Home Left

ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ: ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଶୋଭାଯାତ୍ରା

ବାଲିଆପାଳ,୧୯।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଚୌମୁଖଠାରେ ନିର୍ମାଣ ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦରକୁ ବିରୋଧ କରି ଶନିବାର ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହାପରେ ତହସିଲ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା। ବନ୍ଦର ଦ୍ୱାରା କ୍ଷତିଗ୍ରସ୍ତ…

ମୋଟେଗିରେ ମାର୍କ୍ୱେଜଙ୍କୁ ପ୍ରଥମ ପୋଲ୍‌ ପୋଜିଶନ

ମୋଟେଗି (ଜାପାନ),୧୯ା୧୦ (ପି.ଟି.): ଟିମ୍‌ ରେପ୍‌ସୋଲ ହୋଣ୍ଡାର ମାର୍କ ମାର୍କ୍ୱେଜ ଟ୍ବିନ ରିଙ୍ଗ୍‌ ମୋଟେଗିରେ ପ୍ରଥମ ଥର ମୋଟୋ ଜିପି ପୋଲ୍‌ ପୋଜିଶନ ହାସଲ କରିଛନ୍ତିି। ମାର୍କ୍ୱେଜ କ୍ରମାଗତ ଚତୁର୍ଥ ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିସାରିଛନ୍ତି। ଚଳିତ କ୍ୟାଲେଣ୍ଡର…

ଫ୍ରାନ୍ସ ଯିବେ ଅନଓ୍ବାର ଅଲ୍ଲୀ ଜୁନିୟର

ମୁମ୍ବାଇ, ୧୯ା୧୦ (ପି.ଟି.)-: ହୃତ୍‌ପୀଣ୍ଡ ଜନିତ ସମସ୍ୟା ଯୋଗୁ ଡକ୍ତରୀ ପରାମର୍ଶ ଲାଗି ଉଦୀୟମାନ ଡିଫେଣ୍ଡର ଅନଓ୍ବାର ଅଲ୍ଲୀ (ଜୁନିୟର) ଫ୍ରାନ୍ସ ଯିବେ। ତାଙ୍କ କ୍ଲବ ମୁମ୍ବାଇ ସିଟି ଏଫ୍‌ସିର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି। ଉଭୟ ମୁମ୍ବାଇ ସିଟି ଏଫ୍‌ସି…

ପଶ୍ଚିମବଙ୍ଗରେ ହିନ୍ଦୁ ପରିବାରକୁ ହତ୍ୟା ଘଟଣା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବଜରଙ୍ଗ ଦଳର ଦାବିପତ୍ର

ଫୁଲବାଣୀ ଅଫିସ, ୧୯ା୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ପ୍ରକାଶ ପାଲ ଏବଂ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସହ ୮ ବର୍ଷର ନିଷ୍ପାପ ପୁଅକୁ ଅତି ଜଘନ୍ୟ ଭାବେ ଗତ ୧୦ ତାରିଖରେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ରାଷ୍ଟ୍ରର ହିନ୍ଦୁ…

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ): ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମଣ୍ଡପ। ଅନୁକୂଳ ପାଗ ସାଙ୍ଗକୁ ସାରେ ଦର୍ଶକଙ୍କ ଭିଡ଼କୁ ନେଇ ସବୁଠି ସୃଷ୍ଟି ହୋଇଛି…

ରହସ୍ୟମୟୀ ଦ୍ୱୀପ : ଏଠାକୁ ଥରେ ଗଲେ ଆଉ ଫେରନ୍ତିନି ଲୋକେ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି ଦେଖିପାରନ୍ତି। ଏମିତି ଏକ ଦ୍ୱୀପ ରହିଛି ସ୍କଟ୍‌ଲାଣ୍ଡ୍‌ରେ। ଏହାର ନାଁ ‘ଆଇନହାଲୋ’। ଦ୍ୱୀପଟି ଦେଖିବାକୁ…

ଧୂଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ : ୧ ହଜାର ପୋଷ୍ଟକାର୍ଡ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ଅଭିଯୋଗ

ବଡ଼ବିଲ,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳବାସୀ ବିପର୍ଯ୍ୟସ୍ତ ରାସ୍ତାଘାଟ, ଟ୍ରାଫିକ ସମସ୍ୟା, ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଧୂଳିଧୂଆଁ ଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେବେ ଏ ନେଇ…

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ଗତ ୫ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଫଳରେ…

ଖମନଖୋଲରେ ମାଓବାଦୀ ପୋଷ୍ଟର

ବାଲିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ଛକରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଉଲ୍ଲେଖ ଅଛି, ଗ୍ରାମବାସୀ ଭାଇମାନେ ଜାଣନ୍ତୁ, ପୋଲିସମାନେ କହୁଛନ୍ତି, ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି; ଯେଉଁଠି ପାଇବେ ସେଇଠେ ପଶି ଖାଇବେ।…

ଆଗାମୀ ଇଦ୍‌ରେ ଆସିବ ସଲମାନ୍‌ଙ୍କ ‘ରାଧେ’

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’ ଆଗାମୀ ଡିସେମ୍ବରରେ ରିଲିଜ୍‌ ହେବ। ତେବେ ଇତିମଧ୍ୟରେ ତାଙ୍କ ଅଭିନୀତ ଆଉ ଏକ ସିନେମା ‘ରାଧେ’ର ମୋଶନ ପୋଷ୍ଟର ମଧ୍ୟ ସମ୍ମୁଖକୁ ଆସିଛି। ନିଜେ ସଲମାନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ୧ ମିନିଟର ଏକ…

ପ୍ରିୟଙ୍କାଙ୍କ ଫଟୋ ଶେୟାର କରି ଟ୍ରୋଲ୍‌ ହେଲେ ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ରହୁଛନ୍ତି। ଦୁଇଦିନ ତଳେ ସେ ନିକ୍‌ଙ୍କ ପାଇଁ କର୍‌ବା ଚୌଥ୍‌ ବ୍ରତ ରଖିଥିଲେ। ତାଙ୍କର ଏହା ପ୍ରଥମ କର୍‌ବା ଚୌଥ୍‌ ଥିଲା। ଏଥିରେ ସେ ଏକ ଲାଲ୍‌ ରଙ୍ଗର ଶାଢ଼ି ଏବଂ ଚୁଡ଼ି…

ସୁନାମାଳି ଗୁନ୍ଥିବା ଆଳରେ ଠକେଇ : ୪ ମହିଳା ଗିରଫ

ହିଞ୍ଜିଳିକାଟୁ,୧୯।୧୦(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ପୋଲିସ ୪ ଜଣ ଅଣଓଡ଼ିଆ ମହିଳାଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଶିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?