ଥମୁନି ପଶ୍ଚିମବଙ୍ଗ ହିଂସା: ଉତ୍ତର ୨୪ ପ୍ରଗଣାରେ ୨ ମୃତ
କୋଲକାତା,୧୧।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା କାକିନାରାରେ ବୋମା ବିସ୍ଫାରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୪ ଆହତ ହୋଇଥିବା ଜଣାପଡିଛି। ଲୋକ ସଭା ନିର୍ବାଚନ ପରେ ଭାଜପା ଓ ଟିଏମ୍ ସି ମଧ୍ୟରେ…
ଖବରଦାତା ପ୍ରଶାନ୍ତଙ୍କୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରିଥିବା ବିବାଦୀୟ ଲେଖା ଅଭିଯୋଗରେ ଖବରଦାତା ପ୍ରଶାନ୍ତ କନୌଜିଆଙ୍କୁ ଗିରଫ କରାଯାଇଥିଲା। ତେବେ ଏହାର ବିଚାର କରି ପ୍ରଶାନ୍ତଙ୍କୁ ମୁକ୍ତ କରିବା ଲାଗି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର…
ଅଧିକ ପ୍ରଶ୍ନ କରିବାରୁ ଫିଲ୍ମରୁ ବିଦା ହେଲେ ବିଦ୍ୟା
ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଚରିତ୍ରକୁ ସର୍ବଦା ଜୀବନ୍ତ କରି ପରଦା ଉପରେ ଉପସ୍ଥାପନା କରିଥାନ୍ତି। ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ ଏଥର ଏକ ଛୋଟିଆ ଭୁଲ ପାଇଁ ତାଙ୍କୁ ଫିଲ୍ମରୁ ବିଦା ହେବାକୁ ପଡ଼ିଛି। ପ୍ରକୃତ…
ମିସବାଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ୍ଙ୍କ ମଧ୍ୟରେ ହେବ ବିଶ୍ୱକପ୍ ଫାଇନାଲ୍
ଇସଲମାବାଦ୍, ୧୧।୬: ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ୍ ହକ୍ ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି। ଏଥର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ଫାଇନାଲ ଖେଳାଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଭାରତ ଏବଂ…
ମାରିଦେବାକୁ ଯୋଜନା କରି ଚଳନ୍ତା କାର୍ରୁ ବୋହୂଙ୍କୁ ଠେଲି ଦେଲେ ଶାଶୁ ଘର ଲୋକେ
ଚେନ୍ନାଇ,୧୧।୬: ତାମିଲନାଡୁର ଆରତି ଅରୁଣ(୩୮) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଚଳନ୍ତା କାର୍ରୁ ଠେଲି ଦେଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାରଣ ଏମିତି କିଛି ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହେବା ପରେ…
ଜାମିନ ନ ମିଳିବାରୁ ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ବିଧାୟକ
ଅଗରତାଲା,୧୧।୬: ତ୍ରିପୁରା ସରକାରରେ ସାମିଲ ହୋଇଥିବା ଦଳ ଆଇପିଏଫଟି(ଇଣ୍ଡିଜିନିୟସ୍ ପିପୁଲ୍ସ୍ ଫ୍ରଣ୍ଟ ଅଫ୍ ତ୍ରିପୁରା)ର ଜଣେ ବିଧାୟକ ସେହି ଯୁବତୀଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ,ଯୁବତୀ ଜଣଙ୍କ ମେ୨୦ରେ ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ…
ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ
ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂ ଯାଦବଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁଗ୍ରାମ୍ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ରବିବାର ଲକ୍ଷ୍ନୌର ରାମ ମନୋହର ଲୋହିଆ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ବ୍ଲଡପ୍ରେସର ବଢ଼ିଯିବାରୁ ତାଙ୍କୁ…
ବାରଣ୍ଡାରେ ଶୋଇଥିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ
ସମ୍ବଲପୁର,୧୧।୬(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ତିଲେଇମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡିଛି। ସେ ହେଲେ ସତ୍ୟନାରାୟଣ ମୁଣ୍ଡା…
ଭାଜପା ଏମ୍ପି ପୋଲିସ କର୍ମଚାରୀଙ୍କୁ ମାରିଲେ ଚାପୁଡ଼ା; ଜୀବନରେ ମାରିବାକୁ ଦେଲେ ଧମକ
ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶ ଧୋରହରା ଏମ୍ପି ରେଖା ବର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିବା ନେଇ ସ୍ଥାନୀୟ ମୋହମ୍ମଦି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ବିଗ୍-ବିଙ୍କ ଟୁଇଟର୍ ଆକାଉଣ୍ଟ ହ୍ୟାକ୍: ଲାଗିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ
ମୁମ୍ବାଇ,୧୧।୬: ବଲିଉଡ ସୁପରଷ୍ଟାର୍ ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ବିଗ୍ ବିଙ୍କ ଟୁଇଟର ପ୍ରୋଫାଇଲ୍ ଫଟୋ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଯାଇଛି। କେବଳ ଏତିକି ନୁହେଁ, ତାଙ୍କୁ ବ୍ୟକ୍ତିଗତ ଡାଟାକୁ…
ମାଡିଆସୁଛି ବାତ୍ୟା ‘ବାୟୁ’
ନୂଆଦିଲ୍ଲୀ, ୧୧।୬: ଫନୀ ପରେ ଏବେ ପୁଣି ମାଡିଆସୁଛି ଆଉ ଏକ ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନିକ…
ମୋଦିଙ୍କ ବିମାନ ପାକିସ୍ତାନ ଆକାଶରେ ଉଡିବାକୁ ମିଳିବ ଅନୁମତି
ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବତନ୍ତ୍ର ବିମାନ କିରଗିଜସ୍ତାନ ଯାତ୍ରା କରିବା ସମୟରେ ପାକିସ୍ତାନ ଆକାଶ ପତକୁ ବ୍ୟବହାର କରିପାରିବ ବୋଲି ସୂଚନା ମିଳିଛି। ଏ ନେଇ ଇମ୍ରାନ୍ ସରକାର ଖୁବ୍ଶୀଘ୍ର ଅନୁମତି ଦେବେ ବୋଲି ଜଣାପଡିଛି। ମୋଦି ସାଂଘାଇ କୋଅପରେଶନ…

