Home Left

ବୈଜ୍ଞାନିକଙ୍କୁ ବଡ଼ ସଫଳତା: ମ୍ୟାଲେରିଆ ଟିକା ପାଇଁ ପାରାସାଇଟ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୫: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଏକ ପାରାସାଇଟ୍‌ (ପରଜୀବୀ) ଚିହ୍ନଟ କରିଛନ୍ତି, ଯାହା ମ୍ୟାଲେରିଆ ପ୍ରତିକାର ଏବଂ ଚିକିତ୍ସାରେ ଅଧିକ ପ୍ରଭାବଶାଳୀ ହୋଇପାରିବ। ପ୍ରଫେସର ଶୈଳଜା ସିଂ ଏବଂ ପ୍ରଫେସର ଆନନ୍ଦ ରଙ୍ଗନାଥନଙ୍କ ନେତୃତ୍ୱରେ ହୋଇଥିବା…

ଆଭାସୀ ମାଧ୍ୟମରେ ସମୀକ୍ଷାକଲେ ଜିଲାପାଳ

ବାଲେଶ୍ୱର, ୨୩।୫(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଧବାର ଆଭାସୀ ମାଧ୍ୟମରେ ଜିଲାପାଳ ଆଶିଷ ଠାକରେଙ୍କ…

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ଯୁବକ ଗିରଫ

ଗୋପବନ୍ଧୁ ନଗର,୨୩ା୫,(ଶାନ୍ତନୁ କୁମାର ମଢୁଆଳ): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳର ଜଣେ ୧୯ ବର୍ଷିୟା ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଚତୁରୀ ଗ୍ରାମର…

ବସ୍‌ ଟର୍ମିନାଲ ଜମି ଜବରଦଖଲ

ବୈଶିଙ୍ଗା,୨୩ା୫(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ବଜାର ଅଞ୍ଚଳରେ  ବସ୍‌ ଟର୍ମିନାଲ ପାଇଁ ଜମି ଚିହ୍ନଟ ହୋଇଛି। ମାତ୍ର ଅଧିଗ୍ରହଣ ନ ହେବାରୁ ଜବରଦଖଲକାରୀମାନେ ଉକ୍ତ ସ୍ଥାନରେ ପକ୍କା ଘରମାନ ନିର୍ମାଣ ଆରମ୍ଭ କରିସାରିଲେଣି। ଜବରଦଖଲକାରୀମାନେ ଏହି ଜମିକୁ ବାହାର ଜିଲାର ସଂଖ୍ୟାଲଘୁ…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ

ବାସୁଦେବପୁର,୨୩ା୫, (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳ ବଙ୍ଗୋପସାଗର ତଟବର୍ତ୍ତୀ ସଂଲଗ୍ନ ନିର୍ବାଚନ ମଣ୍ଡଳୀ ଅଟେ। ଗତ ୧୯୯୯ ମହାବାତ୍ୟା ବେଳେ ଏହି ନିର୍ବାଚନ ମଣ୍ଡଳୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପରବର୍ତ୍ତୀ ସମୟରେ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଓ…

ରାସ୍ତା କାମର ୨ ଦିନ ପରେ ଉଠିଗଲା ପିଚୁ

ପାଣିକୋଇଲି,୨୩ା୫(ବିକାଶ ମଲ୍ଲିକ): ଜାତୀୟ ରାଜପଥ ୧୬ଠାରୁ ହାଟସାହି ଭାୟା ସୋତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାର ଅବଧି ଶେଷ ହୋଇ ସାରିଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ମଧ୍ୟରେ ଦୁଇ…

ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରିଟ୍‌ଲାଇଟ୍‌ ବିଦ୍ୟୁତ୍‌ ତାର

ପାଣିକୋଇଲି,୨୩।୫(ବିକାଶ ମଲ୍ଲିକ):ପାଣିକୋଇଲି ୨୦ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକ ଜଳୁଛି। ଫଳରେ ଏହା ପାଣିକୋଇଲିର ଶୋଭା ବର୍ଦ୍ଧନ କରିବା ସହ ଲୋକଙ୍କ ରାତ୍ରିକାଳୀନ ଯାତାୟାତରେ ସହାୟକ ହେଉଛି। ରାଜ୍ୟ ବାହାରୁ ବା ବିଭିନ୍ନ ଜିଲାରୁ ଯାତାୟାତ କରୁଥିବା…

ପୋଖରୀରୁ ପାଣି ପିଇବାରୁ ଗାଈଙ୍କୁ ଗୁଳି

ରଘୁନାଥପୁର,୨୩।୫, (ରାଜେନ୍ଦ୍ର ନାରାୟଣ ସିଂହ): ବର୍ବରତା ସୀମା ଟପିଲା। ଗୋରୁ ପୋଖରୀରୁ ପାଣି ପିଇବାରୁ ସେମାନଙ୍କ ଉପରେ ଗୁଳି ମାଡ଼ ହୋଇଛି। ଫଳରେ ୩ ଗୋରୁ ଓ ଏକ ବାଛୁରୀ ଆହତ ହୋଇଛନ୍ତି। ଏଭଳି ଘଟଣା ରଘୁନାଥପୁର ଥାନା ପୂରଣଓଡପଡ଼ା ଗ୍ରାମରେ ଦେଖିବାକୁ…

୬ ବର୍ଷ ହେଲା ସରୁନି ନକଲି ଶିକ୍ଷକଙ୍କ ତଦନ୍ତ

ଯାଜପୁର,୨୩ା୫,(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ନକଲି ଶିକ୍ଷକଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବାର ୬ ବର୍ଷ ପରେ ବି ଆବଶ୍ୟକ ପଦକ୍ଷେପ ନୈରାଶ୍ୟଜନକ ହୋଇଛି। ଇତିମଧ୍ୟରେ ହାଇକୋର୍ଟଙ୍କ ପକ୍ଷରୁ…

ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା,୨୩ା୫(ଜଗନ୍ନାଥ ଧଳ): ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ା ଏହି ଜିଲାର ୪୮ କି.ମି. ଖୋଲାମେଲା ସମୁଦ୍ର ତଟ…

୧୫ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ଦାବି

ଧର୍ମଶାଳା,୨୩ା୫(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ କଳାପଥର ଖାଦାନରେ ଅତଡ଼ା ଧସି ୩ ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ। ଡଙ୍କାରୀରେ କେବଳ ଏହି ଘଟଣା ନୁହେଁ, ପୂର୍ବରୁ…

ସ୍ତ୍ରୀ ସହିତ ଅନୈତିକ ସମ୍ପର୍କରୁ ସାଙ୍ଗଙ୍କୁ ହତ୍ୟା

ପାରଳାଖେମୁଣ୍ଡି, ୨୩ା୫ (ଗିରିଧାରୀ ପରିଛା): ସ୍ତ୍ରୀ ସହିତ ଅନୈତିକ ସମ୍ପର୍କକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଗତ ୧୯ ତାରିଖରେ ଘଟିଥିଲେ ମଧ୍ୟ ପୋଲିସ ଘଟଣାର ପ୍ରକୃତ ରହସ୍ୟ ଉପରୁ ଗୁରୁବାର ପର୍ଦ୍ଦାଫାସ କରିଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri