Home Left

ଜଳଖିଆ ବିକ୍ରି କରିଥିଲେ ୧୪୬ ନଂ. ଆକ୍ରାନ୍ତ

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୋମବାର ସନ୍ଧ୍ୟାରେ ୧୪୪, ୧୪୫, ୧୪୬, ୧୫୧, ୧୫୭, ୧୫୮ ଓ ୧୫୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ପ୍ରଦାନ କରିଛି। ପାଞ୍ଚଜଣଙ୍କ ଘର ଯାଜପୁରରେ ହୋଇଥିବାବେଳେ ଅନ୍ୟ ଦୁଇଜଣ…

ଦେଢ଼ ମାସ ପରେ ଟ୍ରାଫିକ୍‌ ପୋଷ୍ଟ କାର୍ଯ୍ୟକ୍ଷମ: କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର,୫।୫ (ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପୂର୍ବରୁ ଭୁବନେଶ୍ୱରରେ କଟକଣା ଓ ଯାଞ୍ଚକୁ କୋହଳ କରାଯାଇଥିଲା। ଫଳରେ ରାଜଧାନୀ ରାସ୍ତାରେ ଗାଡ଼ିମୋଟର ଭିଡ଼ ବଢ଼ିଥିଲା। ହେଲେ ରାଜଧାନୀକୁ ରେଡ୍‌ଜୋନ୍‌ରେ ରଖାଯିବା ପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ପୁଣି କଟକଣା…

ଭୁବନେଶ୍ୱରରେ ପୁଣି କଟକଣା

ଭୁବନେଶ୍ୱର, ୫।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଖୋର୍ଦ୍ଧା ଜିଲାକୁ ରବିବାର ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ନୂଆ…

‘ପୁଣି ହସିବ ଓଡ଼ିଶା’ରେ ହେମା ମାଳିନୀଙ୍କ ଓଡ଼ିଶୀନୃତ୍ୟ

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଥିବା ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍‌ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ ତାଳେ ଓଡ଼ିଶୀନୃତ୍ୟ କରିଛନ୍ତି ରାଜ୍ୟର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ କଳାକାରମାନେ। ହେଲେ ଭିଡ଼ିଓର…

ଅନିଶ୍ଚିତତାରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୫।୫: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବାରମ୍ବାର ନିର୍ବାଚନ ସ୍ଥଗିତ ହେବାରେ ଲାଗିଛି। ଆଗାମୀ ଦିନରେ ନିର୍ବାଚନ ହେବ କି…

ଭୁବନେଶ୍ୱରରୁ ସାଇକେଲ୍‌ରେ ଫେରିଲେ ୧୧ ଶ୍ରମିକ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ଭୁବନେଶ୍ୱର କିଟ୍‌ ନିକଟ ପଥରଗୋଡ଼ିଆରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ୧୧ ଜଣ ଶ୍ରମିକ ସାଇକେଲ ଯୋଗେ ଆସି ଠାକୁରମୁଣ୍ଡାରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମଧନ୍ଦା ବନ୍ଦ ରହିବାରୁ ସେଠାରେ ରହିବା…

ବାଣିଜ୍ୟ ଯୁଦ୍ଧ ମୁହଁ। ଆମେରିକା-ଚାଇନା

ନୂଆଦିଲ୍ଲୀ,୫।୫:କରୋନା ଭୂତାଣୁକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ଧୀରେ ଧୀରେ ବଢୁଛି। ଚାଇନା ଉପରେ କଟକଣା ଲଗାଇବା ଲାଗି ଆମେରିକା ପୁଣି ଥରେ ପ୍ରସ୍ତୁତ ହେଉଥିବା ଜଣାପଡିଛି। ବିଶ୍ୱ ସ୍ତରର ଯୋଗାଣ ଚେନ୍‌ରେ ଚାଇନାର ଆଧିପତ୍ୟ ଲାଗି ରହିଛି।…

ହାଇଦ୍ରାବାଦରୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣା : ଡ୍ରାଇଭର ମୃତ, ୨ଆହତ

ଖୋର୍ଦ୍ଧା ଅଫିସ,୫।୫ : ଖୋର୍ଦ୍ଧା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କୁହୁଡ଼ି ଛକରେ ହାଇଦ୍ରାବାଦ ରୁ ପ୍ରବାସୀ ଓଡିଆଙ୍କୁ ଧରି ଫେରୁଥିବା ବସ ମଙ୍ଗଳବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ଏବଂ…

ସୁରଟ, କୋଟାରୁ ଆସିଲେ ୧୦୫

ଅନୁଗୋଳ ଅଫିସ, ୫।୫ ସୁରଟ୍‌ ଓ କୋଟାରୁ ଦୁଇଟି ବସ୍‌ରେ ଆସିଥିବା ପ୍ରବାସୀମାନେ ସୋମବାର ଅନୁଗୋଳରେ ପହଞ୍ଚତ୍ଛନ୍ତି। ସୁରଟ୍‌ରୁ ଗୋଟିଏ ବସ୍‌ରେ ୬୬ ଜଣ ଓ କୋଟାରୁ ୩୯ ଛାତ୍ରୀଛାତ୍ର ଆସିଥିବା ପ୍ରଶାସନ ସୂଚନା ଦେଇଛି। ସୁରଟ୍‌ରୁ ଆସିଥିବା ବସ୍‌ ଭୋର…

କୂଅରେ ଗଲା ମା’ପୁଅଙ୍କ ଜୀବନ

ପରଜଙ୍ଗ, ୫।୫(ଡି.ଏନ.ଏ.) ମା’ ସାମ୍ନାରେ କୂଅ ଭିତରେ ଖସିପଡ଼ିଲା ୩ବର୍ଷର ଶିଶୁପୁତ୍ର। ନିଜ ଆଖି ଆଗରେ ପୁଅର ମୃତ୍ୟୁକୁ କେମିତିବା ଦେଖିଥାନ୍ତା ମା’? ପୁଅକୁ ରକ୍ଷା କରିବାକୁ ଜୀବନକୁ ବାଜି ଲଗାଇ ସେ ଡେଇଁପଡ଼ିଲେ କୂଅ ଭିତରକୁ। ହେଲେ ମୃତ୍ୟୁର ଗର୍ତ୍ତରୁ…

୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଥିଲା। ଏହାପରେ ନୂଆ ମାମଲା ଆସିନାହିଁ। ଏହାସତ୍ତ୍ୱେ ପଡୋଶୀ ଯାଜପୁର ଏବଂ କେନ୍ଦୁଝର ଜିଲାରେ…

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଓସ୍‌ଲୋ,୫ା୫: ସର୍ବପ୍ରଥମ ମ୍ୟାଗ୍ନସ କାର୍ଲସେନ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଏପ୍ରିଲ ୧୮ରୁ ମେ ୩ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶକ୍ତିଶାଳୀ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ନରୱେ ଗ୍ରାଣ୍ଡମାଷ୍ଟର କାର୍ଲସେନ ନିଜେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ଗ୍ରାଣ୍ଡମାଷ୍ଟର ହିକାରୁ ନାକାମୁରାଙ୍କୁ ପରାସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri