Home Left

ଟ୍ରେନରେ ଭିଡ଼ କମିବ, କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ, ପିଏମ୍‌ ମୋଦି କହିଲେ ଓଡ଼ିଶା ସମେତ ଏହି ସବୁ ରାଜ୍ୟକୁ ମିଳିବ ଲାଭ

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୬,୪୫୬ କୋଟି ଟଙ୍କା ମୂଲ୍ୟର ତିନୋଟି ରେଳ ପ୍ରକଳ୍ପକୁ ଅନୁମୋଦନ କରିବାରୁ କ୍ୟାବିନେଟର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି , ଏହା ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡକୁ ବହୁତ ଲାଭଦାୟକ ହେବ।…

ଦିବ୍ୟ ଯୋଗ ମନ୍ଦିର(ଟ୍ରଷ୍ଟ)କୁ ଏନ୍‌ସିଭିଇଟି ମାନ୍ୟତା

ନୂଆଦିଲ୍ଲୀ,୨୯।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ପ୍ରମୁଖ ଅନୁଷ୍ଠାନ ଦିବ୍ୟ ଯୋଗ ମନ୍ଦିର (ଟ୍ରଷ୍ଟ)କୁ ନିକଟରେ ଜାତୀୟ ଧନ୍ଦାମୂଳକ/ବ୍ୟବସାୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ନ୍ୟାଶନାଲ କାଉନସିଲ ଫର୍‌ ଭୋକଶନାଲ ଏଜୁକେଶନ ଆଣ୍ଡ ଟ୍ରେନିଂ…

ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ସୁପର ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ଼ ଆଦିତ୍ୟ କୁମାର ସାମଲ ନିକଟରେ ଆମେରିକାରୁ ଓଡ଼ିଶା ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।…

ଜନସଂଖ୍ୟା ବୃଦ୍ଧିି ହାରକୁ ଟପିଲା ଛାତ୍ରୀଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯ା୮: ଭାରତରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଅତି ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ଏପରି କି ଦେଶରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ଘଟିଛି, ତା’ଠୁ ଅଧିକ ହୋଇଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା। ୨୦୨୧ରୁ ୨୦୨୨ ମଧ୍ୟରେ ଛାତ୍ରଙ୍କ ଆତ୍ମହତ୍ୟା ୬% ହ୍ରାସ ପାଇଥିବାବେଳେ…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଛାତ୍ରୀଛାତ୍ର ଦକ୍ଷ ହେବା ନିହାତି ଆବଶ୍ୟକ

ଭବାନୀପାଟଣା,୨୯ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ମହାବିଦ୍ୟାଳୟରେ ବିବିଏ, ବିସିଏ ବିଭାଗର ଛାତ୍ରୀଛାତ୍ରଙ୍କ ପାଇଁ ଚାଲିଥିବା ଦୁଇଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମସିନ ଲର୍ନିଂ ସମ୍ବନ୍ଧୀୟ କର୍ମଶାଳା ବୁଧବାର ଉଦ୍‌ଯାପିତ ହୋଇଛି। ଦିଲ୍ଲୀ ଇନ୍ନୋଭିଆନ୍ସ ଟେକ୍ନୋଲୋଜିସ ଓ ଟେକ୍‌ନେସ,…

ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟ୍‌ ପାଇଁ ଟ୍ରମ୍ପ୍‌ ରାଜି

ଓ୍ବାଶିଂଟନ, ୨୯।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ସେପ୍ଟେମ୍ବର ୧୦ରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ସହ ପ୍ରେସିଡେନ୍ସିଆଲ ଡିବେଟରେ ଭାଗ ନେବାକୁ ରିପବ୍ଲିକାନ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ରାଜି ହୋଇଛନ୍ତି। ଏନେଇ ସେ…

ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଆଇନ ପ୍ରଣୟନ ଦ୍ୱାରା ହୋଇପାରିବ: ମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ୱର,୨୯।୮(ଅନିଲ ଦାସ): ୧୯୯୫ ଫେବୃଆରୀ ୩ ତାରିଖରେ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରୀଛାତ୍ରମାନଙ୍କ ପାଇଁ ୧୨% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮% ସଂରକ୍ଷଣ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି।…

ରେଳ ପ୍ରକଳ୍ପ ବିକାଶକୁ ତ୍ୱରାନ୍ବିତ କରିବ

ଭୁବନେଶ୍ୱର,୨୯।୮(ଅନିଲ ଦାସ): ଓଡ଼ିଶାର ୨ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ବରଗଡ଼ ରୋଡ ଓ ନୂଆପଡ଼ା ରୋଡ ୧୩୮କି.ମି. ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨୯୨୬କୋଟି ଟଙ୍କା ବ୍ୟୟ…

ଆଣବିକ ପରୀକ୍ଷଣ ବିଶ୍ୱବାସୀଙ୍କ ପାଇଁ ବଡ଼ ବିପଦ

ଆଣବିକ ପରୀକ୍ଷଣ କେବଳ ବୈଜ୍ଞାନିକ ପରୀକ୍ଷଣ ନୁହେଁ, ଏହା ଆମ ପୃଥିବୀର ସୁରକ୍ଷା ଏବଂ ମାନବ ଜାତିର ଭବିଷ୍ୟତ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ। ଯେତେବେଳେ ବି ପରମାଣୁ ବୋମା ପରୀକ୍ଷଣ ହୁଏ, ଏହା କେବଳ ପୃଥିବୀ ପୃଷ୍ଠକୁ ଦୋହଲାଇ…

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା, ୨୯ା୮(ଉତ୍ତମ କୁମାର ଦାଶ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ କଳାହାଣ୍ଡି ଜିଲା ନର୍ଲାରୋଡ଼ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ରହିଛନ୍ତି। ଆସନ୍ତା ଗୁରୁଦିବସ ଅବସରରେ…

ବଳାତ୍କାରୀଙ୍କୁ ଫାଶୀ: ଆଇନ ଆଣିବେ ମମତା

କୋଲକାତା,୨୯ା୮: ବର୍ତ୍ତମାନ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ବଳାତ୍କାରୀମାନଙ୍କୁ ଫାଶୀ ଦିଆଯିବା ନେଇ ନିଶ୍ଚିତ କରାଯିବ। ପଶ୍ଚିମବଙ୍ଗ ବିଧାନସଭାରେ ଆସନ୍ତା ସପ୍ତାହରେ ସଂଶୋଧିତ ଆଇନକୁ ଗୃହୀତ କରାଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି। ଉକ୍ତ…

ଦଶମ ପାସ୍‌ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ଦଶମ, ହେଲେ କାମ ଥିଲା ଅତି ଚତୁର। ନିଜକୁ ଡାକ୍ତର ପରିଚୟ ଦେଇ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ପଚାରି ବୁଝୁଥିଲେ। କର୍କଟଠୁ ଆରମ୍ଭ କରି କିଡ୍‌ନୀ, ଡାଇବେଟିସ୍‌, ଗ୍ୟାସ୍‌ ଭଳି ବହୁ ରୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri