କାମ କରୁନି ପଲିଥିନ କଟକଣା ନିୟମ

ଖୋର୍ଦ୍ଧା ଅଫିସ,୨୧ା୪: ପଲିଥିନ ପରିବେଶ ପାଇଁ ଚିନ୍ତାର କାରଣ ସାଜିଛି। ଭବିଷ୍ୟତରେ ଏହା ମାନବ ସମାଜ ପାଇଁ ଘାତକ ସାଜିବାକୁ ଯାଉଥିବା ଜାଣି ମଧ୍ୟ କେହି ସଚେତନ ହେବାକୁ ରାଜି ନୁହନ୍ତି। ଯେପରି ପ୍ଲାଷ୍ଟିକ ଏବଂ ପଲିଥିନ ଲୋକଙ୍କ ଜୀବନରେ ଏକ ଅଂଶବିଶେଷ ପାଲଟିଗଲାଣି। ଏହା ଉପରେ ସରକାର କଟକଣା ଜାରି କରିଛନ୍ତି। ତଥାପି ଏହାର ବ୍ୟବହାର ଉପରେ ରୋକ୍‌ ଲାଗିପାରୁନି। ଖୋର୍ଦ୍ଧା ସହରରେ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର କଟକଣା ପ୍ରହସନ ପାଲଟିଛି।
ଦୈନନ୍ଦିନ ଜୀବନରେ ପଲିଥିନ ବ୍ୟବହାର ଅଭ୍ୟାଗଗତ ପାଲଟିଗଲାଣି। ରାଶନ ସାମଗ୍ରୀ, ଫଳ, ପନିପରିବା ଏପରିକି ଔଷଧ ଏବଂ ଖାଇବା ପଦାର୍ଥ ଲାଗି ପଲିଥିନ ବ୍ୟବହାର କରାଯାଉଛି। ପରିସ୍ଥିତି ଏପରି ହେଲାଣି ସବୁ କାମରେ ପ୍ଲାଷ୍ଟିକ, ପଲିଥିନ ଲୋଡୁଛନ୍ତି ଲୋକେ। ବ୍ୟବହାର ପରେ ଏଣେତେଣେ କିମ୍ବା ରାସ୍ତାକଡରେ ଫୋପାଡି ଦେଉଛନ୍ତି। ନାଳ ନର୍ଦ୍ଦମାରେ ପ୍ଲାଷ୍ଟିକ, ପଲିଥିନ ପଡି ପଚିଶଢି ନାଳପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି। ଖୋର୍ଦ୍ଧା ସହରର ଏକାଧିକ ଡ୍ରେନରେ ପ୍ଲାଷ୍ଟିକ, ପଲିଥିନ ପଡି ଭର୍ତ୍ତି ହୋଇଥିବା ବେଳେ ରାସ୍ତାକଡ଼ରେ ପଡି ରହୁଛି। ଗୋପୀନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହି, ସାମନ୍ତରାପୁର ଛକ, ଉପରସାହି, ଖ୍ରୀଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭବନ ପଛପଟ ଆଦି ସାହିର ନାଳରେ ବର୍ଷ ବର୍ଷ ଧରି ପ୍ଲାଷ୍ଟିକ, ପଲିଥିନ ଜମି ରହିଛି। ଫଳରେ ବର୍ଷା ହେଲେ ଖୋର୍ଦ୍ଧା ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପଟେ ଗୋରୁ, କୁକୁର ଖାଦ୍ୟ ଲାଳସାରେ ଏହାକୁ ଏଣେତେଣେ ପକାଉଛନ୍ତି। ପରିବେଶ ପ୍ରଦୂଷଣ ହେବା ସହ ଜୈବ ବିବିଧତାକୁ ନଷ୍ଟ କରୁଛି। ସରକାରୀ କଟକଣା ସତ୍ତ୍ୱେ ଲୋକେ ଏହାକୁ ଜାବୁଡି ଧରିଥିବାରୁ ଆଗକୁ ବଡ଼ ବିପଦକୁ ଟାଣିଆଣିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦିନକୁ ଦିନ ସହରାଞ୍ଚଳରେ ପ୍ରଦୂଷଣ ବଢି ଚାଲିଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ।
ପ୍ରକାଶ ଯେ, ରାଜ୍ୟ ସରକାର ପ୍ରଥମେ ୫ଟି ମହାନଗର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ସମେତ ପୁରୀ ସହରରେ ଏହାର ବ୍ୟବହାର ଉପରେ କଟକଣା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଜିଲାରେ ମଧ୍ୟ ଲାଗୁ କରାଯାଇଥିଲା। ତେବେ ପ୍ରଥମେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଧରପଗଡ ହୋଇଥିବା ବେଳେ ଏଥିରେ ଶିଥିଳ ପଡିଯାଇଛି। ରାସ୍ତାକଡ ଉଠାଦୋକାନୀ, ଫୁଟପାଥ ବ୍ୟବସାୟୀଙ୍କଠାରୁ ସମସ୍ତ ହୋଟେଲ, ପାନ ଦୋକାନ, ବଡ଼ ବ୍ୟବସାୟିକ ପ୍ରତିଷ୍ଠାନରେ ବହୁଳ ବ୍ୟବହାର କରାଯାଉଛି। ସହରରେ ପଲିଥିନ ବ୍ୟବହାର ହେଉଥିବା ସତ୍ତ୍ୱେ ବିଭାଗୀୟ ଉଦାସୀନତା ଯୋଗୁ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏନେଇ ପୌର ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି କୁହନ୍ତି, ପ୍ରଶାସନ ପକ୍ଷରୁ ରୀତିମତ ବ୍ୟବଧାନରେ ଚଢ଼ାଉ କରାଯାଉଛି। କରୋନା ଯୋଗୁ ଗତ ଦୁଇ ବର୍ଷ ହେବ ପ୍ରାୟ ଦୋକାନ ବଜାର ବନ୍ଦ ରହିଥିଲା। ଆଗାମୀ ଦିନରେ ଚଢ଼ାଉ କରାଯିବ। ବର୍ଷାଦିନ ପୂର୍ବରୁ ନାଳରେ ଜମି ରହିଥିବା ପ୍ଲାଷ୍ଟିକ, ପଲିଥିନ ବାହାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?