ବଡ଼ଚଣାରେ ବାଜିମାରିଲା ବିଜେଡି
ଯାଜପୁର ଅଫିସ୍, ୨୩।୫- ବଡ଼ଚଣା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅମର ଶତପଥୀ ୧୩୯୧ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଅମର ନାୟକଙ୍କୁ ହରାଇଛନ୍ତି।
ଝରିଗାଁରେ ବିଜେଡିର ପ୍ରକାଶ ମାଝି ବିଜୟୀ
ନବରଙ୍ଗପୁର,୨୩ା୫(ବି.ପ୍ର.): ନବରଙ୍ଗପୁର ଜିଲା ଅଧୀନ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜି ମାରିଛି। ବିଜେଡିର ପ୍ରକାଶ ଚନ୍ଦ୍ର ମାଝି ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଉଲଧର ମାଝିଙ୍କୁ ୩୧,୨୭୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗଣତିରେ ମୋଟ ୧,୭୪,୩୬୨ ଭୋଟ୍ରୁ...
ଦଳକୁ ହାରିବା ଦେଖି କଂଗ୍ରେସ ଜିଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ
ଭୋପାଳ,୨୩।୫: ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏହାରି ଭିତରେ ମଧ୍ୟପ୍ରଦେଶରୁ ଦଳ ପାଇଁ ଏକ ଖରାପ ଖବର ଆସିଛି। ସିହୋରରେ ଏକ ମତଗଣନା କେନ୍ଦ୍ରରେ ଜିଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କୁ...
ହାରିବା ଦେଖି ଟୁଇଟ୍ କରି ରାଗ ସୁଝାଇଲେ ରଙ୍ଗିଲା ଗର୍ଲ
ମୁମ୍ବାଇ,୨୩।୫: ଲୋକ ସଭା ନିର୍ବାଚନରେ କଂଗ୍ରେସରୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପାଖାପାଖି ୨ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଥିବା ବେଳେ ପରାଜୟ ସୁନିଶ୍ଚିତ ବୋଲି ଧରି ନେଇଛନ୍ତି।...
କବିସୂର୍ଯ୍ୟନଗରରେ ଲତିକା ଆଗୁଆ
ବେଗୁନିଆପଡ଼ା,୨୩।୫(ଡି.ଏନ୍.ଏ.)-ଦଶମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥନୀ ଲତିକା ପ୍ରଧାନ ୨୨,୫୬୯ ଭୋଟ ପାଇ ଆଗରେ ଥିବା ବେଳେ ଭାଜପା ପ୍ରାର୍ଥୀ ରଞ୍ଜନ ପଲାଇ ୧୨,୭୪୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।...
ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ
ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ କୁମାର ବେହେରା ୧୪୩୦୮ ଭୋଟ ପାଇଛନ୍ତି।
ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ
ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯ ଭୋଟ ପାଇଛନ୍ତି।
ରଘୁନାଥପାଲି ବିଧାନସଭାରେ ବିଜେଡି ଆଗୁଆ
ରାଉରକେଲା,୨୩।୫: ରଘୁନାଥପାଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ତରାଇ ଆଗରେ ଅଛନ୍ତି। କିଶୋର ୧୧୪୬୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜଗବନ୍ଧୁ ବେହେରା ୯୮୦୨ ଭୋଟ ପାଇଛନ୍ତି।
ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ
କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍ଦବା ଜାହିର କରିଥିବା ଦିଦିଙ୍କୁ ଏଥର ଲାଗିଛି ବଡ ଝଟ୍କା। କାରଣ ଏଥର ପଶ୍ଚିମବଙ୍ଗରେ ଏନ୍ଡିଏ...
ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଆଗରେ
ବ୍ରହ୍ମପୁର ଅଫିସ,୨୩।୫- ସାନଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ନନ୍ଦିନୀ ଦେବୀଙ୍କୁ ୧୦ହଜାର ୪୮୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ରମେଶ ଚନ୍ଦ୍ର ଜେନା ପ୍ରଥମ ତିନି ରାଉଣ୍ଡରେ ଆଗୁଆ...
ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ
ଫୁଲବାଣୀ ଅଫିସ,୨୩।୫(ଡି.ଏନ୍.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୧୨୯୪୩ ଭୋଟ...
ମୋହନାରେ ବିଜେଡି ପ୍ରାର୍ଥୀ ଆଗୁଆ
ମୋହନା,୨୩।୫(ଡି.ଏନ୍.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ୮ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ୧୪,୬୨୭ ଭୋଟ ପାଇ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୧୪,୦୦୬ ଭୋଟ ପାଇ ଦ୍ୱିତୀୟ...
Archives


