Home Left

ବ୍ଲାକ କଫି ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ

ଏସିଡିଟି ବଢ଼ାଇଥାଏ: କଫିରେ ଅମ୍ଳ ପରିମାଣ ଅଧିକ। ତେଣୁ ଅଧିକ କଫି ପିଇବା ଦ୍ୱାରା ଏସିଡିଟି, ଛାତି ଜଳିବା, ପିଏଚ୍‌ ବାଲାନ୍ସ ଅସନ୍ତୁଳିତ ହେବା, ବଦହଜମୀ ହେବା ସହ ହାଡ଼ ଏବଂ ଜଏଣ୍ଟରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଇଥାଏ। ଉପୁଯାଏ…

ଭାଜପାର ୧୯୫ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି କେବଳ ଜଣେ ମୁସଲମାନ ନେତା, ଜାଣନ୍ତୁ ଅବଦୁଲ୍‌ ସଲାମ କିଏ?

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ଲୋକ ସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଉକ୍ତ ତାଲିକାରେ ଭାଜପା କେବଳ ଜଣେ ମୁସଲମାନଙ୍କୁ ଟିକେଟ ଦେଇଛି। ସେ ହେଲେ ଅବଦୁଲ ସଲାମ। କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ…

ଜବ୍‌ ଖୋଜୁଝନ୍ତି କି,ଚେକ୍‌ କରନ୍ତୁ ଏସବୁ ସାଇଟ୍‌

ଦିନଥିଲା, ଭଲ ଜବ୍‌ଟିଏ ଖୋଜିବା ଥିଲା ଏକ କଷ୍ଟକର କାର୍ଯ୍ୟ। କେବେ ଖବରକାଗଜରେ ବିଜ୍ଞାପନକୁ ଅପେକ୍ଷା କରିବାକୁ ପଡ଼ୁଥିଲା ତ ଆଉ କେବେ ବାୟୋଡାଟା ଏବଂ ସାର୍ଟିଫିକେଟ୍‌ ଧରି ଏ ଅଫିସ୍‌ରୁ ସେ ଅଫିସ୍‌କୁ ଧାଇଁବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନର ଇଣ୍ଟରନେଟ୍‌…

ଝଲକ୍‌ ଜିତିଲେ ବିହାର ଝିଅ ମନିଷା

ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଯା’ର ୧୧ତମ ସିଜନ୍‌। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ…

ଆର୍‌ସିବିକୁ ହରାଇ ଶୀର୍ଷରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ

ବେଙ୍ଗାଲୁରୁ, ୩।୩: ଓମେନ୍ସ ପ୍ରିମିୟର ଲିଗ୍‌ର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୧…

ପିଭିଏମ୍‌ଆଇର ନୂତନ ଉତ୍ପାଦ

ଭୁବନେଶ୍ୱର,୨।୩: ପରଫେଟ୍ଟି ଭ୍ୟାନ୍‌ ମେଲେ ଇଣ୍ଡିଆ (ପିଭିଏମ୍‌ଆଇ)ର ନୂତନ ଉତ୍ପାଦ ତଥା ଫ୍ଲାଗ୍‌ଶିପ୍‌ ଗମ୍‌ ଏବଂ ମିଣ୍ଟସ୍‌ ବ୍ରାଣ୍ଡ୍‌ର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ବିଶେଷକରି ସେଣ୍ଟର ଫ୍ରେସ୍‌ର ନୂତନ ଉପତ୍ାଦ ସେଣ୍ଟର ଫ୍ରେସ୍‌ ମିଣ୍ଟସ୍‌ ମିଣ୍ଟରେ ଲେମନ ହନି…

ସିଜିୟୁର ୪ର୍ଥ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି(ସିଜିୟୁ)ର ୪ର୍ଥ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁଧୀନ୍ଦ୍ର ନାଥ ପଣ୍ଡାଙ୍କ ମୁଖ୍ୟ ଅଭିବାଦନ ସହ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।…

୫ ସରକାରୀ ଆଇଟିଆଇ ସହ ଟିପିସିଓଡିଏଲ୍‌ର ବୁଝାମଣା

ଭୁବନେଶ୍ୱର,୩।୩: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୫ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ଘୋଷଣା କରି ଓଡ଼ିଶାର ଯୁବବର୍ଗଙ୍କ…

ଜେଏସ୍‌ଡବ୍ଲ୍ୟୁ ଓଡ଼ିଶା ମାଇନ୍ସ ଡିଭିଜନ ପୁରସ୍କୃତ

ଭୁବନେଶ୍ୱର,୩।୩: ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌(ଓଡ଼ିଶା ଖଣି ଡିଭିଜନ)କୁ ନିକଟରେ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର ଅନ୍ତିମ ଓ ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀକୁ ବିଭିନ୍ନ ବର୍ଗରେ ସମ୍ମାନଜନକ ପୁରସ୍କାର ପ୍ରଦାନ…

ଇଣ୍ଡିଆନ୍‌ ବ୍ୟାଙ୍କର ନବୀକରଣ ଶାଖା ପରିସର ଉଦ୍‌ଘାଟିତ

ଭୁବନେଶ୍ୱର,୩।୩ (ଅଭୟ ଦାଶ): ଇଣ୍ଡିଆନ୍‌ ବ୍ୟାଙ୍କର ଗଞ୍ଜାମସ୍ଥିତ ଭେଜିପୁଟଠାରେ ଥିବା ପଥରା ଶାଖାର ନବୀକରଣ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ଏମ୍‌.ଅରୁଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର (ପଥରା ଶାଖାର ନବୀକରଣ…

ସର୍ବଭାରତୀୟ ସ୍ତରରେ ୧.୬୨ଲକ୍ଷ କୋଟିର ପ୍ରକଳ୍ପ ଉଦ୍‌ଘାଟିତ

ନୂଆଦିଲ୍ଲୀ,୩।୩: ଘରୋଇ ବଜାରର ତୈଳ ଏବଂ ଗ୍ୟାସ୍‌ର ଚାହିଦା ମେଣ୍ଟାଇବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟସ୍ତରରେ ୧.୬୨ଲକ୍ଷ କୋଟିର ଅଏଲ ଆଣ୍ଡ ଗ୍ୟାସ୍‌ ପ୍ରକଳ୍ପର ଶୁଭାରମ୍ଭ ସହ ବିହାରର ବେଗୁସରାଇରୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ସେହିଭଳି ରାଷ୍ଟ୍ରାୟତ୍ତ…

ଫୁଟ୍‌ବଲର ହେବାକୁ ଚାହୁଁଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର ଶ୍ରଫ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ର ଏହି ଷ୍ଟାର ସନ୍ତାନ ଖୁବ୍‌ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ ଦେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri