ଇଜିପ୍ଟ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ୬ ଚୁକ୍ତି ସ୍ବାକ୍ଷର ହେବ
ନୂଆଦିଲ୍ଲୀ,୨୧।୧: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଜିପ୍ଟ ରାଷ୍ଟ୍ରପତି ଅବ୍ଦେଲ ଫତ୍ତାହ ଏଲ୍-ସିସି ଯୋଗଦେବେ। ସେ ଜାନୁୟାରୀ ୨୪ରେ ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗଦେବାରେ ଅଲ୍-ସିସି ହେଉଛନ୍ତି ଇଜିପ୍ଟର ପ୍ରଥମ ରାଷ୍ଟ୍ରପତି ତଥା ମଧ୍ୟପ୍ରାଚ୍ୟର ପଞ୍ଚମ…
ବସ୍ଷ୍ଟାଣ୍ଡରେ ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କ ପୋଷ୍ଟର ମାରିଲା ଏନ୍ଆଇଏ
କୋରାପୁଟ,୨୧ା୧(ସ୍ବ.ପ୍ର.) କୋଲକାତାସ୍ଥିତ ଏନ୍ଆଇଏ ପକ୍ଷରୁ ଶୁକ୍ରବାର ୪ ଦୁର୍ଦ୍ଦାନ୍ତ ମାଓବାଦୀ ନେତାଙ୍କୁ ଧରାଇଦେବା ପାଇଁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟରମାନ ମରାଯାଇଛି। ସେମାନେ ହେଲେ ଗଜରଲା ରବି, ଖିଲୋ ରଞ୍ଜୁ, ମେଦୁରୁ ଜଗାରାଓ ଏବଂ ଜେ. ଶ୍ରୀନୁବାବୁ। ଏମାନେ ସମସ୍ତେ ଆନ୍ଧ୍ର ପ୍ରଦେଶର…
କାର୍ ବନେଟ୍ରେ ୧ କି.ମି. ଘୋଷାଡ଼ିଲେ ମହିଳା
ନୂଆଦିଲ୍ଲୀ,୨୧।୧: ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଗାଡ଼ିରେ ଘୋଷାଡ଼ିନେବା ଘଟଣା ଗତ କିଛିଦିନ ହେଲା ବାରମ୍ବାର ଘଟିଚାଲିଛି। ବେଙ୍ଗାଲୁରୁରେ ଶୁକ୍ରବାର ଜଣେ ମହିଳା ତାଙ୍କ କାର୍ ବନେଟରେ ଜଣେ ବ୍ୟକ୍ତିଙ୍କୁ ଝୁଲାଇ ୧ କିଲୋମିଟର ପର୍ଯ୍ୟନ୍ତ ନେଇଯିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି।…
ହକି ଟିକେଟ ବ୍ଲାକ୍: ଆଉ ୪ ଗିରଫ
ଭୁବନେଶ୍ୱର,୨୧ା୧(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ହେଲେ ଟିକେଟ ମିଳୁ ନ ଥିବାରୁ ଅନେକ ନିରାଶ ହୋଇଛନ୍ତି। ଏପରି ସ୍ଥିତିରେ ଦଲାଲଙ୍କ ହାତରେ ପୁଳାପୁଳା ଟିକେଟ ଦେଖିବାକୁ ମିଳୁଛି। ସେମାନେ ଟିକେଟ ବ୍ଲାକ୍ରେ…
ୟୁକ୍ରେନ୍କୁ ୨୭.୫ ବିଲିୟନ୍ ଡଲାର ସାମରିକ ସହାୟତା ଦେଲାଣି ଆମେରିକା
ଓ୍ବାଶିଂଟନ୍,୨୧।୧: ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ପ୍ରଥମ ଆକ୍ରମଣ କରିଥିଲା। ଏହି ଯୁଦ୍ଧକୁ ଶୁକ୍ରବାର ୩୩୧ ଦିନ ପୂରିଥିବାବେଳେ ଆମେରିକା ଆଉ ୨.୫ ବିଲିୟନ୍ ଡଲାର ସାମରିକ ସହାୟତା ଘୋଷଣା କରିଛି। ଏହାକୁ ମିଶାଇ କିଭ୍କୁ ଆମେରିକାର ମୋଟ…
ଜନସମସ୍ୟା ନେଇ ଆନ୍ଦୋଳନ ନିଷ୍ପତ୍ତି
ବ୍ରହ୍ମପୁର ଅଫିସ,୨୧ା୧: ଗଞ୍ଜାମ ଜିଲା ସିପିଆଇର ବୈଠକ ଶୁକ୍ରବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତିର କଡ଼ା ସମାଲୋଚନା କରାଯାଇଥିଲା। ଜିଲାର ମୌଳିକ ସମସ୍ୟା ସମାଧାନରେ ସରକାରଙ୍କ ବିଫଳତାକୁ ନିନ୍ଦା କରାଯିବା…
୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ
କଟକ ଅଫିସ,୨୧ା୧: କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଶୁକ୍ରବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ମାମଲାର…
ବିହାର ଜାତିଗତ ଜନଗଣନା: ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୧।୧(ପି.ଟି.): ବିହାରରେ ଜାତିଭିତ୍ତିକ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଆବେଦନଗୁଡ଼ିକ ଶୁଣାଣି ଯୋଗ୍ୟ ନୁହେଁ କହି ଜଷ୍ଟିସ୍ ବି.ଆର୍. ଗଭାଇ ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠ…
ବୋହୂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ
କଟକ ଅଫିସ,୨୧ା୧: କାଉନ୍ସେଲିଂ ପରେ କଟକ ମହିଳା ଥାନା ବାହାରକୁ ଆସି ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିଥିବା ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାମଲା ଶୁକ୍ରବାର ଟିକେ ଅଲଗା ଅଲଗା ଲାଗିଛି। ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ସୁନା ବୋହୂ ଶ୍ରୀୟା…
ବହୁବିବାହ, ନିକା ହଲାଲାକୁ ଚ୍ୟାଲେଞ୍ଜ: ସାମ୍ବିଧାନିକ ପୀଠରେ ଶୁଣାଣି ହେବ
ନୂଆଦିଲ୍ଲୀ,୨୧।୧(ପି.ଟି.): ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିବେ ବୋଲି ଶୁକ୍ରବାର କହିଛନ୍ତି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର…
ଆମେରିକାର ନୂଆ ନେତା ହୋଇପାରିବି
ଓ୍ବାଶିଂଟନ,୨୧ା୧: ଆଗଧାଡ଼ିର ଭାରତୀୟ ବଂଶୋଦ୍ଭବ ରିପବ୍ଲିକାନ୍ ନେତ୍ରୀ ନିକ୍କି ହାଲି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସାମିଲ ହେବାକୁ ଯାଉଛନ୍ତି। ଫକ୍ସ ନ୍ୟୁଜ୍କୁ ସାକ୍ଷାତ୍କାର ଦେବାବେଳେ ୫୧ ବର୍ଷୀୟା ନିକ୍କି ନିଜେ ଏନେଇ ସଙ୍କେତ ଦେଇଛନ୍ତି। ଦେଶକୁ ଏକ ନୂଆ ଦିଗରେ…
ମମତାଙ୍କ କାର୍ଟୁନ୍: ୧୧ ବର୍ଷ ପରେ ପ୍ରଫେସର ଦୋଷମୁକ୍ତ
କୋଲକାତା,୨୧।୧: ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଏବଂ ଦଳୀୟ ନେତା ମୁକୁଲ ରାୟଙ୍କ ବ୍ୟଙ୍ଗଚିତ୍ର ଶେୟାର କରିଥିବା ଯାଦବପୁର ୟୁନିଭର୍ସିଟି ପ୍ରଫେସର ଅମ୍ବିକେଶ ମହାପାତ୍ର ୧୧ ବର୍ଷର ଆଇନଗତ ଲଢ଼େଇ ପରେ ଦୋଷମୁକ୍ତ ହୋଇଛନ୍ତି। କାର୍ଟୁନ ଶେୟାର କରି ମର୍ଯ୍ୟାଦା…
Archives


