ଲିଙ୍ଗ ନିରୂପଣ ଧରାଇଲେ ମିଳିବ ୨୫ ହଜାର
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): କନ୍ୟାଭ୍ରୂଣର ଜୀବନ ଅଧିକାରକୁ ସୁରକ୍ଷା କରିବା ତଥା ଲିଙ୍ଗ ନିରୂପଣ ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ ସରକାର ସୂଚନା ପ୍ରଦାନକାରୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ବେଆଇନ ଲିଙ୍ଗ ନିରୂପଣ…
ଶକ୍ତି ସୁଗାର୍ସ ସ୍ଥାନ ନେଲା ଆଇପିଏଲ୍
ଢେଙ୍କାନାଳ ଅଫିସ, ୧୨।୧୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’ର ସ୍ଥାନ ନେଇଛି ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ (ଆଇପିଏଲ୍)। ଶୁକ୍ରବାର ନୂଆ କମ୍ପାନୀର ପ୍ରଥମ ୟୁନିଟ୍…
ମାତୃଭାଷାରେ ଶିକ୍ଷାଦାନ ଦକ୍ଷତା ବଢ଼ାଇବ: ରାଷ୍ଟ୍ରପତି
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ମାତୃଭାଷା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ। ମାତୃଭାଷାରେ ଶିକ୍ଷାଦାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୃଜନଶୀଳ ବଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତର ଶୁକ୍ରବାର…
୨୦୨୩ରେ ଚାଇନାକୁ ଟପିବ ଭାରତ
ଓ୍ବାଶିଂଟନ୍,୧୨।୧୧: ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ଲୋକ ଚାଇନାରେ ବସବାସ କରନ୍ତି। ବିଶ୍ୱ ଜନସଂଖ୍ୟାରେ ଚାଇନା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଏହାପଛକୁ ଅର୍ଥାତ୍ ଦ୍ୱିତୀୟରେ ଭାରତ ରହିଛି। ମାତ୍ର ଗୋଟିଏ ମାସ ପରେ ଏହି ସ୍ଥାନ ପରିବର୍ତ୍ତନ ହେବାର ଦେଖିବାକୁ…
ସରକାରୀ ସେବାରେ ସନ୍ତୁଷ୍ଟି ନାହିଁ
ରତନ ନାୟାର/ଅସମାପିକା ସାହୁ ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ) , ୧୨।୧୧: ନିରାପଦ ମାତୃତ୍ୱ ପାଇଁ ସରକାରଙ୍କ ଅନେକ ଯୋଜନା। ମାତୃ ଏବଂ ଶିଶୁ ମୃତ୍ୟୁହାରକୁ ଯଥାସମ୍ଭବ ହ୍ରାସ କରିବା ଲାଗି ଆରମ୍ଭ ହୋଇଛି ଅଭିଯାନ। ଗର୍ଭସଞ୍ଚାରଠାରୁ ଆରମ୍ଭ କରି ସୁରକ୍ଷିତ ପ୍ରସବ…
ଏମସିଡି ନିର୍ବାଚନ ପାଇଁ ଏଏପିର ପ୍ରଥମ ପ୍ରାର୍ଥି ତାଲିକାରେ ୧୩୪ ଜଣଙ୍କ ନାମ
ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀର ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି(ଏଏପି) ଶନିବାର ରାତିରେ ଏମସିଡି ବା ଦିଲ୍ଲୀ ନଗର ନିଗମ ନିର୍ବାଚନ ଲାଗି ପ୍ରାର୍ଥି ତାଲିକା ଘୋଷଣା କରିଛି । ଏଥିରେ ୧୩୪ ଜଣଙ୍କ ନାମ ସାମିଲ କରାଯାଇଛି ।…
ଗୁଜରାଟ ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ଭାଜପା
ନୂଆଦିଲ୍ଲୀ,୧୧।୧୧: ଡିସେମ୍ବରରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଭାଜପା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦମନ୍ତ୍ରୀ ଅମିତ୍ ଶାହା, ରାଜନାଥ ସିଂ, ନୀତିନ ଗଡ଼କରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର…
ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍ ଅଫିସର ଅଜିତ ମିଶ୍ରଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍ ଅଫିସର ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ଶୁକ୍ରବାର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏବେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…
ଭିରକାପଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି: ଗାଁରେ ପହଞ୍ଚିଲା ମେଡ଼ିକାଲ ଟିମ୍
କୋକସରା,୧୧।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଭିରକାପଡାରେ ଗତ ଏକ ସପ୍ତାହ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଅନେକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଥିବା ବେଳେ ପୁଣି ଗୁରୁବାରଠାରୁ ଗାଁର ୩ଜଣ ଆକ୍ରାନ୍ତ ହୋଇଛନ୍ତି।…
ଦୁର୍ଘଟଣାଗ୍ରସ୍ତ ଡିଜେଲ ଭର୍ତ୍ତି ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ
କୋରାପୁଟ,୧୧।୧୧(ସ୍ବ.ପ୍ର./ଡି.ଏନ୍.ଏ.): କୋରାପୁଟ ଜିଲାର କାକିରିଗୁମ୍ମା-ଦାମନଯୋଡି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଡିଜେଲ ଭର୍ତ୍ତି ଟ୍ୟାଙ୍କର (ଓଡି-୩୩ଟି-୧୧୫୦) ଭିତରଗଡ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଟ୍ୟାଙ୍କରରୁ ପ୍ଲାଷ୍ଟିକ ବୋତଲ, ଜାର, ହାଣ୍ଡି ଓ ବାଲ୍ଟି…
ହିଞ୍ଜିଳିରୁ ଆନ୍ତଃ ଜିଲା ଗାଡ଼ି ଚୋର ର଼୍ୟାକେଟ ଠାବ : ୩ ଅଭିଯୁକ୍ତ ଗିରଫ
ପୁରୁଷୋତ୍ତମପୁର,୧୧ା୧୧(ଡି.ଏନ.ଏ.): ପୁରୁଷୋତ୍ତମପୁର ପୋଲିସ ହିଞ୍ଜିଳି ନୂଆଁଗଡ ଶିବ ମନ୍ଦିର ନିକଟରୁ ଏକ ଆନ୍ତଃ ଜିଲା ଗାଡିଚୋର ର଼୍ୟାକେଟକୁ ଠାବ କରିଛି। ଏହି ଘଟଣାରେ ହିଞ୍ଜିଳି ଥାନା ସାହିର ତ୍ରିନାଥ ସାହୁ (୨୨), ଉମାକାନ୍ତ ସାହୁ (୩୪) ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ…
ଟ୍ରକ୍ ପଛପଟୁ ଧକ୍କାଦେଲା ବାଇକ୍, ୩ ମୃତ
ସେମିଳିଗୁଡ଼ା/ସୁନାବେଡ଼ା,୧୧।୧୧ (ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା: ନନ୍ଦପୁର ରୋଡ୍ ଜାନିଗୁଡ଼ାସ୍ଥିତ ସିତମ କଲେଜ ନିକଟ ରାସ୍ତାରେ ଗୁରୁବାର ସାରେ ଏକ ଟ୍ରକ୍-ବାଇକ୍ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସେମିଳିଗୁଡ଼ା ବ୍ଲକ ପିତାଗୁଡ଼ା ପଞ୍ଚାୟତ ଜଗମପୁଟ ଗାଁର ରାଜମିସ୍ତ୍ରି ଅଜୟ…
Archives


