ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସ ରଦ୍ଦ, ଚିନ୍ତା ପ୍ରକଟ କଲେ ବରୁଣ
ଲକ୍ଷ୍ନୌ,୨୨ା୯: ଭାରତୀୟ ଜନତା ପାର୍ଟିର ବରୁଣ ଗାନ୍ଧୀ ଶୁକ୍ରବାର ଆମେଠିରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ…
ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ
ଇସଲାମାବାଦ,୨୨।୯: ବିଶ୍ୱକପ୍ ୨୦୨୩ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦଳ ଘୋଷଣା କରିଛି। ବାବର ଆଜାମଙ୍କ ଅଧିନାୟିକତ୍ୱ ଦଳରେ ହସନ ଅଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ଆହତ କାରଣରୁ ଦ୍ରୁତ ବୋଲର ନସିମ ଶାହାଙ୍କୁ ଟୁର୍ନାମେଣ୍ଟରୁ ବାଦ୍ ଦିଆଯାଇଛି। ଏସିଆ…
ପିଢି ପରେ ପିଢି ଏହି ନିଷ୍ପତ୍ତି ସହ ଏହି ଦିନର କରିବେ ଚର୍ଚ୍ଚା: ମୋଦି
ନୂଆଦିଲ୍ଲୀ,୨୨।୯: ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ଶୁକ୍ରବାର ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ମୁଖ୍ୟାଳୟରେ ନାରୀ ଶକ୍ତି ବନ୍ଦନ-ଅଭିନନ୍ଦନ କାର୍ଯ୍ୟକ୍ରମକୁ ସମ୍ବୋଧିତ…
ଲାଲୁ ଯାଦବଙ୍କୁ ସମନ, ୪ ଅକ୍ଟୋବରରେ ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୨।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ରେଳ ଅଧିକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ସମନ ଜାରି କରିଛନ୍ତି। ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ…
ଆଜି ଜାଗ୍ରତ ହେବ ବିକ୍ରମ ଲ୍ୟାଣ୍ଡର
ନୂଆଦିଲ୍ଲୀ,୨୨ା୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସହିତ ପୁନଃ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ରୋଭର ପ୍ରଜ୍ଞାନ ୧୪ ଦିନ ଭଲ କାମ କରିଛି। ଏହା ପରେ…
ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୯: ନାରୀଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ୨୦୨୩ ରାଜ୍ୟ ସଭାରେ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଭାଜପା ମହିଳା ମୋର୍ଚ୍ଚା କର୍ମୀମାନେ…
କାନାଡାରେ ଘୃଣା ପାଇଁ କୌଣସି ସ୍ଥାନ ନାହିଁ, ହିନ୍ଦୁଙ୍କୁ ମିଳୁଥିବା ଧମକକୁ ନେଇ କହିଲା ସୁରକ୍ଷା ବିଭାଗ
ଟରଣ୍ଟୋ,୨୨।୯: ଭାରତ ଓ କାନାଡା ମଧ୍ୟରେ କୁଟନୈତିକ ସମ୍ପର୍କକୁ ନେଇ ଉତ୍ତେଜନା ଲାଗିରହିଛି। ଏହାରି ଭିତରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହିନ୍ଦୁମାନଙ୍କୁ ଧମକ ଦିଆଯାଉଛି ଓ ସେମାନଙ୍କୁ ଦେଶ ଛାଡିବାକୁ କୁହାଯାଉଛି। ଏହି ଭିଡିଓରେ କାନାଡା କହିଛି…
ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର,୨୨।୯(ଅନିଲ ଦାସ): ଷୋଡ଼ଶ ବିଧାନସଭାର ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ପରଲୋକଗତ ସଦସ୍ୟମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ…
ଭାରତ, ଜାପାନ ସମେତ ୪ ଦେଶ ୟୁଏନଏସସି ସୁଧାର ଉପରେ କଲେ ଗୁରୁତ୍ୱାରୋପ
ନୁୟର୍କ,୨୨।୯: ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)ର ୭୮ତମ ଅଧିବେଶନରେ ଜି -୪ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ସେପ୍ଟେମ୍ବର ୨୧ରେ ସାକ୍ଷାତ ହୋଇଛି। ଏହି ସମୟ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ସୁଧାରକୁ ନେଇ ଆଲୋଚନା ହୋଇଛି। ଜି -୪ର ଯେଉଁ ନେତାଙ୍କ ମଧ୍ୟରେ…
ଓଡ଼ିଶା ପାଇଲା ପ୍ରଥମ ମହିଳା ବାଚସ୍ପତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୯: ଶୁକ୍ରବାର ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ପ୍ରଥମ ମହିଳା ବାଚସ୍ପତି ମିଳିଛି। ଅନ୍ୟପକ୍ଷରେ ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ…
ପ୍ରମିଳା ପ୍ରଥମ ମହିଳା ବାଚସ୍ପତି
ଭୁବନେଶ୍ୱର,୨୨ା୯: ପ୍ରଥମ ମହିଳା ବାଚସ୍ପତି ଭାବେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନପତ୍ର ଭରି ନ ଥିବାରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।…
ଇରାନ ସଂସଦର ନୂଆ ଆଦେଶ, ହିଜାବ ନ ପିନ୍ଧିଲେ ହେବ ୧୦ ବର୍ଷ ଜେଲ
ଇରାନ,୨୨।୯: ଇରାନର ମହିଳାମାନଙ୍କ ପାଇଁ ନୂଆ ଆଦେଶ। ହିଜାବ ନ ପିନ୍ଧିଲେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। କେବଳ ଏତିକି ନୁହେଁ, ଏହି ନିୟମ ବର୍ତ୍ତମାନ ପୁରୁଷମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଯେଉଁ ପୁରୁଷମାନେ ବିନା ହିଜାବରେ…
Archives


