Home Left

୪ ମହଲାରୁ ଖସିଲା ଲିଫ୍ଟ: ବର୍ତ୍ତିଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୧୬।୧ : ଏନ୍‌ସିପି ନେତା ଅଜିତ ପାଓ୍ବାର ଶନିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣେର ଏକ ହସ୍ପିଟାଲ ବିଲ୍ଡିଂ ଉଦ୍‌ଘାଟନ କରିବାକୁ ପାଓ୍ବାର ଯାଇଥିଲେ। ସେ ତୃତୀୟ ମହଲାରୁ ଷ୍ଟ୍ରେଚର ଲିଫ୍ଟ ଯୋଗେ ଚତୁର୍ଥ ମହଲାକୁ ଯାଉଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ…

ନିଜାମ ମୁକରମ୍‌ଙ୍କ ପରଲୋକ

ହାଇଦ୍ରାବାଦ,୧୬।୧ : ହାଇଦ୍ରାବାଦର ଅଷ୍ଟମ ନିଜାମ ନଓ୍ବାବ ମୀର ବରକତ ଅଲି ଖାନ୍‌ ସିଦ୍ଦିକି ମୁକରମ୍‌ ଜାହ ବାହାଦୁରଙ୍କର ତୁର୍କୀର ଇସ୍ତାନବୁଲରେ ଶନିବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାଇଦ୍ରାବାଦର ଶେଷ ଶାସକ ନିଜାମ ଓସ୍‌ମାନ ଅଲି…

ସମୁଦ୍ରରେ ୨ ମାଛଧରା ବୋଟ୍‌ ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ପାରାଦୀପ,୧୬ା୧(ସ୍ବ.ପ୍ର.): ପାରାଦୀପ ମାଛଧରାବନ୍ଦର ପରିସରରୁ ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ରବିବାର ନିଖୋଜ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ରାତିରେ କୋଷ୍ଟଗାର୍ଡ ଓ ମେରାଇନ ପୋଲିସକୁ ଚିଠି (ନଂ-୧୫୭/୧୫-୦୧-୨୩)ଯୋଗେ ଅନୁରୋଧ କରାଯାଇଛି। ଏଥିରେ ଦର୍ଶାଯାଇଛି, ୨ଟି…

ନିପ୍ରୋରେ ରୁଷିଆର ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ୟୁକ୍ରେନ ନାଗରିକ ମୃତ

କ୍ୱିଭ,୧୬ ।୧: ଦକ୍ଷିଣ ପୂର୍ବ ୟୁକ୍ରେନ ସହର ନିପ୍ରୋରେ ରବିବାର ରୁଷିଆ ପକ୍ଷରୁ ହୋଇଥିବା ମିଶାଇଲ ଆକ୍ରମଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ରୁଷିଆ ଏକ ଘରୋଇ କୋଠାକୁ ଟାର୍ଗେଟ କରି…

୯ ଜିଲାକୁ ଘନ କୁହୁଡ଼ି ସତର୍କତା

ଭୁବନେଶ୍ୱର, ୧୬।୧(ବ୍ୟୁରୋ):ରାଜ୍ୟରେ ଏବେ ଶୀତ କମିଥିଲେ ମଧ୍ୟ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଥିଲା। ଆସନ୍ତା ଦୁଇଦିନ ଏପରି କୁହୁଡ଼ି ଅନୁଭୂତ ହେବ। ତେବେ ସୋମବାର ସକାଳ ସାଢ଼େ…

ଓଡ଼ିଶାକୁ ୯.୫୯ ଲକ୍ଷ ଗୃହ ମଞ୍ଜୁର

ଭୁବନେଶ୍ବର,୧୬ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଦୀର୍ଘଦିନ ହେବ ମୁହଁାମୁହିଁ ସ୍ଥିତି ଲାଗି ରହିଥିଲା। ଏଥିଯୋଗୁ ହିତାଧିକାରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀମାନେ ଏବେ ଆବାସ ଘର ପାଇବାକୁ…

ରେକର୍ଡକୁ ନେଇ ହୃଦୟଛୁଆଁ କଥା କହିଲେ କୋହଲି

ଥିରୁଭାନନ୍ତପୁରମ୍‌,୧୬।୧: ତୃତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କାକୁ ୩୧୭ ରନ ବ୍ୟବଧାନରେ ପରାସ୍ତ କରିଛି। ଏହାସହ ଟିମ ଇଣ୍ଡିଆ ସିରିଜ ୩-୦ରେ ଜିତିଛି। ଓପନର୍‌ ଶୁଭମାନ ଗିଲଙ୍କ ବ୍ୟତୀତ ବିରାଟ କୋହଲି ଭାରତୀୟ ଦଳ ପାଇଁ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ।…

ଆସାମ ମୁଖ୍ୟମନ୍ତ୍ରୀଙ୍କ ନୂଆ ରୂପ

ଗୁଆହାଟି,୧୬ ।୧: ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ । ହେଲେ ଏଥର ବୟାନ ପାଇଁ ନୁହେଁ ଅନ୍ୟ କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି…

କାହିଁକି ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହୋଇଥିଲେ କମଲ ହାସନ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୬।୧: ନିକଟରେ ଦିଲ୍ଲୀରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ଅଂଶଗ୍ରହଣ କରିଥିବା ଅଭିନେତା ତଥା ମକ୍କାଲ ନିଧି ମାୟାମର ମୁଖ୍ୟ କମଲ ହାସନ ଅନେକ ଖୁଲାସା କରିଛନ୍ତି। କୋଜିକୋଡରେ ଅନୁଷ୍ଠିତ ଷଷ୍ଠ କେରଳ ସାହିତ୍ୟ ମହୋତ୍ସବର ସମାପ୍ତି…

ମଧ୍ୟପ୍ରଦେଶରୁ ୱେବ୍‌ ଏକ୍ସପର୍ଟ ଗିରଫ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ପ୍ରାୟ ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ…

ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ, ୧୫ ଆହତ

କାମ୍ପଲା,୧୬।୧: ଉଗାଣ୍ଡାର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ପୂର୍ବ କଙ୍ଗୋଲି ସହର କାସିଣ୍ଡିର ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏକ ଚର୍ଚ୍ଚରେ ପଶିଥିଲେ। ଏହି ଆକ୍ରମଣରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି। ଇଣ୍ଡୋନେସିଆର ସିଙ୍ଗକିଲ ସହରର ୪୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri