ନିର୍ବାଚନ

କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍‌, ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି)-୧୬ନଂ. ଜଗତ୍‌ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧ ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲା…

ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର, ୩୧।୫(ସୁନିତ୍‌ ମିଶ୍ର): କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ଶୁକ୍ରବାର ବହିଷ୍କାର କରିଦିଆଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି)…

ଏକ୍‌ଜିଟ୍‌ ପୋଲ୍‌ ଏବଂ ଓପିନିଅନ୍‌ ପୋଲ୍‌ ମଧ୍ୟରେ ଫରକ କ’ଣ? କେଉଁଭଳି ଭାବେ ଏକାଠି କରାଯାଏ ଡାଟା, ଜାଣନ୍ତୁ ସବିଶେଷ 

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ପହିଲା ଅପରାହ୍ନ ୬ଟାରେ ମତଦାନ ସମାପ୍ତ ହୋଇଯିବ। ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ନିର୍ବାଚନରେ କିଏ ବିଜେତା ହେବା ଜାଣିବା ପୂର୍ବରୁ ସମସ୍ତଙ୍କ ନଜର…

ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ ଲୋକ ସଭା ଓ ଜିଲାର ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ହେବ।…

ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ ପାଟକୁରା ପାଇଁ…

ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ, ୫ରୁ ଅଧିକ ଏକାଠି ହେବା, ବୁଲିବା ମନା

ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ଶେଷ ହୋଇଛି। ଏପରିକି ନିର୍ବାଚନ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନକୁ ଦୃଷ୍ଟିରେ…

ସରିଲା ପ୍ରଚାର, ଶନିବାର ଭୋଟ, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୬୧ ଲକ୍ଷ ଭୋଟର

ଭୁବନେଶ୍ୱର,୩୦।୫: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ଅର୍ଥାତ୍‌ ଶନିବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପ୍ରଚାର ଶେଷ ହୋଇଛି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ…

ପାଣ୍ଡିଆନ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ: କହିଲେ- ହାସ୍ୟାସ୍ପଦ, କଥାର ଓଜନ ନାହିଁ…

ଭୁବନେଶ୍ୱର,୩୦।୫: ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାଜପା ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ କରାଯାଉଥିବା ବେଳେ ବିଜେଡି ସୁପ୍ରିମୋ ଏହାକୁ କାଉଣ୍ଟର ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ଭାଜପା ପକ୍ଷରୁ କିଛି ଭିଡିଓ ଭାଇରାଲ କରାଯାଇ…

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର୍‌,ବୁଥ୍‌କୁ ମୋବାଇଲ ମନା

ଭୁବନେଶ୍ବର,୩୦।୫: ଆସନ୍ତା ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ୬ଟି ସଂସଦୀୟ କ୍ଷେତ୍ର ସହ ଏହା ଅଧିନସ୍ଥ ୪୨ ବିଧାନସଭା କ୍ଷେତ୍ରରେ ମଧ୍ୟ ନିର୍ବାଚନ ହେବ। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି।…

ବିଜେଡି-ଭାଜପା ମିଶିକି ଅଛନ୍ତି, ଚିନ୍ତାଧାରା ବି ଗୋଟିଏ: ରାହୁଲ

ସିମୁଳିଆ,୩୦ା୫: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିଛନ୍ତି କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ।…

ୟୁପି ଏବେ ମାଫିଆମୁକ୍ତ, ଯାହା ବି ଅଛି ତାହା ପୂରା ସଫା ହୋଇଯିବ

ଲକ୍ଷ୍ନୌ,୨୯ା୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଲୋକ ସଭା ନିର୍ବାନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ରବି କିଶନଙ୍କ ସମର୍ଥନରେ ଏକ ରୋଡ୍‌ ଶୋ’ କରିଥିଲେ। ଏହି ସମୟରେ ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କହିଛନ୍ତି, ‘ୟୁପି…

ଜୁନ୍‌ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍‌ ବ୍ୟବହାର ନିଷେଧ

କଟକ,୨୯ା୫ (କାର୍ତ୍ତିକ ସାହୁ): ଅନ୍ତିମ ପର୍ଯ୍ୟାୟ ଜୁନ୍‌ ୧ ତାରିଖ ଭୋଟ ପାଇଁ କଟକ ଜିଲାର ନିଆଳି, ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳରେ ୧୪୪ ଧାରା ଜାରି ହେବ । ଜିଲାପାଳ ଅରିନ୍ଦମ ଡାକୁଆ ଭାରତୀୟ ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri