ପ୍ରିନ୍ସିପାଲ୍ଙ୍କୁ ଗୁଳି କରି ହତ୍ୟାକଲେ ଦ୍ୱାଦଶ ଶ୍ରେଣୀ ଛାତ୍ର
ଛତରପୁର,୬ା୧୨: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍ ଏସ୍.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସ୍କୁଲ କ୍ୟାମ୍ପସ୍ରେ ଶୁକ୍ରବାର…
ଶର୍ଟ ସର୍କିଟରୁ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ
ଆସିକା,୬ା୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା କଲେଜଛକ ମହାରଣା କଲୋନୀରେ ଶୁକ୍ରବାର ବିଦ୍ୟୁତ ଶର୍ଟ ସର୍କିଟରେ ପ୍ରାୟ ୧୦ ପରିବାରର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଯାଇଛି। ଏପରିକି ଘର ସବୁ ଧୂଆଁମୟ ହୋଇଥିବା କ୍ଷତିଗ୍ରସ୍ତ ପରିବାରଗୁଡିକ ଅଭିଯୋଗ କରିଛନ୍ତି । ସୌଭାଗ୍ୟବଶତଃ…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ
ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜାକୁ ବିରୋଧ କରାଯାଇଛି। ସର୍ବଭାରତୀୟ ହିନ୍ଦୁ ଜାଗରଣ ମଞ୍ଚର ଆହ୍ବାନରେ ଏକ ବିକ୍ଷୋଭ…
ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ନେଇ ଶତାଧିକ ମହିଳା, ପୁରୁଷ ପହଞ୍ଚିଲେ…
ଛତ୍ରପୁର, ୬ ।୧୨ (ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଶିହଳା ପଞ୍ଚାୟତର ଟାମଣା ଗ୍ରାମକୁ ନୂତନ ମୈାଜା ଘୋଷାଣା ଦାବିନେଇ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ଗ୍ରାମବାସୀଙ୍କ କହିବା…
କୋଟିପତି ବଏଫ୍ରେଣ୍ଡଙ୍କୁ ବିବାହ କରିବେ ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ: ଭାଇରାଲ ହେଲା ବିବାହ କାର୍ଡ
ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ କରିବେ ବିବାହ । ସେ ତାଙ୍କର ବହିଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରବାକୁ ଯାଉଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କ ସମ୍ପକକୁ ଅଫିସିଆଲ ଘୋଷଣା କରିଥିଲେ । ଅଭିନେତ୍ରୀ କହିଥିଲେ, ସେ ଆଣ୍ଟୋନିଙ୍କ ସହ…
କଳାହାଣ୍ଡି ଉତ୍ସବ ‘ଘୁମୁରା’ ଆସିଲେ ଅଧିକାରୀଙ୍କର ମନେ ପଡ଼େ କେନ୍ଦୁଗୁଡ଼ା ଘାଟ, ପରେ କାହାର ଦେଖା ମିଳେନି
ଥୁଆମୂଳ ରାମପୁର,୬ା୧୨: କଳାହାଣ୍ଡି ଜିଲାର କଳା ଓ ସଂସ୍କୃତିର ପର୍ବ ‘ଘୁମୁରା’ରେ କଳାହାଣ୍ଡି ତଥା ବାହାର ରାଜ୍ୟର କଳା ପ୍ରଦର୍ଶନ ଓ ପ୍ରତିଭା ପ୍ରଦର୍ଶିତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଆସୁଥିବା ବେଳେ ପ୍ରତିବର୍ଷ ଏହି ଅବସରରେ ଥୁଆମୂଳ ରାମପୁର ବ୍ଲକସ୍ଥିତ…
ଦାରିଙ୍ଗବାଡିରେ ଆରମ୍ଭ ହେଲାକଫି ସଂଗ୍ରହ: ଏହି ସଂସ୍ଥାକୁ ଦିଆଗଲା ଦାୟିତ୍ୱ
ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ ): ଦାରିଙ୍ଗବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟିଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ…
ପରିବେଶ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ
ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପ ପରିସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଫେଷ୍ଟିଭାଲରେ ମୁଖ୍ୟତଃ ଜଙ୍ଗଲ ସୁରକ୍ଷା, ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟରେ ପରିବେଶର ବିକାଶ, ପ୍ଲାଷ୍ଟିକ…
କୋଲକାତାରୁ ସମ୍ବଲପୁରକୁ ଚାଲାଣ ହେଉଥିଲା କଫ୍ସିରପ୍: ୫ ଜଣଙ୍କୁ ବାନ୍ଧିଲା ପୋଲିସ
ସମ୍ବଲପୁର,୬ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧନୁପାଲି ଥାନା ସିଟି ଷ୍ଟେଶନ ନିକଟ ଝାଙ୍କରପଡ଼ାରୁ କଫ୍ସିରପ୍ ଜବତ ହୋଇଛି। କୋଲକାତାରୁ ସମ୍ବଲପୁରକୁ ଏହା ଚାଲାଣ ହେଉଥିବାବେଳେ ପୋଲିସ ୧୪୪୦ ବୋତଲ କଫ୍ସିରପ୍ ଜବତ କରିଛି। ଏଥିସହ କାର୍, ସ୍କୁଟିକୁ ମଧ୍ୟ ଜବତ କରିଛି।…
ଜନ୍ମମାଟିରେ ଗାଁ ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଲେ ରାଷ୍ଟ୍ରପତି
ମୟୂରଭଞ୍ଜ,୬ା୧୨: ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି। ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ। ୫…
ଷ୍ଟାର୍କଙ୍କ ଆଗରେ ଆତ୍ମସମର୍ପଣ କଲେ ଭାରତୀୟ ବ୍ୟାଟର୍
ଆଡିଲେଡ,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ପ୍ରଥମ ଇନିଂସ ୧୮୦ ରନ୍ରେ ଅଲଆଉଟ୍ ହୋଇଯାଇଛି। ନୀତୀଶ ରେଡ୍ଡୀ ସର୍ବାଧିକ ୪୨ ରନ ସ୍କୋର କରିଥିବାବେଳେ କେଏଲ ରାହୁଲ ୩୭ ରନ…
ଗ୍ୟାସ୍ ପାଇପ୍ ଲାଇନ୍ ମରାମତିବେଳେ ଅଘଟଣ: ମାଟି ତଳେ ଚାପି ହୋଇ ଶ୍ରମିକଙ୍କ ଜୀବନ ଗଲା
ପାରାଦୀପ,୬ା୧୨: କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍ ପାଇପ୍ ଲାଇନ ମରାମତିବେଳେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ ଯାଇଛି। ଏହି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ…
Archives


