ଗୁଜରାଟ ଆଗରେ ୧୭୯ ରନ୍ର ଟାର୍ଗେଟ୍
ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍ଘାଟନୀ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରି…
ନକଲୀ ସାର କାରଖାନା ଠାବ: ୯ଗିରଫ
ବରଗଡ଼ ଅଫିସ୍,୩୧।୩: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଗ୍ରାମରେ ଶୁକ୍ରବାର ପୋଲିସ ଏକ ନକଲୀ ସାର କାରଖାନା ଠାବ କରିଛି । ସେଠାରୁ ଗୋଟିଏ ଟାଟା ପିକ୍ଅପ୍ ଗାଡ଼ି(ଓଡ଼ି୨୧ଏଚ୍ ୫୯୫୪), ୨୫କି.ଗ୍ରା ବିଶିଷ୍ଟ ୬୦ ପକେଟ୍…
ସବୁଠୁ ଦାମୀ ଆପାର୍ଟମେଣ୍ଟ ବିକ୍ରି, ମୂଲ୍ୟ ଜାଣିଲେ..
ନୂଆଦିଲ୍ଲୀ, ୩୧ା୩: ଭାରତର ସବୁଠୁ ଦାମୀ ଆପାର୍ଟମେଣ୍ଟ ଭାବେ ଦକ୍ଷିଣ ମୁମ୍ବାଇର ମାଲାବାର ହିଲ୍ରେ ଥିବା ଟ୍ରିପ୍ଲେକ୍ସ ଆପାର୍ଟମେଣ୍ଟ ପରିଚିତ। ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ୩୬୯ କୋଟି ଟଙ୍କାରେ ବିକ୍ରି ହୋଇଛି। ଶିଳ୍ପପତି ତଥା ଫେମି କେୟାରର ପ୍ରତିଷ୍ଠାତା ଜେ.ପି. ଟାପାରିଆଙ୍କ…
ରାମ ଭକ୍ତଙ୍କୁ ଆକ୍ରମଣ ବେଳେ ନୀରବଦ୍ରଷ୍ଟା ସାଜିଥିଲେ ରାଜ୍ୟ ସରକାର: ଅନୁରାଗ ଠାକୁର
କୋଲକାତା/ନୂଆଦିଲ୍ଲୀ,୩୧ା୩: ପଶ୍ଚିମବଙ୍ଗର ହାଓଡାର କାଜିପାରା ଅଞ୍ଚଳରେ ଗୁରୁବାର ରାମନବମୀ ଉତ୍ସବ ପାଳନ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।ଅନେକ ଯାନବାହନରେ ନିଅଁା ଲଗାଇ ଦିଆଯାଇଥିଲା। ଉପଦବ୍ରୀମାନେ ଦୋକାନଗୁଡ଼ିକରୁ ଲୁଟ୍ କରିବା ପରେ ଜାଳି ଦେଇଥିଲେ। ଶୁକ୍ରବାର ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ…
ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁ ଘଟଣା: କଟକ ଜିଲାପାଳ, ପିସିସିଏଫ୍ଙ୍କୁ ଏନ୍ଏଚ୍ଆର୍ସିଙ୍କ ରିପୋର୍ଟ ତଲବ
ଭୁବନେଶ୍ୱର,୩୧।୩(ବ୍ୟୁରୋ): କଟକ ଜିଲା ବଡ଼ମ୍ବା ବନ ବିଭାଗ ହେପାଜତରେ ସ୍ଥାନୀୟ ଅଞ୍ଚଳର ଧନେଶ୍ୱର ବେହେରା (୫୯)ଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବ ଅଧିକାର କମିଶନ (ଏନ୍ଏଚ୍ଆର୍ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ କମିଶନ କଟକ ଜିଲାପାଳ ଏବଂ ପିସିସିଏଫ୍ (ପ୍ରଧାନ…
ମା’ ସମଲେଶ୍ୱରୀଙ୍କ ଅନ୍ନପୂର୍ଣ୍ଣା ବେଶ
ବରଗଡ଼ ଅଫିସ୍,୩୧।୩: ଚୈତ୍ର ଶୁକ୍ଲପକ୍ଷ ମହାଦଶମୀ ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ଶୁକ୍ରବାର ଅନ୍ନପୂର୍ଣ୍ଣା ବେଶରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସହିତ ମା’ ସମଲେଶ୍ୱରୀଙ୍କ ଚୈତ୍ର ନବରାତ୍ର ପୂଜା ପୂର୍ଣ୍ଣାହୂତି ସହ ସମ୍ପନ୍ନ ହୋଇଛି। ଦିନ ୯ଟା ୧୦ମିନିଟରୁ…
୪ଟି କାର୍ଯ୍ୟଦିବସ ବାକି ଥାଇ ଆଗୁଆ ଶେଷ ହେଲା ବିଧାନସଭା ଅଧିବେଶନ
ଭୁବନେଶ୍ୱର,୩୧ା୩(ବ୍ୟୁରୋ)-ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଏପ୍ରିଲ ୬ ତାରିଖରେ ଶେଷହେବାର ଥିଲା। ୬ଦିନ ଆଗୁଆ ତଥା ୪ଟି କାର୍ଯ୍ୟଦିବସ ବାକି ଥାଇ ଅଧିବେଶନ ଶେଷ ହୋଇଛି। ଚଳିତ ଅଧିବେଶନ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହୋଇଥିଲା।…
ପୋଲିସ କର୍ମଚାରୀଙ୍କୁ ମାଡ଼ : ଗ୍ରାମବାସୀଙ୍କ ନାମରେ ମାମଲା
ଭୋଗରାଇ,୩୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଟୁକୁରୀହାଜିରା ବାଗଞ୍ଜର ପାହିଠାରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିବାକୁ ଯାଇ ପୋଲିସ ମାଡ଼ ଖାଇବା ଘଟଣା ଭିନ୍ନମୋଡ଼ ନେଇଛି। ଏହି ଘଟଣାରେ ଭୋଗରାଇ ଥାନା ପକ୍ଷରୁ ପୃଥକ୍ ଭାବେ…
ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ: ଆଜିଠାରୁ ଟିକେଟ ବୁକିଂ ଆରମ୍ଭ
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ନୂତନ ବିମାନ ସେବା ଭେଟି ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବା ନେଇ ଶୁକ୍ରବାର ୫ଟି ସଚିବ ଭି.କେ. ପାଣ୍ଡିଆନ୍ ଘୋଷଣା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ…
ଭିଜିଲାନ୍ସ ଜାଲରେ ଜିଏସ୍ଟି ଅଧିକାରୀ
ଭୁବନେଶ୍ୱର,୩୧।୩(ବ୍ୟୁରୋ): ଜିଏସ୍ଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ପାରାଦୀପ ଏନଫୋର୍ସମେଣ୍ଟ ୟୁନିଟ ଜିଏସଟି ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଏକ ଜିଏସ୍ଟି ମାମଲାରେ ଜବତ କାଗଜପତ୍ର ମୁକ୍ତ କରିବା ଏବଂ ରିପୋର୍ଟ ବନ୍ଦ କରିବା ପାଇଁ…
ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ
ଫୁଲବାଣୀ ଅଫିସ, ୩୧ା୩: ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ…
ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
କାମାକ୍ଷାନଗର ୩୧।୩(ଡି.ଏନ୍.ଏ.): ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଧାୟକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନାଯୋଗ୍ୟ, ବିଧାୟକ ଏକ କାର୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏନ୍ଏଚ୍ ୫୩ ବାଉଁଶପାଳ…
Archives


