Home Left

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ କିଛି ଦୁର୍ବୃତ୍ତ ଟ୍ରେନ୍‌ ଉପରକୁ ପଥରମାଡ କରିଥିଲେ। ଏହି ଦୁର୍ଘଟଣାରେ ଏକ ବଗିର ଝରକା…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଗିରଫ

ସଜନାଗଡ଼,୧୬।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶନିବାର ଘଟିଥିବାବେଳେ ରବିବାର ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଘରେ କେହି ନ ଥିବା ସୁଯୋଗ…

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାର ଫିଟିଲା ଗୁମର

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧା ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ ମାମଲାର ଗୁମର ଫିଟିଛି। ଜମିଜମା ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି। ବିଭିନ୍ନ ଦିଗରୁ ପୋଲିସ ଟିମ ତଦନ୍ତ ଚଳାଇଛି। ଅଭିଯୁକ୍ତକୁ ଧରିବା…

ଟୁଇଟରକୁ ଫେରିଲେ ଅନୁରାଗ

ମୁମ୍ବାଇ: କିଛିଦିନ ତଳେ ଟୁଇଟରରୁ ଦୂରେଇ ଯାଇଥିବା ବଲିଉଡ୍‌ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣିଥରେ ଟୁଇଟରରେ ଯୋଗ ଦେଇଛନ୍ତି। ଦେଶର ପରିସ୍ଥିତିକୁ ଦେଖି ସେ ପୁଣି ଟୁଇଟର ଆକାଉଣ୍ଟ ଖୋଲିଥିବା କହିଛନ୍ତି। ଗତ ଅଗଷ୍ଟରେ ଟୁଇଟରରେ ତାଙ୍କୁ ବହୁବାର ଟ୍ରୋଲ୍‌ କରାଯିବା…

ତାଲା ଭାଙ୍ଗି ସୁନା ଅଳଙ୍କାର ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଯୋଡ଼ା,୧୬।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରର ଆଜାଦ ବସ୍ତିଠାରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିବା ଯୋଡ଼ା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ,…

ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳକୁ ସ୍ବଚ୍ଛ ରଖିବେ ସିଆର୍‌ପିଏଫ୍‌ ଯବାନ

ରାୟପୁର,୧୬।୧୨: ଛତିଶଗଡ଼ରେ ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳଙ୍କୁ ସ୍ବଚ୍ଛ ରଖିବା ପାଇଁ ସିଆର୍‌ପିଏଫ୍‌ ଯବାନ ଅଣ୍ଟା ଭିଡ଼ିଛନ୍ତି। ସିଆର୍‌ପିଏଫ୍‌ ୧୯୫ ବାଟାଲିୟନ୍‌ର ଯବାନ ଏହି ଅଞ୍ଚଳକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ସ୍ଥାନୀୟ ବାରସୁର…

ବେଆଇନ ମଦଦୋକାନରେ ଚଢ଼ାଉ ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୧୬।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ ବଡ଼କୁଟରୁ ଫାଣ୍ଡି ଅଞ୍ଚଳରେ ଥିବା ବେଆଇନ ମଦ ଦୋକାନ ଉପରେ ଶନିବାର ଚଢ଼ାଉ କରିଥିଲା। ଏଥିରେ ପୋଲିସ ୨୩.୨ ଲିଟର ମଦ ଜବତ କରିଥିବା ବେଳେ ୪ ଜଣଙ୍କୁ ଅଟକ ରଖିଥିଲା। ରବିବାର…

ମୁଶରଫ୍‌ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ

ଇସଲାମାବାଦ୍‌,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏନେଇ ସରକାରଙ୍କୁ କୋର୍ଟ ପକ୍ଷରୁ ସୋମବାର ନିର୍ଦ୍ଦେଶ ଜାରି ହୋଇଛି। ଏହି ମାମଲାର…

ଗୁଳିକାଣ୍ଡରେ ଓଷଧ ଦୋକାନୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଖୋର୍ଦ୍ଧାରେ ସବୁ ମେଡିସିନ୍‌ ଷ୍ଟୋର ବନ୍ଦ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ବିରୋଧ କରି ସୋମବାର ଖୋର୍ଦ୍ଧା ଜିଲାରେ ସବୁ ଓଷଧ ଦୋକାନ ବନ୍ଦ ରହିଛି। ୨୪ ଘଣ୍ଟା ମଧ୍ୟରେ…

ଏଥର ଆଇପିଏଲରେ ବିକ୍ରି ହେବେ ୧୪ରୁ ୪୮ ବର୍ଷ ବୟସ୍କ ପର୍ଯ୍ୟନ୍ତ ଖେଳାଳି: ଜାଣନ୍ତୁ କିଏ ବରିଷ୍ଠ, କିଏ ସର୍ବକନିଷ୍ଠ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ହେବାକୁ ଥିବା ନିଲାମୀରେ ୩୩୨ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଆଇପିଏଲ ୨୦୨୦ ଲାଗି ଏଥର କୋଲକାତାରେ ଡିସେମ୍ବର ୧୯ରେ ନିଲାମ ପ୍ରକ୍ରିୟା ଆୟୋଜିତ ହେବ। ଏଥିରେ ଆଠଟି ଫ୍ରାଞ୍ଚାଇଜି ନିଜ…

୮ ଦିନ ପୋଲିସ ରିମାଣ୍ଡରେ ରହିବେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୬।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଗିରଫ କରାଯାଇ କୋର୍ଟରେ ସୋମବାର ହାଜର କରାଯାଇଥିଲା। ତାଙ୍କୁ ୮ ଦିନ ପୋଲିସ ରିମାଣ୍ଡରେ ରଖାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ନୂଆ ରୂପ ନେବ ରାଉରକେଲା

ଭୁବନେଶ୍ୱର,୧୬।୧୨- ହକି ବିଶ୍ୱକପ୍‌  ପୁଣି ଥରେ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲାରେ କେତେକ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏଥିନେଇ ନୂଆ ରୂପରେ ସଜେଇ ହେବାକୁ ଯାଉଛି ରାଉରକେଲା ସିଟି। ରାଜ୍ୟ ସରକାର ୬୩୦ କୋଟି ଟଙ୍କାର ବ୍ୟୟ ଅଟକଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri