ଆଇଏମଏଫର ଅନୁମାନ: ୨୦୨୩ରେ ଭାରତର ଜିଡିପି ରହିବ ୬.୧ ପ୍ରତିଶତ

ଓ୍ବାଶିଂଟନ୍‌,୩୧।୧: ବିଶ୍ୱ ଏବଂ ଭାରତୀୟ ଅର୍ଥନୀତି ସମ୍ପର୍କରେ ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛି। ଆଇଏମଏଫ ଅନୁଯାୟୀ,୨୦୨୩ରେ ବିଶ୍ୱର ଅଭିବୃଦ୍ଧି ପୂର୍ବ ତୁଳନାରେ କମ ହେବାର ସମ୍ଭାବନା ରହିଛି। ୨୦୨୩ରେ ବିଶ୍ୱ ଅର୍ଥନୀତି ୨.୯ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୨ରେ ଏହାର ଆକଳନ ୩.୪ ପ୍ରତିଶତ ଥିଲା। ୨୦୨୪ରେ ବିଶ୍ୱ ଅର୍ଥନୀତି ପୁଣି ଥରେ ଅଭିବୃଦ୍ଧି ୩.୧ ପ୍ରତିଶତ ହାରରେ ବୃଦ୍ଧି ପାଇପାରେ। ଅନ୍ୟପକ୍ଷରେ, ଭାରତର ଅର୍ଥନୀତି ବିଷୟରେ ଆଇଏମଏଫ କହିଛି ଯେ, ଭାରତର ଅର୍ଥନୀତି ଏହି ତ୍ରୈମାସରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଚଳିତ ତ୍ରୈମାସରେ ଭାରତର ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହା ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୬.୧ ପ୍ରତିଶତ ହେବାର ସମ୍ଭାବନା ରହିଛି।
ଭାରତୀୟ ଅର୍ଥନୀତି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ମୁଖ୍ୟ ଅର୍ଥନୀତିଜ୍ଞ ପିଆର-ଅଲିଭିଆର୍‌ ଗୋରିଞ୍ଚସ କହିଛନ୍ତି, ଅକ୍ଟୋବର-ଡିସେମ୍ବର ଶେଷ ତ୍ରୈମାସରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୩-୨୪ ପରବର୍ତ୍ତୀ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେରେ ଭାରତର ଜିଡିପିରେ ହ୍ରାସ ଘଟିବ ଏବଂ ଏହା ୬.୧ ପ୍ରତିଶତ ହାରରେ ବୃଦ୍ଧି ପାଇବ। ଏହି ହ୍ରାସ ପରେ ମଧ୍ୟ ଭାରତୀୟ ଅର୍ଥନୀତି ବିଶ୍ୱ ଅର୍ଥନୀତି ପାଇଁ ଏକ ‘ବ୍ରାଇଟ୍‌ ସ୍ପଟ୍‌’ ଭାବରେ କାର୍ଯ୍ୟ କରିବ। ୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପୁଣି ୬.୮ ପ୍ରତିଶତ ହାରରେ ବୃଦ୍ଧି ପାଇବ।
ଆଇଏମଏଫ ରିପୋର୍ଟ ଅନୁଯାୟୀ, ୨୦୨୩ ଏବଂ ୨୦୨୪ରେ ଏସିଆରେ ଯଥାକ୍ରମେ ୫.୩ ପ୍ରତିଶତ ଏବଂ ୫.୪ ପ୍ରତିଶତ ଅଭିବୃଦ୍ଧି ହୋଇପାରିବ। ଏସିଆର ଅଭିବୃଦ୍ଧି ଚାଇନାର ଅଭିବୃଦ୍ଧି ଉପରେ ନିର୍ଭର କରିବ। ଗତ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚାଇନାର ଜିଡିପି ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିଠାରୁ କମ ରେକର୍ଡ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ...

କୋର୍ଟରେ ହାଜର ହେଲେ ସ୍ୟୁ ଚୀ

ନେପିତାଉ, ୨୫ା୫: ମ୍ୟାନମାର ସେନା ଶାସନ ହାତକୁ ନେବାର ପ୍ରାୟ ୪ ମାସ ପରେ ସାମ୍‌ନାକୁ ଆସିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ...

ଆମେରିକାକୁ କିମ୍‌ଙ୍କ ଚେତାବନୀ, ମିଳିତ ସମରାଭ୍ୟାସ ମଧ୍ୟରେ ପରୀକ୍ଷା କଲେ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ,୧୪।୩ : ମଙ୍ଗଳବାର ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସିଓଲ ଏକ ବିବୃତ୍ତିରେ କହିଛି ଯେ ଆଜି ଆମେରିକା ଏବଂ ଦକ୍ଷିଣ...

ଭୟ ନାହିଁ,ଏପ୍ରିଲ୍‌ ୨୯ରେ ପୃଥିବୀକୁ ଦେବନି ଧକ୍କା ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨ : ୨୦୭୯ରେ ସୃଷ୍ଟି ହୋଇପାରେ ସଙ୍କଟ !

ଓ୍ବାଶିଂଟନ,୨୧।୩: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ...

ପୃଥିବୀର ଉଚ୍ଚତମ ବ୍ରିଜ୍‌ ଟାଓ୍ବାର: ଉଚ୍ଚତା ୧୧୦ ମହଲା କୋଠା ସଦୃଶ

ବେଜିଂ, ୩୧।୧୨: ଚାଇନାର ଦକ୍ଷିଣ-ପଶ୍ଚିମ ଗିୟାଝୋଇ ପ୍ରାନ୍ତରେ ଥିବା ପିଙ୍ଗ୍‌ଟାଙ୍ଗ୍‌ ବ୍ରିଜ୍‌ ଟାଓ୍ବାରକୁ ମଙ୍ଗଳବାର ଲୋକାର୍ପିତ କରାଯାଇଛି। ଦୁଇ ପାହାଡ଼ ମଧ୍ୟରେ ଥିବା ଏହି ୨୧୩୫...

ଆର୍‌ଏସ୍‌ଏସ୍ ସହ ଜଡିତ ସଦସ୍ୟଙ୍କର ବାଇଡେନଙ୍କ ଟିମ୍‌ରେ ସ୍ଥାନ ନାହିଁ!

ୱାଶିଂଟନ,୨୨ ।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ୨୦ ଜାନୁୟାରୀ ବୁଧବାର ଶପଥ ଗ୍ରହଣ କରି ସାରିଛନ୍ତି । ଏବେ ତାଙ୍କ...

ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…

କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ

ଜାତିସଂଘ,୭ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହେବେନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ କହିଛି। ଆକ୍ରମଣ ହେଉଥିବା ଅଞ୍ଚଳରୁ ନିରୀହ ଲୋକଙ୍କୁ...

Advertisement
Archives

Model This Week