ନେଦରଲାଣ୍ଡସରେ ଟ୍ରେନ ଦୁର୍ଘଟଣା, ଜଣେ ମୃତ ୫୦ ଆହତ
ଆମଷ୍ଟରଡର୍ମ,୪।୪: ନେଦରଲାଣ୍ଡରେ ମଙ୍ଗଳବାର ହୋଇଥିବା ଏକ ରେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ହୋଇଥିଲା ଯେତେବେଳେ ଟ୍ରେନଟି ନିର୍ମାଣ ଉପକରଣ ସହ ପିଟି ହୋଇ ଟ୍ରାକରୁ ଖସି…
ବିନା କାମରେ ଜବ୍କାର୍ଡଧାରୀଙ୍କ ନାମରେ ଉଠୁଛି ଟଙ୍କା
ନାଉଗାଁ,୪।୪(ସ୍ବ.ପ୍ର): ନାଉଗାଁ ବ୍ଲକରେ ଏମ୍ଜିଏନ୍ଆରଇଜିଏସ୍ (ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି)ରେ ବହୁ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ଅର୍ଥକୁ ଯନ୍ତ୍ରୀ, ଠିକାଦାର, ରାଜନେତା ଓ ଜିଆରଏସ୍ ମିଳିତ ଭାବେ ହାତେଇବାକୁ ପଛାଉ ନାହାନ୍ତି। ଏମ୍ଜିଏନ୍ଆରଇଜିଏସ୍ କେନ୍ଦ୍ର ସରକାରଙ୍କ…
୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାମରେ ଲାଗୁନି ଦୋକାନ ଗୃହ
ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର ଦୋକାନ ଗୃହ ନିର୍ମାଣ ପରେ ଏଗୁଡିକ କାର୍ଯ୍ୟକ୍ଷମ ହେଉ ନ ଥିବା ଦେଖିବାକୁ ମିଳୁଛି।…
ସୁନାବେଶରେ ଝଟକୁଛନ୍ତି ମା’ ମଝିଘରିଆଣୀ
ରାୟଗଡା ଅଫିସ,୪ା୪: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ରପର୍ବ ଝାମୁ ଯାତ୍ରା ଗତ ୧ ତାରିଖରୁ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ଦୁଇ ବର୍ଷ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଓ ଗତବର୍ଷ କଟକଣା ମଧ୍ୟରେ ହୋଇଥିଲା। ଚଳିତବର୍ଷ…
ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ
କେନ୍ଦ୍ରାପଡ଼ା ଅଫିସ, ୪।୪: ନକଲି ସାର୍ଟିଫିକେଟ୍ରେ ଚାକିରି ମାମଲାରେ ରାଜ୍ୟ ଏବେ ଚର୍ଚ୍ଚାରେ ଅଛି। ବଲାଙ୍ଗୀର ଜିଲାରେ ଏପରି ଘଟଣା ପ୍ରକାଶ ପରେ କେନ୍ଦ୍ରାପଡ଼ା ଜିଲାରେ ଏପରି ଏକ ଘଟଣା ଗତ ମାର୍ଚ୍ଚ ୨୧ରେ ଦେଖିବାକୁ ମିଳିଥିଲା। ଡାକ ବିଭାଗର ଏକ…
ମିଲ୍ରୁ ୪.୫ ଲକ୍ଷ ଟଙ୍କାର କାଜୁ ଚୋରି ଘଟଣାରେ ୨ ଗିରଫ
ନବରଙ୍ଗପୁର,୪।୪(ବି.ପ୍ର.): କାଜୁ ମିଲ୍ରୁ ଲକ୍ଷାଧିକ ଟଙ୍କାର କାଜୁ ଚୋରିକରି ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଯୁବକ। ଅଭିଯୁକ୍ତମାନେ ହେଲେ ବିଜରାଗୁଡ଼ା ଗ୍ରାମର ନରହରି ଭତରା ଏବଂ ପ୍ରହଲ୍ଲାଦ ହରିଜନ। ସେମାନଙ୍କଠାରୁ ନଗଦ ୧ଲକ୍ଷ ୬ ହଜାର ଟଙ୍କା ସହ ଏକ କୁଇଣ୍ଟାଲ…
ପାଣି ପାଇଁ ସମସ୍ୟା ଭୋଗୁଛନ୍ତି କାମ୍ପ ମାଲିଗାଁବାସୀ
ରାୟଗଡ଼ା ଅଫିସ/ରାୟଗଡ଼ା,(ସ୍ବ.ପ୍ର.)୪ା୪: ରାୟଗଡ଼ା ଜିଲା ଗଠନର ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ବହୁ ଗ୍ରାମାଞ୍ଚଳରେ ପାନୀୟ ଜଳର ଅସୁବିଧା ଲାଗି ରହିଛି। ଗ୍ରୀଷ୍ମ ଆରମ୍ଭରୁ ଜିଲାବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶାସନିକ ଆନ୍ତରିକତା ଅଭାବ ସମସ୍ୟା…
‘କ୍ଲିନ୍ ଟୁ ଗ୍ରୀନ୍ କ୍ୟାମ୍ପେନ୍’
ନୂଆଦିଲ୍ଲୀ,୪।୪: ବହୁରାଷ୍ଟ୍ରୀୟ ଲଜିଷ୍ଟିକ କମ୍ପାନୀ ଆରଏଲ୍ଜି ସିଷ୍ଟମ୍ସ ଇଣ୍ଡିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘କ୍ଲିନ୍ ଟୁ ଗ୍ରୀନ୍ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଭିଯାନ ଅଧୀନରେ କମ୍ପାନୀ ବିଭିନ୍ନ ବର୍ଗର ଇ-ଆବର୍ଜନା ସଂଗ୍ରହ ଡ୍ରାଇଭ୍ ପ୍ରୋଗ୍ରାମ…
ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
କଟକ,୪।୪: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍ ଫ୍ରିଡମର ଓଡ଼ିଶା ୟୁନିଟ ପକ୍ଷରୁ ଚଳିତବର୍ଷର ବୈଶାଖୀ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଫ୍ରିଡମ୍ ମଣ୍ଡପ କରାଯାଇଛି। ଏପରିକି ପ୍ରତିଦିନ ସନ୍ଧ୍ୟାରେ ଶହ ଶହ ଲୋକଙ୍କର ବିଶାଳ ଜନସମାଗମ ହେଉଛି। ଏହି ପରିପ୍ରେକ୍ଷୀରେ ମେଳାର…
ସରିଲା ଭୋଟ, ଫଳାଫଳକୁ ଅପେକ୍ଷା
ଢେଙ୍କାନାଳ ଅଫିସ,୪ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସୋମବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ମୋଟ୍ ମତଦାନ ହାର ୮୮ ପ୍ରତିଶତ ହୋଇଥିବାବେଳେ ସେଥିରୁ ୯୦ ପ୍ରତିଶତ ମହିଳା ଓ ୮୬ ପ୍ରତିଶତ ପୁରୁଷ ଭୋଟର ଭୋଟ୍…
‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୩’
ଭୁବନେଶ୍ୱର,୪।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍ ପବ୍ଲିକ ସ୍କୁଲ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ପଟିଆସ୍ଥିତ ସ୍କୁଲ ପରିସରରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ କଳା,ସାହିତ୍ୟ,ଭାଷା,ବିଜ୍ଞାନ,ନୃତ୍ୟ ଓ…
ସରିଲା ଚୈତ୍ର ଯାତ୍ରା: ଆର ବର୍ଷକୁ ଅପେକ୍ଷା
ପୁରୁଷୋତ୍ତମପୁର,୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଶେଷ ଚତୁର୍ଥ ପାଳି ହୋଇଥିବା ବେଳେ ଭକ୍ତ ଆର ବର୍ଷକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଆର୍ଶିବାଦ ଭିକ୍ଷା କରୁଛନ୍ତି। ଏପରି…
Archives


