ବାହା ନ ହୋଇ ମା’ ହୋଇଛନ୍ତି ସାକ୍ଷୀ

ଛୋଟପରଦାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ହେଉଛନ୍ତି ସାକ୍ଷୀ ତନ୍‌ଓ୍ବର। ଚଳିତମାସ ୧୨ ତାରିଖ ଅର୍ଥାତ୍‌ ରବିବାର ସେ ତାଙ୍କର ୪୭ତମ ଜନ୍ମଦିବସ ପାଳନ କରିବେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଖାସ୍‌ କଥା…


ଛୋଟପରଦାରେ ‘କହାନୀ ଘର୍‌ ଘର୍‌ କୀ’ରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ ସାକ୍ଷୀ। ରାଜସ୍ଥାନରେ ଜନ୍ମିତ ସାକ୍ଷୀଙ୍କ ବାପା ରାଜେଶ ସିଂହ ତନଓ୍ବର ଜଣେ ସିବିଆଇ ଅଫିସର ଥିଲେ। ସାକ୍ଷୀ ୩ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ଛୋଟ। ୧୯୮୮ରେ ସେ ଦୂରଦର୍ଶନର ଏକ କାର୍ଯ୍ୟକ୍ରମ ‘ଉଲ୍‌ବେଲା ସୁର୍‌ ମେଲା’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୨୦୧୧ରେ ଏକତା କପୁରଙ୍କ ସିରିୟଲ ‘କହାନୀ ଘର୍‌ ଘର୍‌ କୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ବଡ଼େ ଅଚ୍ଛା ଲଗତେ୍‌ ହୈ’ରେ ମଧ୍ୟ କାମ କରିଥିଲେ। ଅମୀର ଖାଁଙ୍କ ସହିତ ‘ଦଙ୍ଗଲ’ ଫିଲ୍ମରେ ଅଭିନୟ କରିଥିଲେ ସାକ୍ଷୀ। ଫିଲ୍ମଟି ସୁପରହିଟ୍‌ ମଧ୍ୟ ହୋଇଥିଲା। ସନ୍ନି ଦେଓଲଙ୍କ ସହ ‘ମୋହଲା ଅସୀ’ରେ ମଧ୍ୟ ଅଭିନୟ କରିଥିଲେ। ସାକ୍ଷୀ ବିବାହ ନ କରି ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ତାଙ୍କ ଝିଅର ନାଁ ଦିତ୍ୟା।


ଏକ ସାକ୍ଷାତ୍‌କାରରେ ସାକ୍ଷୀ କହିଛନ୍ତି, ମା’ ହେବା ପରେ ମୋ’ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ବିବାହ କଲେ ଯେ ଜଣେ ମା’ ହେବ ଆଉ ଜଣେ ହୋଇପାରିବନି ମୁଁ କାହିଁକି ତାହା ଅନୁଭବ କରୁନି। ମୁଁ ବି ଜଣେ ଭଲ ମା’। ମୋ ପରିବାରର ଆଶୀର୍ବାଦ ଏବଂ ସପକ୍ଷ ଯୋଗୁ ଏକ ୯ ମାସର କନ୍ୟାକୁ କୋଳେଇ ନେଇ ମୁଁ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri