ପଞ୍ଚମ ପର୍ଯ୍ୟାୟ ଝାଡ଼ଖଣ୍ଡ ଭୋଟ ଆଜି: ୨୩ରେ ଭୋଟଗଣତି
ରାଞ୍ଚି, ୨୦।୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ୨୦ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୬ଟି ଆସନ ଲାଗି ଭୋଟଗ୍ରହଣ କରାଯିବାକୁ ଥିବାବେଳେ ମଇଦାନରେ ୨୯ ମହିଳାଙ୍କୁ ମିଶାଇ ମୋଟ ୨୩୭ ପ୍ରାର୍ଥୀ ରହିଛନ୍ତି। ହେଭିଓ୍ବେଟ୍ଙ୍କ ମଧ୍ୟରେ ଅଛନ୍ତି ମହାମେଣ୍ଟର…
ନିର୍ଭୟା ମାମଲାରେ ପଓ୍ବନଙ୍କ ଆବେଦନ ଖାରଜ:ଓକିଲଙ୍କୁ ୨୫ ହଜାର ଜରିମାନା
ଲକ୍ଷ୍ନୌ, ୨୦।୧୨(ପି.ଟି.):ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କ ମଧ୍ୟରୁ ପଓ୍ବନ କୁମାର ଗୁପ୍ତା ଅପରାଧ ଘଟାଇବା(୨୦୧୨ ଡିସେମ୍ବର)ବେଳେ ନାବାଳକ ଥିବା ନେଇ କରିଥିବା ଆବେଦନକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ…
ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ
ଇସ୍ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ ତେବେ ମୃତଦେହକୁ ଇସ୍ଲାମାବାଦର ସେଣ୍ଟ୍ରାଲ ସ୍କୋୟାରକୁ ଆଣି ୩ ଦିନ ଝୁଲାଇ ରଖିବାକୁ ଅଦାଲତ…
ସୋରେନ୍ଙ୍କ ବିବାଦୀୟ ମନ୍ତବ୍ୟ:ଇସିଙ୍କୁ ଫେରାଦ ହେଲା ଭାଜପା
ରାଞ୍ଚତ୍, ୨୦।୧୨(ପି.ଟି.):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଏକ ନିର୍ବାଚନୀ ରାଲିରେ ଭାଜପା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଯାଇଛନ୍ତି। ପାକୁର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସୋରେନ କହିଥିଲେ, ଭାଜପା ଲୋକେ…
ସିଏଏ ବିରୋଧୀ ହିଂସା:୧୦୦ କୋଟି କ୍ଷତି ସହିଲାଣି ରେଲଓ୍ବେ
ନୂଆଦିଲ୍ଲୀ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଥିବାବେଳେ ରେଲଓ୍ବେର ବହୁ କ୍ଷତି ଘଟିଛି। ବିକ୍ଷୋଭକାରୀମାନେ ରେଳଷ୍ଟେଶନରେ ଭଙ୍ଗାରୁଜା କରିବା, ଟ୍ରେନରେ ନିଆଁ ଲଗାଇବା ଫଳରେ ବିଭାଗର ପ୍ରାୟ ୧୦୦ କୋଟି ଟଙ୍କା…
ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ଗୃହୀତ
ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ। ସେ କ୍ଷମତାରେ ରହିବେ କି ବହିଷ୍କୃତ ହେବେ ସେ ନିଷ୍ପତ୍ତି ସିନେଟ ନେବ। ମହାଭିଯୋଗ…
କେନ୍ଦ୍ର, ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟ ନୋଟିସ
ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବେଳେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଚାର ବିଭାଗୀୟ କମିଶନ ଗଠନ ନିମନ୍ତେ ଦାବି ହୋଇଛି। ଏଭଳି ଏକାଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ…
‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’
ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ୨୦୦୩ ବକ୍ତବ୍ୟର ଏକ ଭିଡିଓ ପୋଷ୍ଟ କରିଛି। ବାଂଲାଦେଶ ଭଳି ପଡୋଶୀ ଦେଶରୁ ଆସି…
ବିହାର ବନ୍ଦ ବେଳେ ହିଂସା
ପାଟନା, ୨୦।୧୨(ପି.ଟି.):ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ଲାଗୁ କରିବା ପ୍ରସ୍ତାବର ବିରୋଧ କରି ବାମଦଳଗୁଡ଼ିକ ପକ୍ଷରୁ ଗୁରୁବାର ବିହାର ବନ୍ଦ ଡାକରା ଦିଆଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏହା ହିଂସାତ୍ମକ ରୂପ ନେଇଥିଲା। ୧୨ ଘଣ୍ଟିଆ…
ସିଏଏ, ଏନ୍ଆର୍ସି ଲାଗୁ ହେବ: ନଡ୍ଡା
ନୂଆଦିଲ୍ଲୀ, ୨୦।୧୨(ପି.ଟି.):ନାଗରିକତ୍ୱ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଥିବାବେଳେ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ସେଥିରେ ଘିଅ ଢାଳିଛନ୍ତି। ନୂଆ ନାଗରିକତ୍ୱ ଆଇନ (ସିଏଏ) ଲାଗୁ ହେବା ସହ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ସାରା ଦେଶରେ କାର୍ଯ୍ୟକାରୀ…
ଗଣଭୋଟ ପାଇଁ ମମତାଙ୍କ ଆହ୍ବାନ
କୋଲକାତା, ୨୦।୧୨:ନୂଆ ନାଗରିକତ୍ୱ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ଜାତିସଂଘ ତତ୍ତ୍ୱାବଧାନରେ ଏହା ଉପରେ ଗଣଭୋଟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସକ ଦଳ ଭାଜପାକୁ ଆହ୍ବାନ ଦେଇଛନ୍ତି। କୋଲକାତାରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ତୃଣମୂଳ…
ବିରୋଧୀଙ୍କ ଅଭିଯୋଗ: ନିଆଁରେ ଘିଅ ଢାଳୁଛି କେନ୍ଦ୍ର, ଅଘୋଷିତ ଜରୁରୀ ପରିସ୍ଥିିତି
ନୂଆଦିଲ୍ଲୀ, ୨୦।୧୨(ପି.ଟି./ଆଇଏଏନ୍ଏସ୍):ନୂଆ ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇସାରିଛି। ଉତ୍ତର-ପୂର୍ବାଞ୍ଚଳରେ ଉଠିଥିବା ନିଆଁ ପଶ୍ଚିମବଙ୍ଗ ପରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ଦକ୍ଷିଣ ଭାରତରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍…
Archives


