Home Left

ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର ଏହି ଯୋଜନାରୁ ଅଯୋଗ୍ୟଙ୍କୁ ବାଛି ବାଦ୍‌ ଦେବା ଆଳରେ ମାସାଧିକ କାଳ ବିତିଗଲାଣି। ତଦନ୍ତ…

ସ୍କୁଲ ଛାତ ଭୁଶୁଡ଼ି ୧୨ ପିଲା ଆହତ

ମିରଟ୍‌, ୮ା୯(ପି.ଟି.) : ଉତ୍ତରପ୍ରଦେଶର ମିରଟ୍‌ ଅନ୍ତର୍ଗତ ଦାବଥୁଆରେ ଥିବା ସରସ୍ବତୀ ଜ୍ଞାନମନ୍ଦିର ସ୍କୁଲର ଛାତ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ୧୨ ପିଲା ଆହତ ହୋଇଛନ୍ତି। ୬ ଜଣ ଗୁରୁତର ଅଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ…

‘୩୭୦ ଉଚ୍ଛେଦ ସପକ୍ଷରେ ଅଧିକାଂଶ କଶ୍ମୀରୀ’

ନୂଆଦିଲ୍ଲୀ, ୮ା୯(ପି.ଟି.): ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଶନିବାର ପ୍ରକାଶ କରିଛନ୍ତି। ପାକିସ୍ତାନର ହୀନ ଚକ୍ରାନ୍ତ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଲାଗି ସେଠାରେ କଟକଣା ବଳବତ୍ତର…

ଏମ୍‌ଆରଙ୍କ କବ୍‌ଜାରୁ ମୁକୁଳିପାରୁନି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୮।୯-ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଏମ୍‌ଆର (ମେଡିସିନ ରିପ୍ରେଜେଣ୍ଟେଟିଭ)ଙ୍କ କବ୍‌ଜାରୁ ମୁକୁଳି ପାରୁନାହିଁ। ମେଡ଼ିକାଲ ପରିସରକୁ କୌଣସି ଏମ୍‌ଆର ଆସିପାରିବେ ନାହିଁ ବୋଲି ନୋଟିସ୍‌ ଲଗାଯାଇଛି। ହେଲେ କେହି ଏହି ନିର୍ଦ୍ଦେଶକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି।…

୬୦ ବର୍ଷରେ ୪୦% ଚନ୍ଦ୍ର ଅଭିଯାନ ବିଫଳ

ନୂଆଦିଲ୍ଲୀ,୮ା୯(ପି.ଟି.): ଗତ ୬ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ଚନ୍ଦ୍ର ଅଭିଯାନ ମିଶନ ବିଫଳ ହୋଇଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍‌ ଫ୍ୟାକ୍ଟ ଶିଟ୍‌’ରୁ ଜଣାପଡିଛି। ଏହି ସମୟ ମଧ୍ୟରେ ମୋଟ ୧୦୯ଟି ଚନ୍ଦ୍ର ଅଭିଯାନ ମିଶନ ହାତକୁ…

ଲଗାଣ ବର୍ଷା: ବଢୁଛି ମହାନଦୀ ଜଳସ୍ତର; ବନ୍ୟା ଆଶଙ୍କାରେ ନଦୀକୂଳିଆ ଗ୍ରାମବାସୀ

ଗଣିଆ,୮ା୯ (ଡି.ଏନ.ଏ.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦ ନଦୀବନ୍ଧରୁ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳରେ ବର୍ଷା ଲାଗିରହିଥିବାରୁ ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି।…

ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ ଭୁଶୁଡି ପଡିଛି। ହେଲେ ଏଥିରେ କାହାରି କ୍ଷତି ହୋଇନାହିଁ। ପ୍ରାର୍ଥନା କ୍ଲାସ…

ପାକ୍‌ ଆକାଶରେ ଉଡ଼ିବନି ରାଷ୍ଟ୍ରପତିଙ୍କ ବିମାନ

ଇସ୍‌ଲାମାବାଦ, ୮।୯(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାରଠାରୁ ଆଇସ୍‌ଲାଣ୍ଡ, ସୁଇଜରଲାଣ୍ଡ ଓ ସ୍ଲୋଭେନିଆ ଗସ୍ତରେ ଯିବାକୁ ଥିବାବେଳେ ତାଙ୍କ ବିମାନ ପାକିସ୍ତାନ ଆକାଶରେ ଉଡ଼ିପାରିବ ନାହିଁ। ରାଷ୍ଟ୍ରପତିଙ୍କ ବିମାନ ପାଇଁ ବାୟୁସୀମା ବ୍ୟବହାର ଅନୁମତି ଦେବା ଲାଗି ଭାରତ କରିଥିବା ଅନୁରୋଧକୁ…

ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଦେଖାଇଲେ ପ୍ରତିଭା: ସାଇପ୍ରସନ୍ନଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନ

ଢେଙ୍କାନାଳ ଅଫିସ, ୮।୯ – କଟକ ଇନ୍‌ଡୋର ଷ୍ଟାଡିୟମସ୍ଥିତ ଶାରଳା ଭବନ ପ୍ରେକ୍ଷାଳୟରେ ଅଗଷ୍ଟ ୨୭ରେ ଆୟୋଜିତ ଅନ୍ତର୍ଜାତୀୟ ଥିଏଟର ଅଲିମ୍ପିଆଡରେ ଢେଙ୍କାନାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ଶ୍ରେଣୀ ଛାତ୍ର ସାଇପ୍ରସନ୍ନ ବେହେରାଙ୍କୁ ‘ଇଣ୍ଟରନ୍ୟାଶନାଲ ନୃତ୍ୟଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି।…

ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୮ା୯(ପି.ଟି.): ମେଘାଳୟକୁ ବଦଳି କରାଯିବାରୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ କେ. ତାହିଲରମଣୀ ଇସ୍ତଫା ଦେଇଛନ୍ତି। ବଦଳିର ପୁନର୍ବିଚାର ପାଇଁ ସେ କରିଥିବା ଅନୁରୋଧକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତାହିଲରମଣୀ ଶୁକ୍ରବାର ରାତିରେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ…

୮ କୋଟିତମ ସିଲିଣ୍ଡର ସଂଯୋଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ କୋଟିତମ ଏଲ୍‌ପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି…

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି ଗେଟ୍‌ ଖୋଲିଦେବାରୁ ଜଳଭଣ୍ଡାର ସଂଲଗ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟସ୍ତବହୁଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri