ରାଜସ୍ଥାନରେ ଇଣ୍ଟରନେଟ୍ ସେବା ୨୪ ଘଣ୍ଟା ପାଇଁ ବନ୍ଦ
ଜୟପୁର,୯।୧୧: ଅଯୋଧ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଲାଗି ରାଜସ୍ଥାନରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାର ପୂର୍ବାହ୍ନ ୧୦ଟାଠାରୁ ୨୪ ଘଣ୍ଟା ପାଇଁ ଏଠାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା…
ଆନ୍ଧ୍ରପ୍ରଦେଶ ଗସ୍ତରେ କେନ୍ଦ୍ରମନ୍ତ୍ରୀ: ତୈଳ ଓ ଗ୍ୟାସ ପ୍ରକଳ୍ପରେ କରାଯିବ ବିପୁଳ ପୁଞ୍ଜିନିବେଶ: ଧର୍ମେନ୍ଦ୍ର
ଭୁବନେଶ୍ୱର,୮।୧୧(ବ୍ୟୁରୋ): ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି। ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମବୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠାରେ…
ପ୍ରଫେସର ଦେବେନ୍ଦ୍ର ଦାଶଙ୍କୁ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ
ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଅଖିଳ ଭାରତ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ବିଶିଷ୍ଟ ଲେଖକ ଡ. ଦେବେନ୍ଦ୍ର ନାଥ ଦାଶଙ୍କୁ ଚଳିତବର୍ଷ ‘୨ୟ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ଆସନ୍ତା ରବିବାର ଜୟ ଭାରତ ଭବନରେ ଅନୁଷ୍ଠାନର ସଂସ୍ଥାପକ ପ୍ରଫେସର ଡ.…
୧୫ ସ୍ଥାନରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ, ୯ା୧୧(ଆଇଏଏନ୍ଏସ୍): ସିବିଆଇ ପକ୍ଷରୁ ଉତ୍ତରପ୍ରଦେଶ ଓ କର୍ନାଟକର ୧୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବହୁ କୋଟି ଟଙ୍କାର ଆଇଏମ୍ଏ(ଆଇ ମନେଟାରୀ ଆଡଭାଇଜରି) ଦୁର୍ନୀତି ମାମଲାର ତଦନ୍ତ ଲାଗି ସ୍ବତନ୍ତ୍ର ଭାବେ ଗଠିତ ତଦନ୍ତକାରୀ ଟିମ୍ ବହୁ ସରକାରୀ ଅଧିକାରୀଙ୍କ ବାସଭବନରେ…
ପାଓ୍ବାରଙ୍କୁ ଭେଟିଲେ କଂଗ୍ରେସ ନେତା
ମୁମ୍ବାଇ,୯ା୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତାମାନେ ଶୁକ୍ରବାର ରାତିରେ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନାନୁସାରେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଦେ, ଅଶୋକ ଚଭନ, ପୃଥ୍ବୀରାଜ ଚଭନ ଓ…
ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ
କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡ଼ାପାଟଣା ଗ୍ରାମର ରଶ୍ମିରଞ୍ଜନ ସାମନ୍ତରାୟ ନାମକ…
ପାକିସ୍ତାନର ବିବାଦୀୟ ପ୍ରଦର୍ଶନ: କର୍ତାରପୁରରେ ବୋମା ପକାଇଥିଲା ଭାରତ
ନୂଆଦିଲ୍ଲୀ,୯ା୧୧: କର୍ତାରପୁର କରିଡର ଉଦ୍ଘାଟନର ଦିନକ ପୂର୍ବରୁ ପାକିସ୍ତାନୀ କର୍ତ୍ତୃପକ୍ଷ ସେଠାରେ ବିବାଦୀୟ ପ୍ରଦର୍ଶନ କରିଛନ୍ତି। ସେଠାକୁ ଭ୍ରମଣରେ ଯାଇଥିବା କେତେଜଣ ଭାରତୀୟଙ୍କ ସୂଚନା ଅନୁଯାୟୀ ପାକ୍ କର୍ତ୍ତୃପକ୍ଷ କର୍ତାରପୁର ଦରବାର ସାହିବ୍ ଗୁରୁଦ୍ୱାର ନିକଟରେ ଏକ ସ୍ତମ୍ଭ ସ୍ଥାପନ କରି…
ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡ
କଟକ ଅଫିସ, ୯ା୧୧: ଦରଘାବଜାର ଥାନା ଅଞ୍ଚଳରେ ୨୦୧୪ରେ ଘଟିଥିବା ନାବାଳିକା ବଳାତ୍କାର ଓ ଅନ୍ତଃସତ୍ତ୍ୱା ଘଟଣାରେ କଟକ ତୃତୀୟ ଅତିରିକ୍ତ ସେସନ ଜଜ୍ ତଥା ପୋକ୍ସୋ ଅଦାଲତଙ୍କ ଜଜ୍ ବନ୍ଦନା କର ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଓ…
ନିଦରୁ ଉଠିଲେ ମହାପ୍ରଭୁ, ଆରମ୍ଭ ହେଲା ଶୁଭକାଳ
ପୁରୀ ଅଫିସ, ୯ା୧୧: ରଥଯାତ୍ରା ପରେ ହରିଶୟନ ଏକାଦଶୀରେ ନିଦ୍ରା ଯାଇଥିଲେ ମହାପ୍ରଭୁ। ଚାରି ମାସ ପରେ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଛନ୍ତି। ଏହି କାର୍ତ୍ତିକ ଶୁକ୍ଳ ଏକାଦଶୀକୁ ହରି ଉତ୍ଥାପନ ଏକାଦଶୀ କୁହାଯାଏ। ଶ୍ରୀମନ୍ଦିରରେ ଶୁକ୍ରବାର ହରି…
ଆଇଏସ୍ଆଇ ହନିଟ୍ରାପ୍ରେ ଓଡ଼ିଆ ଯବାନ
ନୂଆଦିଲ୍ଲୀ,୯ା୧୧: ପାକିସ୍ତାନର କୁଖ୍ୟାତ୍ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ହନିଟ୍ରାପ୍ରେ ଫସିଛନ୍ତି ଜଣେ ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲାର ବିଚିତ୍ର ବେହେରା। ସିପାହି ବିଚିତ୍ରଙ୍କ ସହ ମଧ୍ୟପ୍ରଦେଶର ଲାନ୍ସ ନାୟକ ରବି ବର୍ମା ମଧ୍ୟ ଏହି ଜାଲରେ…
ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଫ୍ୟାମିଲ ପେନ୍ସନ୍ ପ୍ରଦାନ ମାମଲା: ୩ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ଅଫିସ,୯ା୧୧: ସ୍ବାଧୀନତା ସଂଗ୍ରାମୀଙ୍କ ବିଧବା ସ୍ତ୍ରୀଙ୍କୁ ପେନ୍ସନ୍ ପ୍ରଦାନ ସମ୍ପର୍କିତ ଏକ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟ ୩ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ରାଜ୍ୟ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବିକାଶ ଦାସଙ୍କ ପକ୍ଷରୁ…
ବସ୍-କାର୍ ମୁହଁ।ମୁହିଁ ଧକ୍କା, ୧୫ ଆହତ
ଗୋପ,୯ା୧୧(ଡି.ଏନ୍.ଏ.): ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍ ଓ କାର୍ ମୁହଁ।ମୁହିଁ ଧକ୍କା ହେବାରୁ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗ ଆହତମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…

