Home Left

କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୮ ହଜାର ଟପିଲା

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୪୮ ହଜାର ୨୪୧ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୬୫ ହଜାର ୧୧୦ ଛୁଇଁଛି।  ୧୧ ଲକ୍ଷ ୫୩ ହଜାର…

କଟକଣା ହେଲା କୋହଳ କିନ୍ତୁ କମୁନି ସଂକ୍ରମଣ: ୩ ଦିନରେ ୭ହଜାରରୁ ଊର୍ଦ୍ଧ୍ୱ ପଜିଟିଭ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ୪୦ ଦିନିଆ ଲକ୍‌ଡାଉନ ଅବଧି ପୂରଣ ହେବା ପରେ ଏବେ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ଏହା ମେ’ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏବେ ସଂକ୍ରମିତ ଅଞ୍ଚଳକୁ ୩ଟି ଜୋନ୍‌ରେ ବିଭକ୍ତ…

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ ସେ କୋଲକାତାରୁ ଫେରିଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର…

ଖାଦ୍ୟ ତାଲିକା ଜାରିକଲେ ଗଞ୍ଜାମ ଜିଲାପାଳ: କ୍ୱାରାଣ୍ଟାଇନ କେନ୍ଦ୍ରରେ ସପ୍ତାହରେ ୪ଦିନ ମିଳିବ ଆମିଷ, ଶିଶୁଙ୍କୁ ହର୍‌ଲିକ୍ସ, କ୍ଷୀର

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ୨ଟି କ୍ୱାରାଣ୍ଟାଇନ ସେଣ୍ଟରରେ କିଛି ଦିନ ତଳେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ କରି ସୁରଟ ଫେରନ୍ତାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏଥିସହ ଗଞ୍ଜାମର ଅନ୍ୟ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଖାଦ୍ୟକୁ ନେଇ…

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ଲକ୍‌ଡାଉନ ସମୟରେ ଟିଆର୍‌ପିରେ ରେକର୍ଡ କରିଥିଲା ଦୂରଦର୍ଶନ।…

ବିଏସ୍‌ଏଫ୍‌ର ଆଉ ୩୭ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୪।୫: ତ୍ରିପୁରାରେ ବର୍ଡର ସୁକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୭ ଜଣ ଯବାନ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏବେ ବିଏସ୍‌ଏଫ୍‌ର ମୋଟ ୫୪ ଯବାନ କରୋନା କବଳରେ ବୋଲି ଜଣେ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ବିଏସ୍‌ଏଫ୍‌ର ଜଣେ ପ୍ରବକ୍ତା କହିଛନ୍ତି…

ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ୧୫୧ କୋଟି ଦାନ ଦେଇଥିବା ରେଲଓ୍ବେ ଶ୍ରମିକଙ୍କଠାରୁ ଆଦାୟ କରୁଛି ଭଡ଼ା: ରାହୁଲ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି। ତେବେ ଟ୍ରେନ୍‌ରେ ଆସିବା ଲାଗି…

ମାଲ୍‌ ଗାଡ଼ିରେ ଲୁଚି ପଳାଉଥିଲେ ୨୦ ଶ୍ରମିକ

କେନ୍ଦୁଝର,୪ା୫(ଡି.ଏନ୍‌.ଏ./ସ୍ବ.ପ୍ର.)-ସାରା ଦେଶ ସମେତ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହାଫଳରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶ୍ରମିକମାନେ କେନ୍ଦୁୁଝର ଜିଲା ଦେଇ ନିଜ ନିିଜ ଗଁାକୁ ପଳାଇ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ସୋମବାରଠାରୁ…

ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୬୦୬ କେରଳ ଫେରନ୍ତା

ଛତ୍ରପୁର, ୪।୫(ଡି.ଏନ୍‌.ଏ.): କେରଳରୁ ଏର୍ଣ୍ଣାକୁଲମ ଜଙ୍କସନ-ଖୋର୍ଦ୍ଧା ରୋଡ ସ୍ପେଶାଲ ଟ୍ରେନ ସୋମବାର ସକାଳେ ଗଞ୍ଜାମ ଜିଲା ଜଗନ୍ନାଥପୁର ଜଙ୍କସନ୍‌ ଷ୍ଟେଶନରେ ପହଞ୍ଚିଛି। ଏଥିରେ ଗଞ୍ଜାମ ଜଲାର ୬୦୬ ପ୍ରବାସୀ ଓଡ଼ିଆ ରହିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସ୍କ୍ରିନିଂ କରାଯାଇ…

ବିଦେଶରୁ ଭାରତୀୟ ମାଗଣାରେ ସ୍ବଦେଶ ଫେରୁଥିବାବେଳେ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଟିକଟ କାହିଁକି: ପ୍ରଦେଶ କଂଗ୍ରେସ କମିଟି ବହନ କରିବ ଖର୍ଚ୍ଚ କହିଲେ ସୋନିଆ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି।  ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଅଣାଯିବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ତେବେ ଟ୍ରେନ୍‌ରେ ଘରବାହୁଡ଼ିବା…

ଏନ୍‌କାଉଣ୍ଟର ବେଳେ ୫ ଯବାନ ଶହୀଦ

ଶ୍ରୀନଗର,୪ା୫(ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱ ଲଢ଼ୁଥିବାବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇ ରକ୍ତପାତ କରାଉଛି। ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ଅନ୍ତର୍ଗତ ରାଜଓ୍ବର ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟରରେ ଦୁଇଜଣ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ୫ ସୁରକ୍ଷା କର୍ମୀ…

ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୪।୫: ଦେଶରେ ସୋମବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪୨,୫୩୩ରେ। ଏମାନଙ୍କ ମଧ୍ୟରୁ ୧,୩୭୩ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫୩ଜଣ ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏହି ସମୟ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri