Home Left

ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଲପଡ଼ା-ମଣ୍ଡଳ ରାସ୍ତା କାମ ନିମ୍ନମାନର ହୋଇଥିବାରୁ…

‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନା ଶ୍ରେଷ୍ଠ ଯୋଜନା; ‘ଆୟୁଷ୍ମାନ୍‌ ଭାରତ’ ଲାଗୁ ନେଇ ନିଷ୍ପତ୍ତି ନିଆଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ମଙ୍ଗଳବାର ସଚିବାଳୟରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଗୁରୁବାର ଏହି ଯୋଜନା ଲାଗୁ ନେଇ କେନ୍ଦ୍ରର…

ଯେଉଁଠି ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି, ପୋତା ଯାଏ ନାହିଁ

ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍‌ ଚର୍ଚ୍ଚିତ। ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି। ଏମାନେ ଶକ୍ତିଶାଳୀ ଯୋଦ୍ଧା ଭାବେ ବେଶ୍‌ ପରିଚିତ। ଏହି ଜନଜାତି ତାଞ୍ଜାନିଆ ଏବଂ କେନ୍ୟା…

ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ପାଟଣା ଗସ୍ତ : ଲୋକଙ୍କ ନିକଟତର ହେବାକୁ କର୍ମୀଙ୍କୁ ପରାମର୍ଶ

ପାଟଣା,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ନବନିର୍ବାଚିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଗସ୍ତ କରିଛନ୍ତି। ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ପାଟଣା ଗସ୍ତ। ବ୍ଲକର ଖିରେଇଟାଙ୍ଗିରୀ ଠାରୁ ବିଧାୟକ…

ଭାରତୀୟ ଦଳର ଏହି ଖେଳାଳି ହେବେ ଭବିଷ୍ୟତର କୋହଲି

ନୂଆଦିଲ୍ଲୀ, ୬।୬: ୨୦୧୯ କ୍ରିକେଟ ବିଶ୍ୱକପ୍‌ ଖେଳିବା ପାଇଁ ଭାରତୀୟ ଦଳ ଏବେ ଇଂଲଣ୍ଡରେ ଅଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଜିତି ମଧ୍ୟ ସାରିଛି। ଭାରତୀୟ ବିଶ୍ୱକପ୍‌ ଦଳର ସଦସ୍ୟ ଥିବା ଲୋକେଶ ରାହୁଲଙ୍କୁ ଭବିଷ୍ୟତର କୋହଲି…

ପରାଜୟର କାରଣ ଜାଣିବା ଲାଗି ବୁଥ୍‌ସ୍ତରୀୟ ରିପୋର୍ଟ ଲୋଡିଲେ ରାହୁଲ

ନୂଆଦିଲ୍ଲୀ, ୬।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଶ୍‌ ମର୍ମାହତ ହୋଇଛନ୍ତି। ପରାଜୟର ପ୍ରକୃତ କାରଣ ଜାଣିବା ଲାଗି ସେ ବୁଥ୍‌ସ୍ତରୀୟ ରିପୋର୍ଟ ରାଜ୍ୟ ପ୍ରଭାରୀଙ୍କଠାରୁ ଲୋଡିଛନ୍ତି। ଏହା ଅନୁସାରେ…

ଉପ-ବାଚସ୍ପତି ପଦ: ବିଜେଡିକୁ ଶିବସେନାର ବିରୋଧ

ଭୁବନେଶ୍ୱର,୬।୬(ବ୍ୟୁରୋ): ଶେଷ ହୋଇଛି ଲୋକ ସଭା ନିର୍ବାଚନ। ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଚାଲିଛି ଟଣାଓଟରା। କେନ୍ଦ୍ରରେ ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ବାଚସ୍ପତି ଏବଂ ଉପବାଚସ୍ପତି କିଏ ହେବେ ସେ ନେଇ କସରତ ଚାଲିଛି। ତେବେ…

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ ପଛାନ୍ତି ନାହିଁ। କିନ୍ତୁ ସମସ୍ତଙ୍କଠାରୁ ଅଲଗା ଦେଖାଯିବା ଲାଗି ଜଣେ ମହିଳା ଏଭଳି କିଛି…

ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ: ଫଳାଫଳ ଶୂନ ଥିବା ୮୨ ସ୍କୁଲକୁ ନୋଟିସ୍‌, ସ୍ଥିତିକୁ ବ୍ୟକ୍ତିଗତ ଭାବେ ପରଖିବେ

ଭୁବନେଶ୍ୱର,୬।୬(ବ୍ୟୁରୋ): ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ପୂରା ଆକ୍ସନ ମୋଡ୍‌ରେ କାମ କରିବା ଆରମ୍ଭ କରିଦେଲେଣି। ଗୋଟିଏ ପରେ ଗୋଟିଏ ବିଭାଗର ମନ୍ତ୍ରୀ କିଭଳି ସୂଚାରୁରୂପେ କାମ ହୋଇପାରିବ, ସେ ଦିଗରେ ଦୃଷ୍ଟି ରଖୁଛନ୍ତି। ଏହି କ୍ରମରେ ଗଣଶିକ୍ଷା ମନ୍ତ୍ରୀ ଭାବେ…

ପ୍ରଥମଦିନରେ ୫ଟି ରେକର୍ଡ ଭାଙ୍ଗିଲା ସଲମାନଙ୍କ ଫିଲ୍ମ ‘ଭାରତ’

ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଭାରତ’ ଇଦ ଅବସରରେ ରିଲିଜ ହୋଇଯାଇଛି। ପ୍ରଥମଦିନରେ ଫିଲ୍ମ ୪୨.୩୦କୋଟି ଟଙ୍କା ରୋଜଗାର କରି ବକ୍ସଅଫିସ୍‌ ରେକର୍ଡ ଭାଙ୍ଗିଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା…

ମୁହଁ ଲୁଚାଇ ଇଦ୍‌ ପାଳିଲେ ସାରା-କାର୍ତ୍ତିକ

ମୁମ୍ବାଇ,୬।୬: ବି ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାଁ ଓ କାର୍ତ୍ତିକ ଆର୍ୟନ ଏବେ ପୁଣି ଚର୍ଚ୍ଚା ପରିସରକୁ ଚାଲି ଆସିଛନ୍ତି। ବୁଧବାର ଇଦ୍‌ ଅବସରରେ ସାରା ଓ କାର୍ତ୍ତିକ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି…

ରାମମନ୍ଦିର ନିର୍ମାଣ ନେଇ ସୁବ୍ରମଣିୟମ୍‌ ସ୍ବାମୀ ଓ ସଞ୍ଜୟ ରାଓ୍ବତ ମୋଦିଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ସମୟରେ ରାମ ମନ୍ଦିର ବିବାଦଠାରୁ ଭାଜପା ଦୂରେଇ ରହିଥିଲା। ତେବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ପରେ ପୁଣିଥରେ ଦେଶରେ ରାମମନ୍ଦିର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମର୍ମରେ ଭାଜପା ସଦସ୍ୟ ସୁବ୍ରମଣିୟମ୍‌ ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?