ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ: ପ୍ରତ୍ୟକ୍ଷ ଜମି କିଣିଲେ ସରକାର
ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ସୋମବାର ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାରଠୁ ପ୍ରତ୍ୟକ୍ଷ ଜମି କିଣିଛନ୍ତି ସରକାର। ଏହି ବିସ୍ଥାପିତ ୫ ପରିବାରକୁ ମୋଟ ୮କୋଟି ୪୪ଲକ୍ଷ ଟଙ୍କାର ଚେକ୍…
ଚନ୍ଦ୍ରୟାନ-୧କୁ ପୁରିଲା ୧୧ ବର୍ଷ
ନୂଆଦିଲ୍ଲୀ,୨୨।୧୦: ଅକ୍ଟୋବର ୨୨ ଠିକ୍ ଆଜିର ଦିନରେ ହିଁ ଚନ୍ଦ୍ରୟାନ-୧କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରକୁ ପ୍ରେରଣ କରିଥିଲା। ୨୦୦୮ରେ ଏହା ପ୍ରେରଣ କରାଯାଇଥିବା ବେଳେ ଏବେ ଏହାକୁ ପୂରଣ ହୋଇଛି ୧୧ ବର୍ଷ। ହେଲେ ଆଜିବି ଚନ୍ଦ୍ରୟାନ-୧ ପାଇଁ…
ଭାରତୀୟ ସେନାର ୨୦ବର୍ଷ ପୁରୁଣା ଗାଡି କିଣିଲେ ଧୋନୀ
ରାଞ୍ଚି,୨୨।୧୦:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ସେନାର ୨୦ ବର୍ଷ ପୁରୁଣା ଗାଡି କିଣିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ଧୋନୀଙ୍କ ସହର ରାଞ୍ଚିରେ ଖେଳାଯାଉଥିବାବେଳେବେଳେ ଷ୍ଟାଡିୟମରେ ତାଙ୍କୁ ଅପେକ୍ଷା…
ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ପ୍ରସଙ୍ଗ: ୧ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ
କଟକ ଅଫିସ,୨୨ା୧୦: ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ରହିଥିବା ସମସ୍ୟାର ସମାଧାନ ନେଇ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ଆସୋସିଏଶନ ପକ୍ଷରୁ କେବଳ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରାଯାଇଥିବାବେଳେ…
ଥରିଲା ନିକୋବର
ପୋର୍ଟବ୍ଲେୟାର,୨୨।୧୦: ନିକୋବର ଦ୍ୱୀପରେ ମଙ୍ଗଳବାର ଭୋର୍ ୬ଟା ୩୬ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପ ହେବାରୁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ…
ଅଦାଲତ ଅବମାନନା ମାମଲା: ୪ରେ ପରବର୍ତ୍ତୀ ଶୁଣାଣି
କଟକ ଅଫିସ, ୨୨ା୧୦: ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୪ରେ ଅନୁଷ୍ଠିତ ହେବ। ତେବେ ସୋମବାର ହାଇକୋର୍ଟଙ୍କ ଫୁଲ୍ ବେଞ୍ଚ…
ଆତଙ୍କବାଦୀ ଶିବିର ଧ୍ୱଂସ ଘଟଣା: ଭାରତର ଦାବିକୁ ପାକ୍ର ଖଣ୍ଡନ
ଇସ୍ଲାମାବାଦ,୨୨ା୧୦(ପି.ଟି.)- ପିଓକେରେ ପଶି ଭାରତ ୩ ଆତଙ୍କବାଦୀ ଶିବିର ଧ୍ୱଂସ କରିବା ସହ ଅନେକ ପାକ୍ ସୈନ୍ୟ ଓ ଆତଙ୍କବାଦୀଙ୍କୁ ମାରିଥିବା ଦାବି କରୁଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଭାରତ ଚାହିଁଲେ ବିଦେଶୀ ମିଡିଆ ଓ କୂଟନୈତିଜ୍ଞଙ୍କୁ ଡ଼ାକି…
ଗୁମୁଡୁମାହା ଗୁଳିକାଣ୍ଡ: ଦୋଷୀ ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଦାବି; ଓଏଚ୍ଆର୍ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମିଳୁନି କ୍ଷତିପୂରଣ
ଭୁବନେଶ୍ୱର,୨୨ା୧୦:(ବ୍ୟୁରୋ) କନ୍ଧମାଳ ଜିଲା ଗୁମୁଡ଼ୁମାହାରେ ପୋଲିସ ଗୁଳିରେ ମୃତ ବ୍ୟକ୍ତିଙ୍କ ପରିବାର ଓ ଆହତଙ୍କୁ ଏଯାଏ ମିଳିନି ନ୍ୟାୟ। ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମୃତକଙ୍କ ପରିବାରକୁ ଅତିରିକ୍ତ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇନାହିଁ। ବିଭିନ୍ନ ଆଳ ଦେଖାଇ…
ଲଦାଖରେ ବ୍ରିଜ୍ ଉଦ୍ଘାଟନ କଲେ ରାଜନାଥ: ପାକ୍ ଅନୁପ୍ରବେଶ ନ ରୋକିଲେ ଠିକଣା ଜବାବ ଦିଆଯିବ
ଲେହ,୨୨ା୧୦(ପି.ଟି.): ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଇସ୍ଲାମାବାଦ ଯଦି ଅନୁପ୍ରବେଶ ବନ୍ଦ ନ କରେ ତେବେ ଭାରତୀୟ ସେନା ଏହାର ଠିକଣା ଜବାବ ଦେବ। ସୋମବାର ରାଜନାଥ ପ୍ରକୃତ…
୨୩ରେ କର୍ତାରପୁର କରିଡର ଚୁକ୍ତି: ସେବା ଟିକସ ହଟାଇବାକୁ କହିଲା ଭାରତ
ନୂଆଦିଲ୍ଲୀ,୨୨ା୧୦(ପି.ଟି.):କର୍ତାରପୁର କରିଡର କାର୍ଯ୍ୟକାରିତା ଲାଗି ୨୩ ତାରିଖରେ ପାକିସ୍ତାନ ସହ ଚୁକ୍ତିନାମା ସ୍ବାକ୍ଷର ପାଇଁ ଭାରତ ପ୍ରସ୍ତୁତ ଥିବା ସୋମବାର କହିଛି। ତେବେ ତୀର୍ଥଯାତ୍ରୀଙ୍କ ଉପରେ ୨୦ ଡଲାର ସେବା ଟିକସ ବସାଇବାକୁ ପାକିସ୍ତାନ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନୂଆଦିଲ୍ଲୀ…
ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ: ଶହୀଦ ଯବାନଙ୍କୁ ତୋପ ସଲାମି
କଟକ ଅଫିସ, ୨୨ା୧୦: କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୦ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ସ୍ମୃତି ଦିବସ ସୋମବାର ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ବିଜୟ କୁମାର ଶର୍ମା ଯୋଗଦେଇ ପୋଲିସ ବିଭାଗରେ ଶହୀଦ ହୋଇଥିବା…
ଆରେ ଗଛକଟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ: ମେଟ୍ରୋ ଶେଡ୍ ପ୍ରକଳ୍ପ ବନ୍ଦ ହେବନି
ନୂଆଦିଲ୍ଲୀ,୨୨ା୧୦(ପି.ଟି.): ମୁମ୍ବାଇର ଆରେ କଲୋନିରେ ମେଟ୍ରୋ ଶେଡ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଉକ୍ତ କଲୋନିରେ ଗଛକଟାକୁ ବିରୋଧକରି ସର୍ବୋଚ୍ଚ ଅଦାଲତରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଗଛକଟା ବନ୍ଦ ରଖିବାକୁ ଅଦାଲତ…
Archives


