Home Left

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର ଦୋକାନରୁ ଲୁଟ୍‌…

ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ

କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି।  ତେଲୁଗୁ ସମ୍ପ୍ରଦାୟର କେହି ମୃତ୍ୟୁ ହେଲେ ସତ୍କାର ପାଇଁ…

କୃଷି କର୍ମଚାରୀ ସଦର ମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଚଳିତ ଖରିଫ୍‌ ଋତୁରେ ଚାଷୀଙ୍କୁ ଉନ୍ନତ ବିହନ, ସାର ଓ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଚାଷୀମାନେ ଯେପରି ସୁବିଧାରେ ଆବଶ୍ୟକତା ଅନୁସାରେ ଏସବୁ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବକୁ ଜିଲା ଦାୟିତ୍ୱରେ…

ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ ମହାଦେଶର ଏହି ସର୍ବବୃହତ୍‌ ଚିଡ଼ିଆଖାନା ଉପରେ କରୋନା ମାଡ଼ ପଡ଼ିଛି। ମାର୍ଚ୍ଚ ୧୫ରୁ ନନ୍ଦନକାନନରେ…

ନୋକିଆର ୪୨ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୫: ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ନୋକିଆର ୪୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ଏମାନେ ଶ୍ରୀପେରୁମ୍‌ବୁଡୁର ତାମିଲନାଡୁ ୟୁନିଟ୍‌ରୁ କାମ କରୁଥିଲେ। ଏହି ଘଟଣାକୁ ଧ୍ୟାନରେ ରଖି ଆସନ୍ତା ନିର୍ଦ୍ଦେଶାବଳୀ ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ବନ୍ଦ ରହିବ ବୋଲି…

ଡିସେମ୍ବର ୩ରୁ ଭାରତ-ଅଷ୍ଟ୍ରେଲିଆ ସିରିଜ

ମେଲବୋର୍ନ, ୨୮ା୫(ପି.ଟି.)-  ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୪ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନଠାରେ ହେବା ଏକପ୍ରକାର ନିଶ୍ଚିତ ହୋଇଛି ବୋଲି ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ। ଅଷ୍ଟ୍ରେଲିଆର ୨ଟି ମିଡିଆରେ…

ଯୋଗେଶ୍ୱର ବାବାଙ୍କ ବିବାହ ଉତ୍ସବ ସମ୍ପନ୍ନ

ଦେଓଗାଁ,୨୮ା୫(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ଯୋଗୀସାଗରସ୍ଥିତ ଯୋଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ବୁଧବାର ୯ମ ପବିତ୍ର ଶୀତଳ ଷଷ୍ଠୀ ମହୋତ୍ସବ ନିରାଡମ୍ବର ସହକାରେ ସମ୍ପନ୍ନ ହୋଇଛି। ଏହି ଦିନ ବୈବାହିକ ରୀତନୀତି ଅନୁସାରେ ଯୋଗେଶ୍ୱରବାବା ଓ ପାର୍ବତୀଙ୍କ ବିବାହୋତ୍ସବ ହୋଇଥିଲା। ଦେଓଗାଁ…

୧୦ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ, ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ/ସୋରଡା(ଡି.ଏନ.ଏ.), ୨୮ା୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧୀନରେ ଥିବା ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା…

ଗଞ୍ଜାମରେ ୨ ହୋମଗାର୍ଡ କରୋନା ପଜିଟିଭ୍‌

ଛତ୍ରପୁର,୨୭l୫(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ପୋଲସରା ଥାନାର ୨ ଜଣ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ହୋଇଥିବା ଏହି କର୍ମଚାରୀଙ୍କ ମଧ୍ୟରୁ ଜଣେ ଜଗନ୍ନାଥପୁର ଷ୍ଟେଶନ ଓ ଅନ୍ୟ…

ଆବୁଧାବିରୁ ଫେରିଲେ ୧୨୨ ପ୍ରବାସୀ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି। ଏହି ମର୍ମରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବୁଧବାର ରାତିରେ ଚତୁର୍ଥ ଅନ୍ତର୍ଜାତୀୟ ବିମାନ ଆବୁଧାବିରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଅବତରଣ କରିଛି। ଏତିିହାଦ…

ଚେନ୍‌ ଟାଣି ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଇଗଲେ ୪୧୩ ପ୍ରବାସୀ ଓଡିଆ  

ଖଲିକୋଟ,୨୭ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ରେଲ୍‌ୱେ ଷ୍ଟେଶନରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ଶ୍ରମିକ ସ୍ପେଶାଲ ଟ୍ରେନର ଚେନ୍‌ ଟାଣି ୪୩୧ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ ପଳାଇଥିଲେ। ଷ୍ଟେଶନ ଅଞ୍ଚଳର ବହୁ ଯୁବକ ସେମାନଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖଲ୍ଲିକୋଟ…

ନେପାଳରେ ଫସିଥିବା ହରିୟାଣାର ୭୨ଲୋକଙ୍କୁ ଶୁକ୍ରବାର ଫେରାଇ ଆଣିବେ ସରକାର

ଚଣ୍ଡିଗଡ଼,୨୭।୫: କରୋନା ଭାଇରସ୍‌ ମହାମାରୀ ଯୋଗୁ ଦେଖାଦେଇଥିବା ସଙ୍କଟ ମଧ୍ୟରେ ପଡୋଶୀ ଦେଶରେ ଫସିରହିଥିବା ହରିୟାଣା ଲୋକଙ୍କ ପାଇଁ ଖୁସି ଖବର। ସେଠାରେ ଫସିରହିଥିବା ଲୋକଙ୍କୁ ହରିୟାଣା ସରକାର ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri