Home Left

ହିମାଂଶିଙ୍କୁ ବିବାହ ପ୍ରସ୍ତାବ ଦେଲେ ଆସିମ

ବମ୍ବେ: ‘ବିଗ୍‌ବସ୍‌’ ଘରେ ଅନେକ ସଫଳ ପ୍ରେମ କାହାଣୀ ଗଢ଼ି ଉଠିଥିବା ନଜିର ରହିଛି। ଏହି କ୍ରମରେ ଚଳିତ ସିଜନ୍‌ରେ ଦୁଇଟି ଯୋଡ଼ି ଚର୍ଚ୍ଚାରେ। ସିଦ୍ଧାର୍ଥ-ଶେହନାଜ ଏବଂ ଆସିମ-ହିମାଂଶୀଙ୍କ ପ୍ରେମର ଗାଡ଼ି ଏବେ ନୂଆ ନୂଆ ସୋପାନ ଦେଇ ଗତିକରୁଛି। ମଙ୍ଗଳବାର…

କଙ୍ଗନାଙ୍କ ପ୍ରଶଂସାରେ ଶତମୁଖ କରନ୍‌, କହିଲେ ‘ସେ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟା’

ବମ୍ବେ: ଫିଲ୍ମ ନିର୍ମାତା କରନ୍‌ ଜୋହର- ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତୁ ତୁ ମେଁ ମେଁ କଥା ସମସ୍ତେ ଜାଣନ୍ତି। ଉଭୟ ପରସ୍ପର ବିରୋଧରେ କଡ଼ା ମନ୍ତବ୍ୟ ଦେବାକୁ ପଛାନ୍ତି ନାହିଁ। ହେଲେ ଏବେ କିଛି ଅଲଗା ଘଟଣା ଘଟିଛି।…

ବିଶୋଇରେ ଭାରତବନ୍ଦ ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା କର୍ମୀ ଗିରଫ

ବିଶୋଇ,୨୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବିଶୋଇ ବ୍ଲକରେ ବୁଧବାର ସକାଳ ୬ଟାରୁ ବ୍ଲକସ୍ତରୀୟ ବହୁଜନ କ୍ରାନ୍ତି ମୋର୍ଚ୍ଚାର ବହୁସଂଖ୍ୟକ କର୍ମୀ ୪୯ ନଂ. ଜାତୀୟ ରାଜପଥ ବ୍ଲକ ଛକଠାରେ ଅବରୋଧ କରିଥିଲେ। ଏ ନେଇ ଶତାଧିକ ଟ୍ରକ୍‌, ଯାତ୍ରୀବାହୀ ବସ୍‌ ଚଳାଚଳ…

ଡ୍ରାଭିଡ୍‌ ଉଇକେଟକିପିଂ କରିବା ପଛର କାରଣ

ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବାବେଳେ ଦଳ ନିୟମିତ ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳୁଥିଲା। ସେତେବେଳେ ଭାରତୀୟ ଦଳ ପାଇଁ ପ୍ରତ୍ୟେକ ମ୍ୟାଚ୍‌ରେ ୫ମ ବୋଲରଙ୍କ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲା ଟିମ୍‌ ଇଣ୍ଡିଆ। ଏଣୁ ସଚିନ ତେନ୍ଦୁଲକର,…

ହ୍ରିତିକ୍‌-ଐଶ୍ୱର୍ଯ୍ୟାଙ୍କ ଯୋଡ଼ିକୁ ପସନ୍ଦ କରନ୍ତିନି ରାକେଶ ରୋଶନ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ- ହ୍ରିତିକ୍‌ ରୋଶନ୍‌ ‘ଧୂମ-୩’ ଏବଂ ‘ଯୋଦ୍ଧା ଆକ୍‌ବର’ରେ ଏକାଠି ଅଭିନୟ କରିଥିଲେ। ଫିଲ୍ମ ଦୁଇଟିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ ମଧ୍ୟ ହ୍ରିତିକ୍‌ଙ୍କ ପିତା ରାକେଶ ରୋଶନ ଏହି ଯୋଡ଼ିଙ୍କୁ ପସନ୍ଦ କରନ୍ତି ନାହିଁ। ରାକେଶ…

ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଗୁଳି ମାରିଦେବା ଉଚିତ: ଭାଜପା ମନ୍ତ୍ରୀ

ବେଙ୍ଗାଲୁରୁ,୨୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ଲୋକଙ୍କୁ ବିରିୟାନୀ ଖାଇବାକୁ ନୁହେଁ, ଗୁଳି ମାରିଦେବା ଉଚିତ ବୋଲି କହିଛନ୍ତି କର୍ନାଟକର ୟେଦୁରପ୍ପା ସରକାରରେ ମନ୍ତ୍ରୀ ଥିତ୍ବା ସିଟି ରବି। ନିକଟରେ ମୋଦି ସରକାରରେ ମନ୍ତ୍ରୀ ଥିବା ଅନୁରାଗ ଠାକୁର ଦିଲ୍ଲୀରେ…

୧୦୦୦ ବର୍ଷ ମଧ୍ୟରେ ବସନ୍ତ ପଞ୍ଚମୀଠାରୁ କେବେ ବି ଆରମ୍ଭ ହୋଇନି ବସନ୍ତ ଋତୁ

ନୂଆଦିଲ୍ଲୀ,୨୯।୧: କୁହାଯାଏ ବସନ୍ତ ପଞ୍ଚମୀରେ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ତେବେ ଗତ ୧୦୦୦ ବର୍ଷ ମଧ୍ୟରେ କେବେ ମଧ୍ୟ ବସନ୍ତ ପଞ୍ଚମୀଠାରୁ ବସନ୍ତ ଋତୁର ଆରମ୍ଭ ହୋଇନି। ଚଳିତ ବର୍ଷ ଜାନୁୟାରୀ ୩୦ରେ ବସନ୍ତ ପଞ୍ଚମୀ ପଡୁଥିବା ବେଳେ ଫେବୃୟାରୀ…

ସେହ୍ବାଗଙ୍କୁ ଚେତାବନୀ ଦେଲେ ପାକିସ୍ତାନ କ୍ରିକେଟର

କରାଚୀ,୨୯।୧- ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟରଙ୍କ ସହ ବାକ୍‌ଯୁଦ୍ଧ କରିବା କିଛି ନୂଆ ନୁହେଁ। କିନ୍ତୁ ଜଣେ ପାକିସ୍ତାନ ପେସର ସେହ୍ବାଗଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ ପାକିସ୍ତାନ ପେସର ହେଉଛନ୍ତି ରଣା ନବେଦ ଉଲ ହସନ। ସେ ୟୁଟ୍ୟୁବରେ…

ଚାଲିଗଲେ ଶାହାରୁଖ ଖାଁଙ୍କ ଭଉଣୀ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାଁଙ୍କ ସମ୍ପର୍କୀୟ ଭଉଣୀ ନୁର୍‌ ଜହାଁଙ୍କ ପରଲୋକ ଘଟିଛି। ସେ କିଛିଦିନ ହେବ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁୂ ତାଙ୍କୁ ୫୨ ବର୍ଷ ହୋଇଥିଲା। ନୁର୍‌ ପାକିସ୍ତାନର ପେଶାଓ୍ବାରର କ୍ୱିସା ଖ୍ବାନି ବଜାର…

ଉନ୍ନାଓ୍ବରେ ପୁଣି ତାତି: ଏକତରଫା ପ୍ରେମରେ ବିଫଳ ହୋଇ ମୁସଲମାନ୍‌ ଯୁବତୀ ରୋହିତଙ୍କ ଉପରେ କଲେ ଏସିଡ୍‌ ମାଡ଼

ଉନ୍ନାଓ୍ବ,୨୯।୧: ଉତ୍ତରପ୍ରଦେଶ ଉନ୍ନାଓ୍ବ ବିଭିନ୍ନ ଆପରାଧୀକ ମାମଲା ଯୋଗୁ ଚର୍ଚ୍ଚାରେ ରହି ଆସିଛି। ସମ୍ପ୍ରତି ଏଠାରେ ଜଣେ ମୁସଲମାନ୍‌ ଯୁବତୀ ଏକ ତରଫା ପ୍ରେମରେ ବିଫଳ ହୋଇ ପ୍ରେମିକଙ୍କ ଉପରେ ଏସିଡ୍‌ ମାଡ଼ କରିଛନ୍ତି। ଗତ ୫ ମାସ ଧରି ପ୍ରେମିକ…

ଜାଣନ୍ତୁ ବସନ୍ତ ପଞ୍ଚମୀରେ ମା’ ସରସ୍ବତୀଙ୍କୁ କାହିଁକି କରାଯାଏ ଆରାଧନା

ହିନ୍ଦୁଧର୍ମରେ ବସନ୍ତ ପଞ୍ଚମୀର ମହତ୍ତ୍ୱ ରହିଛି। ଏହିଦିନ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ। ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ପୂଜା କରାଯାଏ। କୁହାଯାଏ, ବସନ୍ତପଞ୍ଚମୀଠାରୁ ଶୀତ ପୃଥିବୀପୃଷ୍ଠରୁ ବିଦାୟ ନେଇଥାଏ। ଋତୁ ବଦଳିବା ସହ ଏହି ପର୍ବର…

ବିକେଏମ୍‌ର ଭାରତବନ୍ଦ ଡାକରା: ତୁମୁଡ଼ିବନ୍ଧରେ ପ୍ରଭାବ

ତୁମୁଡ଼ିବନ୍ଧ,୨୯।୧(ଡି.ଏନ୍‌.ଏ.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧର ଭିମ୍‌ ଆର୍ମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?