Home Left

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୬୭୨୮ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରାଜେନ୍ଦ୍ର ଢୋଲକିଆ ୫୯୪୦ ଭୋଟ ପାଇଛନ୍ତି।

ଖଡ଼ିଆଳ ବିଧାନସଭା: ଆଗେଇଲା ବିଜେଡି

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ଚତୁର୍ତ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୬୮୨୯ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଅଧିରାଜ ପାଣିଗ୍ରାହୀ ୬୮୦୮ ଭୋଟ ପାଇଛନ୍ତି।

ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ରାଜନଗର,୨୩।୫(ଡି.ଏନ୍‌.ଏ): ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଗଣତି ଶେଷସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ଧୃବ ସାହୁ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କଠାରୁ ୪,୨୦୦ରୁ ଊର୍ଦ୍ଧ୍ୱ ଭୋଟରେ ଆଗୁଆ ଅଛନ୍ତି।

ବୀରମହାରାଜପୁରରୁ ପଦ୍ମନାଭ ବେହେରା ପଛୁଆ

ବୀରମହାରାଜପୁର,୨୩।୫: ବୀରମହାରାଜପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ପଛରେ ପଡ଼ିଛନ୍ତି। ୫ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପଦ୍ମନାଭ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ରଘୁନାଥ ଜଗଦେବଙ୍କଠାରୁ ୨୫୦୦ ଖଣ୍ଡ ଭୋଟରେ ପଛୁଆ ଥିବା ସୂଚନା ମିଳିଛି।

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଅଶୋକ ପୂଜାରୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

କେନ୍ଦ୍ରାପଡ଼ା ଲୋକ ସଭାରେ ଅନୁଭବ ଆଗୁଆ

କେନ୍ଦ୍ରାପଡା ଅଫିସ,୨୩ା୫- ଦ୍ୱିତୀୟ ରାଉଣ୍ଡରେ କେନ୍ଦ୍ରାପଡା ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୨୨୧୧ଖଣ୍ଡ ଭୋଟରେ ଆଗୁଆ ଥିଲେ। ସେହିପରି ତୃତୀୟ ରାଉଣ୍ଡ ସୁଦ୍ଧା ମହାନ୍ତି ୩୪୨୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ଆଗେଇଛନ୍ତି ଥରୁର

ଥିରୁଭାନନ୍ତପୁରମ,୨୩।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମ ଆସନରୁ ପାଖାପାଖି ୧୩ ହଜାର ଭୋଟରେ ଆଗୁଆ ଥିବା ଜଣାପଡିଛି। ସାରା ଦେଶରେ ଦେଖିବାକୁ ଗଲେ ଭାଜପା ଆଗରେ ଚାଲିଥିବା ବେଳେ କଂଗ୍ରେସ ୫୦ରୁ ଊର୍ଦ୍ଧ୍ୱ ଆସନରେ ଆଗରେ ଅଛନ୍ତି।

ପଟ୍ଟାଙ୍ଗିରେ ବିଜେଡିର ପ୍ରୀତମ ପାଢ଼ୀ ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ପଟ୍ଟାଙ୍ଗି ବିଧାନସଭା ଆସନରେ ୩ଟି ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରୀତମ ପାଢ଼ୀ ପ୍ରଥମ ରାଉଣ୍ଡରେ ୨୦୯୭, ଦ୍ୱିତୀୟ ରାଉଣ୍ଡରେ ୪୫୬୩ ଓ ତୃତୀୟ ରାଉଣ୍ଡରେ ୭୨୪୬ ଭୋଟ୍‌ ପାଇଛନ୍ତି। ସେହିପରି ଭାଜପାର ରାମଚନ୍ଦ୍ର ପାଙ୍ଗି ୩ଟି…

ଚିକିଟି ବିଧାନସଭାରେ କଡା ଟକ୍କର

ବ୍ରହ୍ମପୁର ଅଫିସ,୨୩।୫- ଚିକିଟି ବିଧାନସଭା ର୍ନିବାଚନ ମଣ୍ଡଳୀରେ ଭାଜପା ଏବଂ ବିଜେଡି ମଧ୍ୟରେ କଡା ଟକ୍କର ଚାଲିଛି। ପ୍ରଥମ ରାଉଣ୍ଡରେ ବିଜେଡିର ଉଷା ଦେବୀ ୨୩୩୩ ଭୋଟ ପାଇଥିବା ବେଳେ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରା ୨୪୬୩ ଖଣ୍ଡ ଭୋଟ ପାଇ ଆଗୁଆ…

ଅଷ୍ଟ୍ରେଲିଆରେ ଉତ୍ସବ ମନାଇଲେ ଭାଜପା ସମର୍ଥକ

ସିଡ୍‌ନୀ,୨୩।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭାଜପା ସାରା ଦେଶରେ ପ୍ରାୟ ୨୯୫ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ ରହିଥିବା ଜଣାପଡିଛି। ଏହି ଖବର…

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ ଭାଜପାର ମନୋଜ କୁମାର ମେହେର ୨୪୧୨ ଭୋଟ ପାଇଛନ୍ତି।

୨୦୨୨ ବିଶ୍ୱକପ୍‌ରେ ୩୨ ଟିମ୍‌

ଲାଉସେନ, ୨୩।୫(ଏଏଫ୍‌ପି)- ୨୦୨୨ କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ୪୮ଟି ଟିମ୍‌କୁ ସାମିଲ କରିବା ନେଇ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା କରିଥିବା ଯୋଜନାରୁ ଓହରି ଯାଇଛି। ଫଳରେ କାତାର ବିଶ୍ୱକପ୍‌ ୩୨ ଟିମ୍‌କୁ ନେଇ ଅନୁଷ୍ଠିତ ହେବ ବୋଲି ଫିଫା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri