Home Left

‘ନିବେଶ ଲାଗି ଭାରତ ସବୁଠୁ ଅନୁକୂଳ’

ଧର୍ମଶାଳା(ହି.ପ୍ର.),୮-୧୧(ପି.ଟି.):ପୁଞ୍ଜିନିବେଶ ଲାଗି ଭାରତ ଏବେ ସବୁଠୁ ଅନୁକୂଳ ଲକ୍ଷ୍ୟସ୍ଥଳ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୨୦୧୪ରୁ ୨୦୧୯ ମଧ୍ୟରେ ବିଶ୍ୱ ଇଜ୍‌ ଅଫ୍‌ ଡୁଇଙ୍ଗ ବିଜ୍‌ନେସ (ବ୍ୟବସାୟ ଲାଗି ସହଜ ବ୍ୟବସ୍ଥା) ସୂଚକାଙ୍କରେ ଭାରତ ୭୯ ସ୍ଥାନ ଉପରକୁ ଉଠିପାରିଛି।…

କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫ ମିଲିୟନ ଟନ୍‌ କୋଇଲା ଆମଦାନୀ କରାଯାଉଛି। ଫଳରେ ଦେଶର ୨ଲକ୍ଷ ୭୧ କୋଟି ଟଙ୍କା…

ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାଜଧାନୀରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତରଭାବେ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା…

ଶିବସେନାକୁ ଶିକାର ଭୟ:ହୋଟେଲରେ ୫୬ ବିଧାୟକ

ମୁମ୍ବାଇ,୮-୧୧(ପି.ଟି./ଆଇଏଏନ୍‌ଏସ୍‌):ମହାରାଷ୍ଟ୍ରରେ କ୍ଷମତା ଭାଗବଣ୍ଟା ଛିଣ୍ଡୁନାହିଁ। ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ହିସାବକିତାବ ସରୁନାହିଁ। ତେଣୁ ସରକାର ଗଠନରେ ବିଳମ୍ବ ହେବାରେ ଲାଗିଛି। ଶୁକ୍ରବାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଶେଷ ମୁହୂର୍ତ୍ତରେ କିଛି ବି ଘଟିପାରେ। ତେଣୁ…

ବିତ୍ତୀୟ ଗଣିତ ଉପରେ ଆଇଏମ୍‌ଏଫ୍‌ର ପ୍ରଶ୍ନବାଚୀ

ମୁମ୍ବାଇ,୮-୧୧: ଭାରତର ବିତ୍ତୀୟ ଗଣିତ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିତ୍ତୀୟ ଶୃଙ୍ଖଳା ଉପରେ ରହିଥିବା ବିଭିନ୍ନ ତଥ୍ୟ ସ୍ବଚ୍ଛ ହେବା ଆବଶ୍ୟକତା ରହିଛି। ଜି-୨୦ ଦେଶ ସମୂହକୁ ବିଚାର କଲେ ଭାରତ ଏହି କ୍ଷେତ୍ରରେ ବହୁ ପଛରେ ରହିଥିବା…

ଆଇଆଇଟି ନିଯୁକ୍ତି ଉପରେ ମାନ୍ଦାବସ୍ଥା ପ୍ରଭାବ

ମୁମ୍ବାଇ,୮-୧୧: ମାନ୍ଦାବସ୍ଥାର ପ୍ରଭାବ ଚଳିତ ବର୍ଷ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ଛାତ୍ରୀଛାତ୍ରଙ୍କ ନିଯୁକ୍ତି ଉପରେ ପଡିଥିବା ଦେଖାଯାଇଛି। ଡିସେମ୍ବରରୁ ଦେଶର ବିଭିନ୍ନ ଆଇଆଇଟିରେ ସାଧାରଣତଃ ନିଯୁକ୍ତି ସିଜନ୍‌ ଚାଲିଥାଏ। ହେଲେ ଚଳିତ ବର୍ଷ ପ୍ରମୁଖ ଫାର୍ମଗୁଡିକ ପୂର୍ବବର୍ଷଗୁଡିକ ଭଳି ଛାତ୍ରୀଛାତ୍ରଙ୍କୁ…

ଲିପ୍‌ଷ୍ଟିକ୍‌ ଲଗାଇବା ଯୋଗୁ ହୋଇପାରେ ଏହିସବୁ ସମସ୍ୟା

ଚେହେରାର ସୌନ୍ଦର୍ଯ୍ୟ ପାଇଁ ଓଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଓଠର ଆକର୍ଷଣ ପାଇଁ ଲିପ୍‌ଷ୍ଟିକ୍‌ର ବହୁତ ବଡ଼ ଯୋଗଦାନ ଥାଏ। ସ୍କିନ୍‌ର ରଙ୍ଗ ଅନୁସାରେ ଓ ଠିକ୍‌ ଭାବରେ ଲଗାଯାଇଥିବା ଲିପ୍‌ଷ୍ଟିକ୍‌ ଚେହେରାରେ ସୁନ୍ଦରତା ସହିତ ମହିଳାଙ୍କ ବ୍ୟକ୍ତିତ୍ୱକୁ ଦ୍ୱିଗୁଣିତ କରେ।…

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣି…

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ ହୋଇଥାଏ। ଫଳରେ ଡାଇବେଟିସ୍‌ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତସଞ୍ଚାଳନକୁ ନିୟନ୍ତ୍ରିତ କରିବା ସହ…

ହିନ୍ଦୋଳରେ କୋରାପୁଟ ଏମ୍‌ପି: ‘କଂଗ୍ରେସ ହିଁ ହୋଇପାରିବ ଭାଜପାର ବିକଳ୍ପ’

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଦେଶର ଆର୍ଥିକ ଭିତ୍ତଭୂମି ଭୁଶୁଡ଼ି ଯାଇଛି। ଦେଖାଦେଇଥିବା ଏପରି ମାନ୍ଦାବସ୍ଥା କଂଗ୍ରେସ ସମୟରେ ନ ଥିଲା। ଦେଶରେ ନିଯୁକ୍ତି ଠପ୍‌ ହୋଇଯାଇଛି। ଦରଦାମ ଆକାଶଛୁଅଁା ହୋଇଛି। ଏହାର ପଛରେ ଭାଜପାର ଆର୍ଥିକ ନୀତି…

ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-ହିନ୍ଦୋଳ ଥାନା ନୂଆକୋଟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବୁଧବାର ରାତିରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି, ସେ ହିନ୍ଦୋଳ ଏନ୍‌ଏସି ପଟଣା ଗ୍ରାମର ଜଣେ ମାର୍ବଲ ମିସ୍ତ୍ରିଙ୍କ ନିକଟରେ ଦିନ ମଜୁରିଆ…

ପାଣି ଓଭର ଫ୍ଲୋ ହେବାରୁ ଜିଲାପାଳ ନିଜ ଉପରେ ଲଗାଇଲେ ଜରିମାନା

ଲକ୍ଷ୍ନୌ: କୌଣସି କାର୍ଯ୍ୟାଳୟରେ କିଛି ଭୁଲ ହେଲେ ବରିଷ୍ଠ କର୍ମଚାରୀ ବର୍ତ୍ତି ଯାଉଥିବା ବେଳେ ତଳିଆ କର୍ମଚାରୀ ଫସିଯାଆନ୍ତି। ବେଳେବେଳେ ଏଥିପାଇଁ ସେମାନଙ୍କୁ ଅସୁବିଧା ମଧ୍ୟ ଭୋଗିବାକୁ ପଡ଼ିଥାଏ। ହେଲେ ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ…

ବିଷୟ ଚୟନରେ ତ୍ରୁଟି ନେଇ ଅସନ୍ତୋଷ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ଗୋପ, ୭।୧୧(ଡି.ଏନ୍‌.ଏ.)-ଗୋପ ବ୍ଲକ୍‌ ଅଧୀନ ସାରଡ଼ା ସ୍ଥିତ କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଗୁରୁବାର କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ବିଷୟ ଚୟନରେ ତ୍ରୁଟି ଯୋଗୁ କଲେଜ ସମ୍ମୁଖରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଧାରଣା ଦେଇଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri