ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା
ଭୁବନେଶ୍ୱର,୩୦।୩: ରବିବାର ପୂର୍ବାହ୍ନରେ ନିରଗୁଣ୍ଡି ଷ୍ଟେସନ ନିକଟରେ ଘଟିଥିବା ୧୨୫୫୧ ବାଙ୍ଗାଲୋର-କାମାଖ୍ୟା ଏସି ଏସ୍ଏଫ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାର ବିସ୍ତୃତ ତଦନ୍ତ କମିଶନର ଅଫ୍ ରେଲୱେ ସେଫ୍ଟି (ସିଆରଏସ୍) କରିବେ ବୋଲି ପୂର୍ବତଟ ରେଳପଥ (ଇସିଓଆର୍) ସୂଚନା ଦେଇଛି। ପ୍ରଭାବିତ…
କୋଏଲ ନଦୀରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ
ରାଉରକେଲା,୩୦।୩(ସଙ୍ଗୀତା ଜେନା):ରାଉରକେଲା ବିଶ୍ରା ଥାନା ଅଧୀନ କୋଏଲ ନଦୀ କାରକାଟା ଘାଟରେ ରବିବାର ଗାଧୋଇବା ବେଳେ ବୁଡିଯିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ସେକ୍ଟର-୧୭ ବି ବ୍ଲକ ଘର ନଂ-୧୭୭ର ପ୍ରଦୀପ ତରାଇ(୧୯) ଏବଂ ସେକ୍ଟର ୮…
IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ
ବିଶାଖାପାଟଣା, ୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଉଇକେଟରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ଅପ୍ ଯୋଗୁ ଚର୍ଚ୍ଚାରେ ରହିଥିବା ସନ୍ରାଇଜର୍ସ କ୍ରମାଗତ ଦ୍ୱିତୀୟ ଥରପାଇଁ…
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ: କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ
ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରୁଥିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା। ଏହା ପୂର୍ବରୁ ଜିଲା ସଭାପତି ଭାରତ ଭୂଷଣ ବେମାଲଙ୍କ ସମେତ ୨୨ଜଣ…
ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍
ମେଲବୋର୍ନ,୩୦ା୩: ଭାରତୀୟ କ୍ରିକେଟ ଦଳର ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ଟୁର୍ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ଅନ୍ତର୍ଜାତୀୟ ଟି୨୦ ଖେଳିବ। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଭ୍ରମଣକାରୀ ଦଳ ହ୍ବାଇଟ୍ବଲ୍…
ଟୋଙ୍ଗାରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଲର୍ଟ
ନୂଆଦିଲ୍ଲୀ,୩୦ା୩: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ଟୋଙ୍ଗା ନିକଟରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁଯାୟୀ ସୋମବାର…
ସରକାରୀ ବାବୁଙ୍କ କୋଠା ଲୋଭ: OWSSB ସହକାରୀ ପ୍ରକଳ୍ପ ପରିଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର,୩୦ା୩: ଭିଜିଲାନ୍ସ ରବିବାର ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (OWSSB), ଭୁବନେଶ୍ୱରର ସହକାରୀ ପ୍ରକଳ୍ପ ପରିଚାଳକ ଦେବାଶିଷ ସାହୁଙ୍କୁ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି। ଦେବାଶିଷ ତାଙ୍କ ଆୟରୁ ୧୧୪% ଅଧିକ ରଖିଥିବା ବେଳେ ଏହାକୁ…
ବୁଲା କୁକୁର ଆତଙ୍କ, ଦିନକରେ ୨୭ ଜଣଙ୍କୁ କାମୁଡିଲେ
ଖଡ଼ିଆଳ,୩୦ା୩(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଶନିବାର ଦିନକରେ ୨୭ ଜଣଙ୍କୁ କୁକୁର କାମୁଡିଥିବା ବେଳେ ରବିବାର ମଧ୍ୟାହ୍ନ ସୁଦ୍ଧା ୫ ଜଣଙ୍କୁ କାମୁଡିଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତଙ୍କୁ ଜଳାତଙ୍କ ଇଞ୍ଜେକଶନ…
ଶହୀଦଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିଆର୍ପିଏଫ୍ ଇନ୍ସପେକ୍ଟର
ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଜୟ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଶହୀଦ ରଞ୍ଜନ ଦାଶଙ୍କ ନବମ ଶହୀଦ ବାର୍ଷିକୀ ସ୍ମୃତିସଭା ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିଆର୍ପିଏଫ୍ ଇନ୍ସପେକ୍ଟର(ଜି.ସି) ଗଗନ ବିହାରୀ ଜେନା ମୁଖ୍ୟ…
ରାଷ୍ଟ୍ରୀୟ ନୂଆବର୍ଷରେ ନୂଆ ଯୋଜନାର ଶୁଭାରମ୍ଭ, ଗରିବଙ୍କୁ ମିଳିବ ଘର
ଦାରିଙ୍ଗବାଡ଼ି,୩୦ା୩(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍ଫରେନି୍ଂସ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ…
OPSC ପରିଚାଳିତ ପରୀକ୍ଷାରେ ପୁଣି ତ୍ରୁଟି ଅଭିଯୋଗ
କଟକ,୩୦ା୩: OPSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ସେମାନେ ଅଭିଯୋଗ କରିଛନ୍ତି ଯେ, ୧୦୦ ମାର୍କ ପ୍ରଶ୍ନ ବଦଳରେ ରହିଛି ୯୪…
ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ
ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ତଥା ହଳଦୀ ପଞ୍ଚାୟତ ଅନ୍ତର୍ଗତ ସେମେଲପାଲି ଗାଁର ଏକ ଘରୁ ରବିବାର ସକାଳେ ଯୁବତୀଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ସେମେଲପାଲି ଗାଁର ଅରବିନ୍ଦ ନାଗ(୧୮) ଏବଂ ସଂଯୁକ୍ତା ନାଗ(୨୦)।…
Archives


