ବାଶିଂଟନ୍/କିଭ୍,୩୧।୧: ଗତ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ସହ ମୁକାବିଲା ପାଇଁ ୟୁକ୍ରେନ କ୍ରମାଗତ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର, ବିମାନ ଏବଂ ଟ୍ୟାଙ୍କ ପଠାଇବାକୁ ଅନୁରୋଧ କରୁଛି। ଇତିମଧ୍ୟରେ…
ବିସ୍ଫୋରଣ ପରେ ପେଶାୱରରେ ମେଡିକାଲ ଏମରଜେନ୍ସି, ଆହତଙ୍କୁ ମିଳୁନି ରକ୍ତ, ସମ୍ପୂର୍ଣ୍ଣ ପାକିସ୍ତାନରେ ହାଇ ଆଲର୍ଟ
ଇସଲାମାବାଦ,୩୧ ।୧: ପାକିସ୍ତାନର ପେଶାୱରରେ ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଏକ ବଡ ବିସ୍ଫୋରଣ ହୋଇଛି । ପେଶାୱରର ଏକ ମସଜିଦରେ ଆତଙ୍କବାଦୀ ଆତ୍ମଘାତି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୬୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ…
ଆଜିଠୁ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଏବଂ ଅର୍ଥ ବିଲ୍ ଅନୁମୋଦନକୁ ସରକାର ସର୍ବାଧିକ ପ୍ରାଥମିକତା…
ଆମେରିକା ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ, ଭାରତ-ଆମେରିକା ବିକାଶକୁ ନେଇ ଶୀର୍ଷ ନେତୃତ୍ୱ ସହ କଥାକାର୍ତ୍ତା
ୱାଶିଂଟନ,୩୧ ।୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ‘ଇନିସିଏଟିଭ ଫର କ୍ରିଟିକାଲ ଆଣ୍ଡ ଏମରଜେନ୍ସି ଟେକ୍ନୋଲୋଜି’(ଆଇସିଇଟି) ଉପରେ ପୂର୍ବରୁ ଉଚ୍ଚ ସ୍ତରୀୟ ବୈଠକରେ ଆମେରିକାର ଏନଏସଏ ଜେକ ସୁଲିୱନ ସମେତ ଶୀର୍ଷ ଆମେରିକା ନେତୃତ୍ୱଙ୍କସହ ଗରୁତ୍ୱପୂର୍ଣ୍ଣ ବାର୍ତ୍ତା କରିଛନ୍ତି ।…
ମୋଦି ସରକାରଙ୍କୁ ରାହୁଲ ଧନ୍ୟବାଦ୍ ଦେବା ଉଚିତ୍:ଭାଜପା
ନୂଆଦିଲ୍ଲୀ,୩୧।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଜମ୍ମୁ କଶ୍ମୀରରେ ଶେଷ ହୋଇଛି। ଏହି ଯାତ୍ରା ଗତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରାର ଶେଷ ସମାବେଶରେ ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ୍ କରିବା ସହ ତାଙ୍କୁ…
ଭାରତରେ ପ୍ରତି ୪ରୁ ୩ଜଣଙ୍କଠାରେ ରହିଛି ଭିଟାମିନ୍-ଡି’ର ଅଭାବ: ବଡୋଦରାରେ ସର୍ବାଧିକ
ନୂଆଦିଲ୍ଲୀ,୩୦।୧: ଭିଟାମିନ୍-ଡି’ର ଅଭାବ ନେଇ ଭାରତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଭାରତର ୭୬ପ୍ରତିଶତ ଲୋକଙ୍କଠାରେ ଭିଟାମିନ-ଡି’ର ଅଭାବ ରହିଥିବା ଏକ ବିସ୍ତୁତ ଗବେଷଣାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାରତର ପ୍ରାୟ ୨୭ଟି ସହରରେ ବାସ କରୁଥିବା ୨.୨ ଲକ୍ଷରୁ ଊର୍ଦ୍ଧ୍ୱ…
ପେଶାଓ୍ବରର ଆତ୍ମଘାତୀ ବିସ୍ଫୋରଣରେ ୪୬ମୃତ, ୧୫୦ରୁ ଊର୍ଦ୍ଧ୍ୱ ଆହତ
ଇସ୍ଲାମାବାଦ୍,୩୦।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍ ମସ୍ଜିଦରେ ସୋମବାର ହୋଇଥିବା ବିସ୍ଫୋରଣରେ ଅତିକମ୍ରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି।…
ପଞ୍ଚଭୂତରେ ବିଲୀନ ହେଲେ ନବ କିଶୋର
ଝାରସୁଗୁଡ଼ା ଅଫିସ,୩୦।୧: ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ସ୍ବାସ୍ଥ୍ୟ ମନ୍ତ୍ରୀ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦାର ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ସନ୍ଧ୍ୟା ୫ଟାରେ ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ।…
ମସ୍ଜିଦରେ ବିସ୍ଫୋରଣ ଘଟଣା : ୨୦ ମୃତ, ୯୬ ଆହତ
ଇସଲାମାବାଦ,୩୦।୧: ପାକିସ୍ତାନର ଏକ ମସଜିଦ୍ରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ସୋମବାର ଅପରାହ୍ନରେ ପେଶୱାରର ପୋଲିସ ଲାଇନ ଅଞ୍ଚଳରେ ଏକ ମସ୍ଜିଦରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୬ ଜଣ ଆହତ…
‘ଭାରତ ଯୋଡ଼ୋ ଯାତ୍ରା’ ଶେଷ
ଶ୍ରୀନଗର,୩୦ା୧: ପ୍ରବଳ ତୁଷାରପାତ ସତ୍ତ୍ୱେ ସୋମବାର ଶ୍ରୀନଗରସ୍ଥିତ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉଡ଼ାଇବା ସହ ଭାରତ ଯୋଡ଼ୋ ଯାତ୍ରା ସ୍ମାରକର ଉଦଘାଟନ…
Archives


