Home Left

ଫୁଲବାଣୀରେ ହେବ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ। ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲାରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରିବାକୁ ଗୁରୁତ୍ୱ…

ମା’ ଝିଅଙ୍କୁ ମାଡ ମାରି, ଯୁବକ ଗିରଫ

ବୁଗୁଡ଼ା,୧୬ା୧୦(ଡି.ଏନ.ଏ.): ବୁଗୁଡ଼ା ଥାନା ବକ୍ସିପଲ୍ଲୀ ଗ୍ରାମରେ ଗୋଟିଏ ପରିବାରର ମା’ ଓ ୨ ଝିଅଙ୍କୁ ମାରପିଟ ଏବଂ ଟଣାଓଟରା କରିବା ଅଭିଯୋଗରେ ବୁଧବାର ବୁଗୁଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକ ଜଣକ ବକ୍ସିପଲ୍ଲୀ ଗ୍ରାମର…

ଗ୍ରାହକଙ୍କୁ ମାଡ଼ ମାରି ଢାବା ମାଲିକ ଗିରଫ

ବାସୁଦେବପୁର,୧୬।୧୦ (ଡି.ଏନ.ଏ.): ଗ୍ରାହକଙ୍କୁ ମାଡ଼ ମାରିବା ଅଭିଯୋଗରେ ବାସୁଦେବପୁର-ଧାମରା ରାସ୍ତାର ନଳବାଙ୍କଠାରେ ଥିବା ଏକ ଢାବାର ମାଲିକ ଚିନ୍ମୟ ଭୋଇଙ୍କୁ ନାୟକାଣିଡିହୀ ଥାନା ପୋଲିସ ବୁଧବାର ଗିରଫ କରିଛି। ନାୟକାଣିଡିହୀ ପୋଲିସ ସୂଚନା ଅନୁଯାୟୀ, ଗତ ସୋମବାର ବ୍ରଜାନନ୍ଦପୁର ଗ୍ରାମର ରମେଶ…

ସମୁଦ୍ରରେ ଭାସିଯାଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ,୧୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ସମୁଦ୍ରକୂଳରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଧବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇ ସମୁଦ୍ର ସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି। ନିଖୋଜ ଥିବା ବଙ୍ଗୀୟ ପର୍ଯ୍ୟଟକ ହେଲେ ହିମାଙ୍କର ବେରା (୨୭)। ତାଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି…

୨୦ରୁ ଆରମ୍ଭ ହେବ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ

ଚଣ୍ଡିଗଡ଼,୧୬।୧୦: କର୍ତ୍ତାରପୁର କରିଡର ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରିଯାଇଛି। ଏହାକୁ ତୀର୍ଥଯାତ୍ରୀ ଅନ୍‌ଲାଇନରେ ଆବେଦନ କରିପାରିବେ। ପାକିସ୍ତାନରେ ଥିବା ଶିଖଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁର ଯାତ୍ରା ପାଇଁ ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଔପଚାରିକ…

ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ଯୋଜନା

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ୧୨୦ ଇନଫାଣ୍ଟରି ବାଟାଲିଅନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାରେ ଗୁରୁବାର ପାଇଁ ସ୍ବତନ୍ତ୍ର ଟ୍ରେନ ଯୋଜନା କରାଯାଉଛି। ଗୁରୁବାର ପରୀକ୍ଷା ପାଇଁ ଉତ୍ତରାଖଣ୍ଡରୁ ପ୍ରାୟ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ଏମାନେ…

କଂଗ୍ରେସକୁ ଝଟକା: ରାଜ୍ୟସଭା ଏମ୍‌ପି କେ.ସି ରାମମୂର୍ତ୍ତି ଦେଲେ ଇସ୍ତଫା

ବେଙ୍ଗାଲୁରୁ,୧୬।୧୦: କର୍ନାଟକ କଂଗ୍ରେସର ରାଜ୍ୟସଭା ଏମ୍‌ପି ତଥା ବରିଷ୍ଠ ନେତା କେ.ସି. ରାମମୂର୍ତ୍ତି ରାଜ୍ୟସଭା ସଦସ୍ୟ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କୁ କେସ ଇସ୍ତଫା ପତ୍ର ପଠାଇଥିବା ବେଳେ ଏହାକୁ ସ୍ବୀକାର…

ଫ୍ରିଜ୍‌ରେ ମାଛ ରଖି ଖାଉଛନ୍ତି କି….

ମାଛ ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି। ସ୍ବାସ୍ଥ୍ୟପାଇଁ ଏହା ମଧ୍ୟ ଉପକାରୀ । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଜାରରେ ମାଛ ଦେଖିଲେ ନିଜକୁ ନିୟନ୍ତ୍ରଣ କରି ନ ପାରି ଆବଶ୍ୟକତାଠାରୁ ଅଧିକ ମାଛ କିଣିଆଣିଥାନ୍ତ ଓ…

ଆର୍ମି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆର୍ମି ପରୀକ୍ଷା ପାଇଁ ଟ୍ରେନରେ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବୁଧବାର ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି। ବୁଧବାର ଓଡ଼ିଶାର ପିଲାମାନଙ୍କ ପରୀକ୍ଷା ଥିବାରୁ ଏହି ଦୁଇଟି ଟ୍ରେନର ବ୍ୟବସ୍ଥା କରାଯାଇଛି। ପରୀକ୍ଷା…

ଆମେରିକା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଲେ କିମ୍‌

ସିଓଲ,୧୬।୧୦: ଆମେରିକା ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଛନ୍ତି ଉତ୍ତର କୋରିଆନ ନେତା କିମ୍‌ ଜଙ୍ଗ ଅନ୍‌। ସଂକଳ୍ପ ନେବା ସହ ପ୍ରତିବନ୍ଧକ ଯୋଗୁ ଦେଶକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବୁଧବାର ଗୋଟାଏ ଧଳାଘୋଡ଼ାରେ ଚଢ଼ି…

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ମାନଙ୍କର ଅଣ୍ଟା ୩୨ ଇଞ୍ଚ ଏବଂ ମହିଳା ମାନଙ୍କର ଅଣ୍ଟା ୩୬ ଇଞ୍ଚ…

କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ ରାସ୍ତାରେ ପଳାଇଥାଉ। ଏଥିପାଇଁ କେତେବେଳେ ଜରିମାନା ଦେବାକୁ ପଡ଼ିଥାଏ ତ କେତେବେଳେ ଅସୁବିଧାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?