Home Left

କୋରାପୁଟ ସହରରେ କୋଟିଆ ଷ୍ଟ୍ରବେରି

କୋରାପୁଟ,୧୧ା୩(ସ୍ବ.ପ୍ର.): ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ କୋଟିଆ ଷ୍ଟ୍ରବେରି ଏବେ କୋରାପୁଟ ସହରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସହରର କଳାନିକେତନ ଛକ ନିକଟରେ ଥିବା କୋରାପୁଟ କଫି ପଏଣ୍ଟ ସମ୍ମୁଖରେ ସତେଜ ଷ୍ଟ୍ରବେରି ବିକ୍ରି ହେଉଥିଲା। ୨୦୦…

ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ

ଗୁଆହାଟୀ, ୧୧ା୩: ନାଗାଲାଣ୍ଡ ବିଧାନସଭା ଦ୍ୱିତୀୟ ଥର ପାଇଁ ବିରୋଧୀ ଦଳ ଶୂନ୍ୟ ହୋଇଛି। ଶରଦ ପାଓ୍ବାରଙ୍କ ଏନ୍‌ସିପି ସମେତ ରାଜ୍ୟର ସମସ୍ତ ରାଜନୈତିକ ଦଳ ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ସମର୍ଥନ ଜଣାଇଛନ୍ତି। ସେମାନଙ୍କୁ ସରକାରରେ ସାମିଲ କରାଯିବ କିମ୍ବା ଏହାକୁ…

ଡାକଘରେ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ

ରାୟଗଡ଼ା,୧୧ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାରଢ଼ାମୁଣିସ୍ଥିତ ଡାକଘରେ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱର ଠକେଇ ହୋଇଥିବା ଜିଲାପାଳଙ୍କ ନିକଟରେ ଜମା ଖାତାଧାରୀମାନେ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ଏହାର ନିରପେକ୍ଷ…

ଜୈବିକ ପଦ୍ଧତିରେ ଆଦିବାସୀଙ୍କ ଫୁଲକୋବି ଚାଷ

ସୁନ୍ଦରଗଡ଼, ୧୧।୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିରେ କରୁଥିବାରୁ…

ଆମେରିକା ଜାହାଜରେ ଅଜଣା ରୋଗ: ୩୦୦ ଆକ୍ରାନ୍ତ

ଓ୍ବାଶିଂଟନ, ୧୧ା୩: ଆମେରିକାର ରୁବି ପ୍ରିନ୍ସେସ୍‌ କ୍ରୁଜ୍‌ ଜାହାଜରେ ଅଜଣା ରୋଗରେ ୩୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଓ ଜାହାଜ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ମଧ୍ୟରେ ଜାହାଜଟି ଟେକ୍ସାସ୍‌ରୁ ମେକ୍ସିକୋ ଯାଉଥିବାବେଳେ ଅଜଣା ରୋଗ ସଂକ୍ରମଣ ହୋଇଥିଲା।…

ବିପଦସଙ୍କୁଳ ସ୍ଥାନରେ ଠିକାଦାର କରିଛନ୍ତି ଷ୍ଟକ୍‌ୟାର୍ଡ

କୋରୁକୋଣ୍ଡା,୧୧ା୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଟେଣ୍ଡର ମାଧ୍ୟମରେ କିଛି ଠିକାସଂସ୍ଥାକୁ ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକର ୧୧ଟି ପଞ୍ଚାୟତକୁ ସ୍ବଚ୍ଛ…

ଅନୁଗୋଳରେ ହେବ ୨ କୃଷିସେବା କେନ୍ଦ୍ର

ଅନୁଗୋଳ ଅଫିସ, ୧୧।୩: କୃଷି ଓ କୃଷକଙ୍କ ବିକାଶ ଲାଗି ଅନୁଗୋଳରେ ସ୍ଥାପନ ହେବ ୨ଟି କୃଷି ସେବାକେନ୍ଦ୍ର। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମକେୟୁଓ୍ବାଇ) ଅଧୀନରେ ପିପିପି ମୋଡରେ ଏହା କାର୍ଯ୍ୟକ୍ଷମ ହେବ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର…

ପଦାରେ ପଡ଼ିଲା ପ୍ରିୟାପ୍ରୀତି

ଢେଙ୍କାନାଳ ଅଫିସ, ୧୧।୩: ରାଜ୍ୟରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ବର୍ଗଙ୍କୁ ନିଃଶୁଳ୍କରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ରାଜ୍ୟ ସରକାର। ‘ପ୍ରତିଟି ଜୀବନ ମୂଲ୍ୟବାନ’ ଉକ୍ତିକୁ ସାକାର କରିବା ଲାଗି ୨୦୧୮ ଅଗଷ୍ଟ ୧୫ରୁ…

ଗୁମ୍ଫାରେ ରହି ଚାଷ କରୁଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୧୧ା୩: ୨୦୧୨ରେ ଶି ଜିନ୍‌ପିଙ୍ଗ୍‌ କ୍ଷମତାକୁ ଆସିବା ପରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ନେତା ଭାବେ ସର୍ବାଧିକ ଉଦାରବାଦୀ ହେବେ ବୋଲି କେତେଜଣ ପର୍ଯ୍ୟବେକ୍ଷକ ଭବିଷ୍ୟବାଣୀ କରିଥିଲେ। ସମ୍ଭବତଃ ଜିନ୍‌ପିଙ୍ଗ୍‌ଙ୍କ ଦୁର୍ବଳ ପାରିବାରିକ ପୃଷ୍ଠଭୂମିକୁ ଦେଖି ସେତେବେଳେ ଏପରି ଅନୁମାନ କରାଯାଇଥିଲା।…

ମଣ୍ଡଳ କାରାଗାର ଅନ୍ତେବାସୀଙ୍କ କୃତିତ୍ୱ

ବ୍ରହ୍ମପୁର ଅଫିସ,୧୧ା୩: ସରକାରଙ୍କ ତରଫରୁ ଜେଲଗୁଡ଼ିକରେ ହାତକୁ ନିଆଯାଉଥିବା ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏପରିକି ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀମାନେ ଏଭଳି କାର୍ଯ୍ୟକ୍ରମ ଜରିଆରେ ଏକ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫାଇନାଲ୍‌…

ଅଧା ରାତି ପର୍ଯ୍ୟନ୍ତ ଚାଲିଲା ଲାଲୁଙ୍କ ପରିବାର ପରିସରରେ ଇଡିର ଚଢାଉ, ପାଟନାରୁ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ୨୦ ସ୍ଥାନରେ ଚଢାଉ

ପାଟନା/ନୂଆଦିଲ୍ଲୀ,୧୧ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାକିରି ବଦଳରେ ଜମି ‘ଘୋଟାଲା’ ମାମଲାରେ ମନି ଲଣ୍ଡରିଂ ଯାଞ୍ଚ ମାମଲାରେ ଶୁକ୍ରବାର ନୂଆଦିଲ୍ଲୀ, ମୁମ୍ବାଇ ଓ ବିହାରରେ ପ୍ରାୟ ୨୦ଟି ସ୍ଥାନରେ ଚଢାଉ କରିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ…

ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଦୃଷ୍ଟିବାଧିତ କେଶବ

ପାରଳାଖେମୁଣ୍ଡି, ୧୧ା୩ (ଡି.ଏନ୍‌.ଏ): ଦୁନିଆ କ’ଣ ଦେଖିପାରୁ ନ ଥିଲେ ମଧ୍ୟ ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର କିଭଳି ପ୍ରତିପୋଷଣ କରାଯାଏ ତାହା ପ୍ରମାଣ କରି ଦେଖାଇଛନ୍ତି ଗଜପତି ଜିଲା ନୂଆଗଡ ବ୍ଲକ ସମ୍ବଲପୁର ଗ୍ରାମର କେଶବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri