ନିର୍ବାଚନ

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ଲାଗି ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ: ନବୀନ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାକୁ ଫେରିଛି ବିଜେଡି। ଦଳ ଉପରେ ଭରସା ରଖିବା ସହ ପଞ୍ଚମ ଥର ଲାଗି ଓଡ଼ିଶାର ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ନବୀନ ଓଡ଼ିଶାବାସୀଙ୍କୁ ଧନ୍ୟବାଦ...

ଜୟଦେବ ଜେନା ଭାଜପାରେ ମିଶିବାକୁ ନେଇ ଚର୍ଚ୍ଚା

ହାଟଡ଼ିହୀ, ୨୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ପିସିସି ସଭାପତି ଜୟଦେବ ଜେନା ଭାଜପାରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଜୟଦେବଙ୍କ ଘର ହାଟଡ଼ିହୀ ବ୍ଲକ ମରୈଗାଁ ପଞ୍ଚାୟତ ଶଙ୍ଖଣା ଗ୍ରାମରେ। ହାଟଡ଼ିହୀ ଏବଂ ଆନନ୍ଦପୁର...

ଓଡ଼ିଶାବାସୀଙ୍କ ଜନମତକୁ ମୁଣ୍ଡପାତି ସ୍ବୀକାର କରୁଛି, ନବୀନଙ୍କୁ ଅଭିନନ୍ଦନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଶାର ଜନସାଧାରଣ ଭାଜପାକୁ ଆର୍ଶୀବାଦ କରିଛନ୍ତି। ଭାଜପାର ୮ଜଣ ଏମ୍‌ପି ଓ ୨୩ଜଣ ବିଧାୟକଙ୍କୁ ନିର୍ବାଚିତ କରିଥିବାରୁ ଓଡ଼ିଶାବାସୀଙ୍କ ନିକଟରେ ଶୁକ୍ରବାର କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଜାତନ୍ତ୍ରରେ ଓଡ଼ିଶାବାସୀଙ୍କ ଜନମତ ଓ ନିଷ୍ପତ୍ତିକୁ ସେ ମୁଣ୍ଡପାତି...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିନାକୀ: ମୁଖ୍ୟମନ୍ତ୍ରୀଙ୍କ ୨୧ ଲୋକ ସଭା ଜିତିବା ପ୍ରଶ୍ନର ଉତ୍ତରରେ କହିଲେ ଶାହଙ୍କୁ ୧୨୦+ ମିଶନ ନେଇ ପ୍ରଥମେ ପ୍ରଶ୍ନ କରାଯାଉ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୁରୀ ଜିଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଭାଜପା ହାତକୁ ଯାଇଛି। ପୁରୀ ଓ ବ୍ରହ୍ମଗିରି ବିଧାନସଭା ଭାଜପା ହାତକୁ ଯାଇଛି। ହେଲେ ପୁରୀ ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ...

ଜି.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ବିଜୟୀ

ଦାରିଙ୍ଗବାଡ଼ି,୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କଠାରୁ ମୋଟ ୧୧,୨୬୧ ଖଣ୍ଡ ଭୋଟରେ ବିଜୟଲାଭ କରିଛନ୍ତି। ସାଲୁଗା ମୋଟ ୫୩,୨୩୮...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲେ ମଧ୍ୟ ଚୂଡ଼ାନ୍ତ ଫଳାଫଳ ବାହାରିପାରି ନ ଥିଲା । ତେବେ ଶୁକ୍ରବାର...

ବିଜେଡିର ଭାଗୀରଥି ସେଠୀ ଓ ବଦ୍ରିନାରାୟଣ ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଆନନ୍ଦପୁର,୨୪।୫(ସ୍ବ.ପ୍ର.): ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀର ବିଜୟୀ ବିଧାୟକ ବିଜେଡିର ଭାଗୀରଥି ସେଠୀ ଓ ବଦ୍ରିନାରାୟଣ ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଦଳୀୟ କର୍ମୀଙ୍କଠାରୁ ଆରମ୍ଭକରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ...

ଜି.ଉଦୟଗିରି ବିଧାନସଭାରେ ବିଜେଡିର ବାଜିମାତ: ସାଲୁଗା ପ୍ରଧାନ ୧୧୨୬୧ଭୋଟରେ ବିଜୟୀ

ଜି.ଉଦୟଗିରି, ୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ୮୩(ଏସ୍‌ଟି) ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କୁ ୧୧୨୬୧ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତକରି ଏହି ସଫଳତା ପାଇଛନ୍ତି। ସାଲୁଗା...

ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା ବିଧାନସଭା ଭାଜପା ଦଖଲକୁ ଯାଇଥିବା ବେଳେ ୨୦୧୯ ନିର୍ବାଚନରେ ଚିଲିକା ଶାସକ ଦଳର...

ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି କଂଗ୍ରେସର ବରିଷ୍ଠ ନେତା ତଥା ଚଳିତ ନିର୍ବାଚନରେ ଜଟଣୀ ବିଧାନସଭାରୁ ବିଜୟ ଲାଭ...

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଚରଣଙ୍କ ଇସ୍ତଫା: ରାଜ୍ୟରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ଅନେକ ତୁଙ୍ଗ ନେତା। ଶୁକ୍ରବାର ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ମଧ୍ୟ...

୨୩,୮୩୯ରେ ଭାଜପା ପ୍ରାର୍ଥୀ ଅପରାଜିତା ବିଜୟୀ

ଖୋର୍ଦ୍ଧା ଅଫିସ,୨୪।୫: ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri